୩୩୫୩ କୋଟି ଟଙ୍କାର ୧୫ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଆଜି ୩୩୫୩.୧୫କୋଟି ଟଙ୍କାର ୧୫ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ୪୬୩୭ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆକଳନ କରାଯାଇଛି। ଏହି ନିବେଶ ପ୍ରକଳ୍ପକୁ ଅନୁମୋଦନ କରି ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ନିଯୁକ୍ତି ବୃଦ୍ଧି ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।

ଆଜି ମୁଖ୍ୟ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୨ତମ ରାଜ୍ୟସ୍ତରୀୟ ସିଙ୍ଗଲୱିଣେ୍‌ଡା କ୍ଲିଅରାନ୍ସ ଅଥରିଟି ବୈଠକରେ ଅକ୍ଷୟଶକ୍ତି, ଇସ୍ପାତ ଓ ଆଲୁମିନିୟମ ଡାଉନଷ୍ଟ୍ରିମ, ଖାଦ୍ୟ ପ୍ରକ୍ରିୟାକରଣ, ମ୍ୟାନୁଫାକଚରିଂ, ଟେକ୍ସଟାଇଲ ଓ ଆପେରାଲ, ପର୍ୟ୍ୟଟନ, ଫାର୍ମାସ୍ୟୁଟିକାଲ ଓ ସିମେଂଟ କ୍ଷେତ୍ରରେ ପୁଞ୍ଜିନିବେଶ କରି ଓଡ଼ିଶା ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ପ୍ରମୁଖ ଲକ୍ଷ୍ୟସ୍ଥଳ ଭାବେ ନିଜକୁ ପ୍ରତିଷ୍ଠିତ କରିଛି । ଆଜିର ବୈଠକରେ ଅନୁମୋଦନ ଲାଭ କରିଥିବା ସମସ୍ତ ପ୍ରକଳ୍ପ କୋରାପୁଟ, ଖୋର୍ଦ୍ଧା, ବରଗଡ଼, ପୁରୀ, କଟକ ଓ ଝାରସୁଗୁଡ଼ା ସମେତ ବିଭିନ୍ନ ଜିଲ୍ଲାରେ କାର୍ୟ୍ୟକାରୀ ହେବ। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ଅର୍ଥନୀତିକ ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟି ସଙ୍ଗେସଙ୍ଗେ ଏକ ସୁଦୃଢ଼ ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ।ରିଲାଏନ୍ସ ବାୟୋ ଏନର୍ଜି ଲିମିଟେଡ୍ ୧୨୧.୨୧କୋଟି ଟଙ୍କା ନିବେଶରେ ପୁରୀରେ କମ୍ପ୍ରେସଡ ବାୟୋ ଗ୍ୟାସ୍ ଫର୍ମେଣ୍ଟେଡ୍ ଜୈବିକ ସାର କାରଖାନା ସ୍ଥାପନ କରିବ। ଏଥିରେ ୬୯ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି କଟକର ବିକେ ଷ୍ଟିଲ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ୭୫୦କୋଟି ଟଙ୍କା ବିନିଯୋଗ କରି ନିଜର ପ୍ରକଳ୍ପର ସମ୍ପ୍ରସାରଣ କରିବ ଓ ଏହାଦ୍ୱାରା ଅତିରିକ୍ତ ୮୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବା ସହ ଓଡ଼ିଶାରେ ଇସ୍ପାତ ଉତ୍ପାଦନ କ୍ଷମତାରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ହୋଇପାରିବ।

ଏଚଏମ ପାୱାର ଆଣ୍ଡ କେବଲସ ପ୍ରାଇଭେଟ୍ ଲିମିଟେଡ୍ ୫୫.୭୨କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ା ଜିଲ୍ଲାରେ ଏକ ଆଲୁମିନିୟମ କଣ୍ଡକ୍ଟର, ପାୱାର କେବୁଲ ଓ ତାର ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ । ଏହି ପ୍ରକଳ୍ପ କାର୍ୟ୍ୟକ୍ଷମ ହେଲେ ୨୦୫ଜଣଙ୍କୁ ନିଯୁକ୍ତି ମିଳିବ।

ସେହିପରି ନେକ୍ଟଟ୍ ଥର୍ମାଲ ଏସିଆ ପ୍ରାଇଭେଟ୍ ଲିମିଟେଡ୍ ୫୫.୮୧କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ଏକ ହିଟିଂ ଏଲିମେଂଟସ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ ଓ ୧୩୨ଜଣଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବ ।

ସେହିପରି ଭୁବନେଶ୍ୱରୀ ଫୁଡସ୍ ଆଣ୍ଡ ବେଭରେଜ୍ ପ୍ରାଇଭେଟ୍ ଲିମିଟେଡ୍, ଅବନ ବେଭେରେଜ୍‌, ଆଭିରା ଡିଷ୍ଟିଲେରୀ ଲିମିଟେଡ ଓ ଜିଓଫାଷ୍ଟ କଞ୍ଜୁମର ପ୍ରଡକ୍ଟସ ଲିମିଟେଡର ଓଡ଼ିଶାରେ ଖାଦ୍ୟପ୍ରକ୍ରିୟାକରଣ କ୍ଷେତ୍ରରେ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି । ଖୋର୍ଦ୍ଧା, ବରଗଡ଼ ଓ କଟକରେ ଥିବା ଏହି ପ୍ରକଳ୍ପଗୁଡ଼ିକରେ ପ୍ରାୟ ୧୫୪୨.୦୪କୋଟି ଟଙ୍କା ନିବେଶ ହେବ ଓ ୧୩୫୮ରୁ ଅଧକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି ।

ଆଇଟିସି ଲିମିଟେଡ୍ ୧୧୯.୧୪କୋଟି ଟଙ୍କା ବିନିଯୋଗରେ ଭୁବନେଶ୍ୱରରେ ନିଜର ପଂଚତାରକା ହୋଟେଲ ‘ୱେଲକମ୍ ହୋଟେଲ’ର ସମ୍ପ୍ରସାରଣ କରିବ ଓ ଅଧିକ ୨୪୦ଜଣଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବ । ଏସଜେ ଜେଆରସି ଭେଂଚର୍ସ ଏଲଏଲପି ଓ କ୍ରାକର୍ସ ଇଣ୍ଡିଆ ଇନଫ୍ରାଷ୍ଟକଚର୍ସ ଲିମିଟେଡ୍ ଯଥାକ୍ରମେ ପୁରୀ ଓ କୋରାପୁଟରେ ୧୫୪କୋଟି ଟଙ୍କା ବିନିଯୋଗ କରି ଆତିଥେୟତା ସୁବିଧା ଯୋଗାଇ ଦେବେ । ଏହାଦ୍ୱାରା ୩୮୦ଜଣଙ୍କୁ ମଧ୍ୟ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆଶା କରାଯାଉଛି । ଅଲଟ୍ରାଟେକ୍ ସିମେଂଟ ୩୭୨କୋଟି ଟଙ୍କା ନିବେଶରେ ନିଜର କଟକସ୍ଥିତ ସିମେଂଟ ଗ୍ରାଇଣ୍ଡିଂ ୟୁନିଟର କ୍ଷମତା ବୃଦ୍ଧି କରିବ । ଏହାଦ୍ୱାରା ୫୮୧ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି ଜଣାପଡ଼ିଛି ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ