୪ରେ ଆସିପାରନ୍ତି ଅମିତ୍‌ ଶାହା

ଭୁବନେଶ୍ୱର: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଶାହାଙ୍କ ରାଜ୍ୟ ଗସ୍ତ ନେଇ ପ୍ରସ୍ତାବନା ରହିଛି। ମାତ୍ର କେଉଁ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ସେ ଓଡ଼ିଶା ଆସୁଛନ୍ତି ସେ ବାବଦରେ କିଛି ସ୍ପଷ୍ଟ ହୋଇ ନ ଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମଙ୍ଗଳବାର ମନ୍ତ୍ରୀ ପୂଜାରୀ ତାଙ୍କ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସୋମବାର ଶାହା ଆସିବେ ବୋଲି ସ୍ପଷ୍ଟ ହେଇଛି। ମାତ୍ର କେଉଁସବୁ କାରଣ ଲାଗି ସେ ଆସୁଛନ୍ତି ସେକଥା ସ୍ପଷ୍ଟହୋଇ ନାହିଁ, ଯଥାଶୀଘ୍ର ଏହା ଜଣାପଡିଯିବ ବୋଲି ପୂଜାରୀ କହିଛନ୍ତି। ମାତ୍ର ଶାହାଙ୍କ ଗସ୍ତ ବାବଦରେ ଭାଜପାର ଅନେକ ଦଳୀୟ ନେତାଙ୍କ ପାଖରେ କୌଣସି ଖବର ନାହିଁ। ଯେଉଁ କେତେଜଣ ଆଗଧାଡ଼ିର ଭାଜପା ନେତାଙ୍କୁ ଶାହାଙ୍କ ଗସ୍ତ ସମ୍ପର୍କରେ ପଚାରିଥିଲୁ ସେମାନେ କେହି ଏ ବାବଦରେ କିଛି ସୂଚନା ପାଇନାହାନ୍ତି ବୋଲି କହିଥିଲେ। ଏହାପରେ ଅନ୍ୟ କେତେଜଣ ସରକାରୀ ଅଧିକାରୀଙ୍କୁ ପଚାରିବାରୁ ମଧ୍ୟ ସେମାନେ କିଛି ସୂଚନା ଦେଇପାରିନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଶାହା ଆସୁଛନ୍ତି ବୋଲି ଖବର ଅଛି, ଯାହା ଚୂଡ଼ାନ୍ତ ନୁହେଁ ବୋଲି ଜଣାପଡ଼ିଛି। ଏନେଇ କୌଣସି କାଗଜପତ୍ର ଆସି ନ ଥିବା ଜଣେ ଉପସଚିବଙ୍କ ସୂତ୍ରରୁ ଜଣାପଡିଛି। ଏଠାରେ ଉଲ୍ଲେଖଯୋଗ୍ୟ, ବିଗତ ଦିନରେ ଶାହା ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି ବାରମ୍ବାର ବିଭିନ୍ନ ତାରିଖ ପ୍ରକାଶ କରାଯାଇଛି। ହେଲେ ଏହିପରି ଅନେକ ଖବର ପ୍ରକାଶ ପାଇବା ପରେ ଶାହାଙ୍କ ଗସ୍ତ ବାତିଲ ହୋଇଥିବା କୁହାଯାଇଛି।

  • Related Posts

    ବଜାରରେ ବିକ୍ରି ହେଉଛି ସିନ୍ଥେଟିକ୍ ପନିର

    କଟକ: ପାର୍ବଣ ଆଗରୁ ପନିରକୁ ନେଇ ଲୋକଙ୍କ ମନରେ ଛନକା। ଖୁଲମ ଖୁଲା ବଜାରରେ ବିକ୍ରି ହେଉଛି ସିନ୍ଥେଟିକ୍ ପନିର । ପନିରକୁ ନେଇ ଧରପଗଡ ଚାଲିଥିବାବେଳେ ଗତକାଲି ବିପୁଳ ପରିମାଣର ଅପମିଶ୍ରିତ ପନିରକୁ ଧରିଛି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ…

    Continue reading
    ପୋଲିସ-ଅନଲାଇନ ଚାଳକ ମୁହାଁମୁହିଁ ଘଟଣା: ବର୍ତ୍ତମାନ ସୁଦ୍ଧା ୧୧୩ ଗିରଫ

    ମାଷ୍ଟର କ୍ୟାଣ୍ଟିନରେ ପୋଲିସ-ଅନଲାଇନ ଅଟୋ ଓ ଟାକ୍ସି ଚାଳକ ମୁହାଁମୁହିଁ ଘଟଣା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୧୩ ଜଣଙ୍କୁ ଗିରଫ କରାଯାଇଛି। ୬୦ ଜଣଙ୍କୁ ଉତ୍ତମ ବ୍ୟବହାର ଲାଗି ଛାଡ଼ି ଦିଆଯାଇଛି। ୩୫୪ଟି ଯାନବାହନ ଜବତ କରାଯାଇଛି। ଖାରବେଳନଗର ଥାନାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ