ଭୁବନେଶ୍ୱର: ଆଜି ହେଉଛି ୨୫ ତମ ଅନ୍ତର୍ଜାତୀୟ ଯୁବ ଦିବସ । ଯୁବବର୍ଗଙ୍କର ସମାଜିକ ଜୀବନ ଓ ଆବଶ୍ୟକତା ଉପରେ ଗୁରୁତ୍ୱପ୍ରଦାନ ନିମନ୍ତେ ୧୯୯୯ ମସିହା ଜାତିସଂଘର ସାଧାରଣ ପରିଷଦ ଅନ୍ତର୍ଜତୀୟ ଯୁବ ଦିବସ ପ୍ରସ୍ତାବ ସ୍ୱୀକାର କରିଥିଲା । ୧୨ ଅଗଷ୍ଟ ୨୦୦୦ ମସିହା ଠାରୁ ଏହି ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଆସୁଛି । ଅନେକ ଆଶା ଓ ସମ୍ଭାବନାର ସମିଶ୍ରଣ ଏହି ଯୁବଗୋଷ୍ଠୀ ହେଉଛନ୍ତି ଭାରତର ସବୁଠାରୁ ବଡ ଶକ୍ତି । ଭାରତରେ ସଂପ୍ରତି ୩୫ ବର୍ଷରୁ କମ୍ ୬୫ କୋଟି ଯୁବକ ରହିଛନ୍ତି । ଏହି ବିଶାଳ ଯୁବବର୍ଗଙ୍କୁ ଯଦି ସଠିକ୍ ମାର୍ଗଦର୍ଶନ ମିଳେ ତେବେ ଖୁବଶୀଘ୍ର ଭାରତ ଏକ ବୃହତ ଶକ୍ତିସମ୍ପନ୍ନ ରାଷ୍ଟ୍ରରେ ପରିଣତ ହୋଇପାରିବ । ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଯାଇପାରିଲେ ସାମଗ୍ରିକ ଭାବରେ ଦେଶ ବିକଶିତ ହୋଇପାରିବ । ଯୁବବର୍ଗ କର୍ମସଂସ୍ଥାନ ପାଇଁ ଦେଶ ଛାଡିବା ବଦଳରେ ଯଦି ନିଜ ରାଜ୍ୟ ବା ନିଜ ଦେଶରେ ନିଜ ବୁଦ୍ଧି, ଜ୍ଞାନ ଓ କୌଶଳର ବିନିଯୋଗ କରାଇ ଅନ୍ୟମାନଙ୍କୁ କର୍ମସଂସ୍ଥାନ ଯୋଗାଇ ପାରିବେ ତେବେ ସମାଗ୍ରିକ ଲକ୍ଷ୍ୟ ପୂରଣ ହୋଇପାରିବ ।
“ସଶକ୍ତ ଯୁବଶକ୍ତି ହିଁ ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ”
ଏଚ୍.ଆଇ.ଭି / ଏଡ଼ସ୍ ଓ ଯୌନ ସଂକ୍ରମଣ ନିରାକରଣ ପାଇଁ ରାଜ୍ୟସ୍ତରୀୟ ସ୍ଵତନ୍ତ୍ର ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଭୁବନେଶ୍ଵର /ବ୍ରହ୍ମପୁର: ଆଜି ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ବ୍ରହ୍ମପୁର ସ୍ଥିତ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ପ୍ରେକ୍ଷାଳୟ ଠାରେ ଆୟୋଜିତ…