ଭୁବନେଶ୍ୱର: ଆଜି ହେଉଛି ୨୫ ତମ ଅନ୍ତର୍ଜାତୀୟ ଯୁବ ଦିବସ । ଯୁବବର୍ଗଙ୍କର ସମାଜିକ ଜୀବନ ଓ ଆବଶ୍ୟକତା ଉପରେ ଗୁରୁତ୍ୱପ୍ରଦାନ ନିମନ୍ତେ ୧୯୯୯ ମସିହା ଜାତିସଂଘର ସାଧାରଣ ପରିଷଦ ଅନ୍ତର୍ଜତୀୟ ଯୁବ ଦିବସ ପ୍ରସ୍ତାବ ସ୍ୱୀକାର କରିଥିଲା । ୧୨ ଅଗଷ୍ଟ ୨୦୦୦ ମସିହା ଠାରୁ ଏହି ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଆସୁଛି । ଅନେକ ଆଶା ଓ ସମ୍ଭାବନାର ସମିଶ୍ରଣ ଏହି ଯୁବଗୋଷ୍ଠୀ ହେଉଛନ୍ତି ଭାରତର ସବୁଠାରୁ ବଡ ଶକ୍ତି । ଭାରତରେ ସଂପ୍ରତି ୩୫ ବର୍ଷରୁ କମ୍ ୬୫ କୋଟି ଯୁବକ ରହିଛନ୍ତି । ଏହି ବିଶାଳ ଯୁବବର୍ଗଙ୍କୁ ଯଦି ସଠିକ୍ ମାର୍ଗଦର୍ଶନ ମିଳେ ତେବେ ଖୁବଶୀଘ୍ର ଭାରତ ଏକ ବୃହତ ଶକ୍ତିସମ୍ପନ୍ନ ରାଷ୍ଟ୍ରରେ ପରିଣତ ହୋଇପାରିବ । ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଯାଇପାରିଲେ ସାମଗ୍ରିକ ଭାବରେ ଦେଶ ବିକଶିତ ହୋଇପାରିବ । ଯୁବବର୍ଗ କର୍ମସଂସ୍ଥାନ ପାଇଁ ଦେଶ ଛାଡିବା ବଦଳରେ ଯଦି ନିଜ ରାଜ୍ୟ ବା ନିଜ ଦେଶରେ ନିଜ ବୁଦ୍ଧି, ଜ୍ଞାନ ଓ କୌଶଳର ବିନିଯୋଗ କରାଇ ଅନ୍ୟମାନଙ୍କୁ କର୍ମସଂସ୍ଥାନ ଯୋଗାଇ ପାରିବେ ତେବେ ସମାଗ୍ରିକ ଲକ୍ଷ୍ୟ ପୂରଣ ହୋଇପାରିବ ।
‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସାମ୍ପ୍ରତିକ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ଅଧ୍ୟାୟରେ ଓଡ଼ିଶାର ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ବିଶେଷ ଭାବେ ପ୍ରଶଂସା କରିଛନ୍ତି। ଜଣେ ସାଧାରଣ ଗୃହିଣୀ ରୂପରେ ଜୀବନ ଆରମ୍ଭ କରିଥିବା ସୁଜାତା ପରିବାରକୁ ଅଧିକ…


