ମୟୂରଭଞ୍ଜ: ଜିଏସ୍ଟି ଫାଙ୍କିବା ସନ୍ଦେହରେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ଏମକେସି ହାଇସ୍କୁଲ ଛକ ନିକଟରେ ଏକ ଲଜିଷ୍ଟିକ୍ ଗାଡ଼ିକୁ ଅଟକ ରଖିଛି ପୁଲିସ୍। ଉକ୍ତ ଗାଡ଼ିରେ ପ୍ରାୟ ୨୦ କେଜିରୁ ଊର୍ଦ୍ଧ୍ୱ ସୁନା ଥିବା ଜଣାଯାଇଛି। ସୁନା କେଉଁଠୁ ଆସୁଥିଲା ଓ କାହା ପାଖକୁ ଯାଉଥିଲା ତାହାର ଛାନଭିନ୍ ଚାଲିଥିବା ବେଳେ କମ୍ପାନୀର ଦୁଇ କର୍ମଚାରୀ ଅଟକ ଅଛନ୍ତି। ଗତକାଲି ମଧ୍ୟରାତ୍ରରେ କୋଲକତାରୁ ଏକ ଲଜିଷ୍ଟିକ୍ ଗାଡ଼ିରେ ପ୍ରାୟ ୨୦ କେଜି ସୁନା ବାରିପଦା ସହରକୁ ଆସିଥିଲା। ମୁମ୍ବାଇରୁ ଉକ୍ତ ସୁନା ଫ୍ଲାଇଟ୍ରେ କୋଲକତାରେ ପହଞ୍ଚିଥିଲା। ଏହାପରେ ସେଠାରୁ ସଡ଼କ ପଥରେ ଲଜିଷ୍ଟିକ୍ ଗାଡ଼ିରେ ଜଳେଶ୍ୱର ଦେଇ ବାରିପଦା ସହରରେ ପହଞ୍ଚିଥିଲା। ଏନେଇ ଜିଏସ୍ଟି ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ଏମକେସି ହାଇସ୍କୁଲ ଛକ ନିକଟରେ ଜଗି ରହିଥିଲେ। ମଧ୍ୟ ରାତ୍ରିରେ ଗାଡ଼ିଟି ଅତିକ୍ରମ କରୁଥିବା ବେଳେ ପୁଲିସ୍ ସହାୟତାରେ ତାହାକୁ ଅଟକ ରଖାଯାଇଛି।ଗାଡ଼ିର କାଗଜପତ୍ର ଯାଞ୍ଚ କରାଯାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସୁନା ଦୋକାନକୁ ଏହି ସୁନା ଆସିଥିବା ଜଣାଯାଇଛି। ତେବେ କେଉଁ ଦୋକାନକୁ କେତେ ସୁନା ଆସିଛି, ସେମାନେ ଜିଏସ୍ଟି ପଇଠ କରିଛନ୍ତି ନା ଫାଙ୍କିଛନ୍ତି ତାହାର ଯାଞ୍ଚ ଚାଲିଛି।
ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ
ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…




