୩ ଆଇପିଏସ୍‌ଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଗୃହ ବିଭାଗ ବିଜ୍ଞପ୍ତି ଅନୁସାରେ ୩ ଆଇପିଏସ୍‌ଙ୍କୁ ବଦଳି କରାଯାଇ ନୂଆ ଦାୟିତ୍ବ ଦିଆଯାଇଛି। ୧୯୯୩ ବ୍ୟାଚ୍‌ର ଆଇପିଏସ୍‌ ସୁଶାନ୍ତ ନାଥଙ୍କୁ ଜେଲ୍‌ ଡିଜି ପଦବିରେ ଅବସ୍ଥାପିତ କରାଯାଇଛି। ସେହିପରି ଏଡିଜିପି ହେଡ୍‌କ୍ବାର୍ଟର ଥିବା ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ଦୟାଲ୍‌ ଗଙ୍ଗଵାର୍‌ଙ୍କୁ ଅତିରିକ୍ତ ଡିଜି କମ୍ୟୁନିକେସନ୍‌ ଓ କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଥିବା ୨୦୦୦ ବ୍ୟାଚ୍‌ର ଆଇପିଏସ୍‌ ପ୍ରତୀକ ମହାନ୍ତିଙ୍କୁ ଅତିରିକ୍ତ ଡିଜି ପୁଲିସ ମୁଖ୍ୟାଳୟରେ ନିଯୁକ୍ତି ମିଳିଛି।
ସେହିପରି ଏଆଇଜି ମେରାଇନ୍‌ ଓ କୋଷ୍ଟାଲ୍‌ ସିକ୍ୟୁରିଟି ଦାୟିତ୍ବରେ ଥିବା ଓପିଏସ୍ ନାରାୟଣ ନାୟକଙ୍କୁ ସୁବର୍ଣ୍ଣପୁର ଏସ୍‌ପି ଭାବେ ବଦଳି କରାଯାଇଛି। ଏପ୍ରିଲ୍‌ ୩୦ ତାରିଖ ଦିନ ଜେଲ୍‌ ଡିଜି ଅରୁଣ ରାୟ ଚାକିରିରୁ ଅବସର ନେଇଥିଲେ। ଶ୍ରୀ ରାୟଙ୍କ ସ୍ଥାନରେ ଆଇପିଏସ୍‌ ସୁଶାନ୍ତ ନାଥଙ୍କୁ ନିଯୁକ୍ତି ମିଳିଛି। ପୂର୍ବତନ ଡିଜି ଶ୍ରୀ ରାୟଙ୍କ ପରେ ଭାରପ୍ରାପ୍ତ ଦ୍ବାୟିତ୍ବରେ ଥିବା ଏଡିଜି ଅମିତାଭ ଠାକୁରଙ୍କଠାରୁ ଆଇପିଏସ୍‌ ଶ୍ରୀ ନାଥ ଦାୟିତ୍ବ ଗ୍ରହଣ କରିବେ। ଆଗକୁ ଜେଲ୍‌ ବିଭାଗରେ ବହୁ ସଂସ୍କାରମୂଳକ କାର୍ୟ୍ୟକ୍ରମ ହେବାକୁ ଥିବାରୁ ଆଇପିଏସ୍‌ ଶ୍ରୀ ନାଥଙ୍କ ପାଇଁ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।

  • Related Posts

    ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ

    ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…

    Continue reading
    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ