୨୦ ସାଂସଦଙ୍କୁ ବିଜେପିର ନୋଟିସ

ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭାରେ ‘ଓ୍ୱାନ ନେସନ୍‌ ଓ୍ୱାନ୍‌ ଇଲେକ୍‌ସନ୍‌’ ବିଲ୍‌ ଆଗତ ହୋଇଛି। ତେବେ ଏହି ଅବସରରେ ଅଧିକାଂଶ ସାଂସଦ ଗୃହରେ ଉପସ୍ଥିତ ନଥିଲେ। ହ୍ୱିପ୍‌ ପରେ ବି ପାଖାପାଖି ୨୦ରୁ ଅଧିକ ସାଂସଦ ସଂସଦକୁ ଆସିନଥିଲେ। ଏହାକୁ ନେଇ ଏବେ ଆକ୍ସନ ମୁଡ୍‌କୁ ଆସିଛି ବିଜେପି। ସାଂସଦମାନଙ୍କୁ ଦଳ ନୋଟିସ୍‌ ଜାରି କରିଛି।

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପାଇଁ ସରକାର ମଙ୍ଗଳବାର ସଂସଦରେ ‘ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍ ୨୦୨୪’ ଏବଂ ୟୁନିଅନ୍ ଟେରିଟୋରୀ ଆଇନ (ସଂଶୋଧନ) ବିଲ୍ ୨୦୨୪ ଆଣିଥିଲେ। ବିଜେପି ସାଂସଦମାନଙ୍କୁ ପୂର୍ବରୁ ଲୋକସଭାରେ ଉପସ୍ଥିତ ରହିବା ପାଇଁ ତିନି ଲାଇନ୍‌ର ହ୍ୱିପ୍‌ ଜାରି କରିଥିଲା। ତେବେ ଏହା ସତ୍ତ୍ୱେ ବି ‘ଓ୍ୱାନ ନେସନ୍‌ ଓ୍ୱାନ୍‌ ଇଲେକ୍‌ସନ୍‌’ ବିଲ୍ ଆଗତ ପାଇଁ ଭୋଟିଂ ବେଳେ ୨୦ରୁ ଅଧିକ ସାଂସଦ ଉପସ୍ଥିତ ନଥିଲେ। ମୋଦି କ୍ୟାବିନେଟ୍‌ରେ ସାମିଲ ତିନି ଜଣ ବଡ଼ ମନ୍ତ୍ରୀ ନୀତିନ ଗଡକରୀ, ଗିରିରାଜ ସିଂହ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟ ଦେଖା ନଥିଲା।ତେବେ ଅନୁପସ୍ଥିତ ଥିବା ସମସ୍ତ ସାଂସଦଙ୍କୁ ନିର୍ଦ୍ଦେଶ ଅବହେଳା କରିବା ଅଭିଯୋଗରେ ବିଜେପି ନୋଟିସ୍‌ ଜାରି କରିଛି। ତେବେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅନେକ ସାଂସଦ ପୂର୍ବରୁ ଗୃହକୁ ଆସିପାରିବେ ନାହିଁ ବୋଲି ଦଳକୁ ସୂଚିତ କରିଥିବା ଜଣାପଡିଛି।

  • Related Posts

    ୧୨ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ

    ନୂଆଦିଲ୍ଲୀ : ପ୍ରକୃତିର ଅନ୍ୟତମ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରଭାବରେ ୟୁରୋପ ଖୁବ୍ କମ୍ ସମୟ ପାଇଁ ଦିବାଲୋକରେ ଅନ୍ଧକାରମୟ ହୋଇଯିବ । ମହାକାଶର କିଛି କ୍ଷେତ୍ରରେ ୧ ମିନିଟ୍ରୁ ଟିକିଏ ଅଧିକ…

    Continue reading
    ଓଲଟିଲା ବସ୍, ୭ ମୃତ

    ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ଚମ୍ଵା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଶନିବାର ସକାଳେ ତୀସା-ବୈରାଗଡ଼ ରାସ୍ତାରେ ଚାଲୁଜ ବୁଲାଣି ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ