୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୪

ଭୁବନେଶ୍ୱର :୨୦୩୬ରେ ଆମେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକ ପାଳନ କରିବା ଏବଂ ୨୦୪୭ରେ ସମଗ୍ର ଭାରତବର୍ଷରେ ମଧ୍ୟ ସ୍ଵାଧୀନତାର ଶତବାର୍ଷିକ ପାଳନ କରାଯିବ । ଆମ ରାଜ୍ୟର ଅଭିବୃଦ୍ଧିକୁ ତ୍ଵରାନ୍ଵିତ କରିବା ଲାଗି ଏହି ଦୁଇଟି ଐତିହାସିକ ଘଟଣା ଆମ ପାଇଁ ଅବିକଳ୍ପ ସୁଯୋଗ ଆଣିଦେଇଛି ବୋଲି ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୪ରେ ଓଡିଶା ପାଭିଲିୟନର ଭବ୍ୟ ମଣ୍ଡପକୁ ଆଜି ଅପରାହ୍ନରେ ଉଦଘାଟନ କରି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିବା ସହିତ ୨୦୩୬ ମସିହା ସୁଦ୍ଧା ଓଡିଶାର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ ସୂଚନା ପ୍ରଦାନ କରିଥିଲେ । ଓଡିଶାରେ ମହିଳା ସଶକ୍ତିକରଣର ଦୃଷ୍ଟାନ୍ତ ଦେଇ, ଗ୍ରାମୀଣ ମା’ମାନଙ୍କ ଉନ୍ନତି, କାରୀଗରମାନଙ୍କର ବିକାଶ, କୃଷିଜୀବୀମାନଙ୍କ ଉତଥାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଫଳ ଓ ବଳିଷ୍ଠ ନେତୃତ୍ତ୍ଵରେ ଓଡିଶାର ସାମଗ୍ରିକ ବିକାଶ ଦିଗରେ ରାଜ୍ୟ ଦ୍ରୁତ ବିକାଶ ପଥର ପଥିକ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ପ୍ରକାଶ କରିଥିଲେ । ଆଗାମୀ ଦିନରେ ବିକଶିତ ଭାରତ@୨୦୪୭ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ତ୍ଵରେ ବିକଶିତ ଓଡିଶା@୨୦୩୬ ଏହା ଏକ ଝଲକ ବୋଲି ଶ୍ରୀମତୀ ପରିଡା କହିବା ସହିତ ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

 

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ଵାବଧାନରେ ଏହି ପ୍ୟାଭିଲିୟନରେ ଓଡ଼ିଶାର କଳା ସଂସ୍କୃତି, ଜନଜାତି ଜୀବନ, କୃଷି, ହସ୍ତତନ୍ତ, ହସ୍ତଶିଳ୍ପ, କ୍ଷୁଦ୍ର ଶିଳ୍ପ, ବୁଲେଟ ଟ୍ରେନ, ପର୍ଯ୍ୟଟନ, ପରିବେଶ ସୁରକ୍ଷା ତଥା ରାଜ୍ୟର ସାମଗ୍ରିକ ବିକାଶର ଛବି ପ୍ରତିଫଳିତ ହୋଇଛି । ଏଥିସହିତ, ଓଡ଼ିଶା ସରକାରଙ୍କ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ପ୍ରସ୍ତୁତି ଯୋଜନା ସମେତ ଓଡ଼ିଶା ସରକାରଙ୍କ ପରିବେଶ ସୁରକ୍ଷାରେ ହେନ୍ତାଳ ବନର ଭୂମିକା ଓ ଜୁଆର ଶକ୍ତିର ଉପଯୋଗ ଏବଂ ସମୁଦ୍ରର କ୍ଷାର ଜଳକୁ ମଧୁର ଜଳରେ ପରିବର୍ତ୍ତନ କରିବାର ପ୍ରକ୍ରିୟା ପ୍ୟାଭିଲିୟନର ଶୋଭାକୁ ବହୁଗୁଣିତ କରିବା ସହ ପରିବେଶ ଓ ଉପକୂଳ ସୁରକ୍ଷା ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।

 

ଚଳିତ ବର୍ଷ ଏହି ପ୍ୟାଭିଲିୟନର ୨୫ ଟି ଷ୍ଟଲରେ ବିଭିନ୍ନ ୧୨ ଟି ବିଭାଗ ଓ ସଂସ୍ଥା ଅଂଶଗ୍ରହଣ କରିଛନ୍ତି । ଅନୁଷ୍ଠିତ ଷ୍ଟଲରେ ଓଡ଼ିଶା ସରକାରଙ୍କ ଓରମାସ ଦ୍ଵାରା ପ୍ରସ୍ତୁତ ଗ୍ରାମୀଣ ଉତ୍ପାଦ, ମିଶନ ଶକ୍ତି ମା ମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଘରକରଣା, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତକଳା ସାମଗ୍ରୀ, ଓଡ଼ିଶାର ପର୍ଯ୍ୟଟନ ଦୃଶ୍ୟପଟ୍ଟ, ଓଡ଼ିଶା ଜନଜାତି ଜୀବନ, ଏମଏସଏମଇ, କୃଷି ଉତ୍ପାଦର ଝଲକ ଦେଖିବାକୁ ମିଳୁଛି । ପୁନଶ୍ଚ ରାଜ୍ୟରେ ବାଣିଜ୍ୟ କାରବାରକୁ ଦେଶ ତଥା ଅନ୍ତର୍ଜାତିକ ସ୍ତରରେ ବୃଦ୍ଧି କରିବା ଲକ୍ଷ୍ୟରେ ବ୍ୟବସାୟିକ ଆଲୋଚନା ପାଇଁ ପ୍ଲାଟଫର୍ମର ସୁବ୍ୟବସ୍ଥା କରାଯାଇଛି ।

 

ଆୟୋଜିତ ଉଦଘାଟନୀ ଉତ୍ସବରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ନୂଆଦିଲ୍ଲୀରେ ଅବସ୍ଥାପିତ ଓଡିଶାର ପ୍ରମୁଖ ଆବାସିକ କମିଶନର ଶ୍ରୀ ବିଶାଲ ଗଗନ, ସ୍ଵତନ୍ତ୍ର ଆବାସିକ କମିଶନର ଶ୍ରୀମତୀ ରିତୁ ଆରୋରା, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ବୟନିକାର ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତି ଛୋଟରାୟ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ତଥା ସୂଚନା ଓ ଲୋକସମ୍ପର୍କ ଏବଂ ଅଂଶଗ୍ରହଣକାରୀ ବିଭାଗ ଓ ସଂସ୍ଥା ଗୁଡିକର ବିଭିନ୍ନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

  • Related Posts

    ‘ହର୍ ଘର୍ ଜଲ୍’ ଲକ୍ଷ୍ୟ ପୂରଣ ପାଇଁ ଓଡିଶାରେ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର,୨୪/୦୩/୨୦୨୬: ଓଡିଶାରେ ଜଳ ଜୀବନ ମିଶନ 2.0ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି | ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା…

    Continue reading
    ସଚିବାଳୟର ଅଧିକାରୀମାନଙ୍କ ପାଇଁ ‘ପୋଶ୍’ ସଚେତନତା କର୍ମଶାଳା

    ଭୁବନେଶ୍ୱର, ୨୪/୦୩/୨୦୨୬: କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧ ଏବଂ ନିରାକରଣ) ଅଧିନିୟମ, ୨୦୧୩ (POSH Act) ଉପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ କର୍ମଶାଳା ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟର ଅଧିକାରୀମାନଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ