୪୪ ତହସିଲରେ ସବ୍‌-ରେଜିଷ୍ଟ୍ରେସନ୍‌ ଅଫିସ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସହଜ ହେବ ଜମିଜମା ପଞ୍ଜୀକରଣ ଓ କିଣାବିକା। ଘରେ ବସି ଅନ୍‌ଲାଇନ୍‌ରେ କରିପାରିବେ ସ୍ଲଟ୍ ବୁକ୍‌। ଲୋକସେବା ଭବନରେ ରାଜ୍ୟର ୪୪ଟି ତହସିଲରେ ନୂତନ ଉପନିବନ୍ଧନ କାର୍ୟ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ପ୍ରଥମ ପର୍ୟ୍ୟାୟରେ ୪୪ଟି ତହସିଲରେ ସବ୍‌-ରେଜିଷ୍ଟ୍ରେସନ୍‌ କାର୍ୟ୍ୟାଳୟ ଆରମ୍ଭ ହୋଇଛି । ବାକି ଥିବା ଅନ୍ୟ ତହସିଲଗୁଡ଼ିକରେ ମଧ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସେବା ଉପଲବ୍ଧ ହେବ। ଏହା ପୂର୍ବରୁ ଇ-ରେଜିଷ୍ଟ୍ରେସନ୍‌ ମୋବାଇଲ୍‌ ଆପ୍ ମଧ୍ୟ ଆରମ୍ଭ କରାଯାଇଛି।

ପ୍ରଶାସନିକ କାର୍ୟ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରିବା, ଉନ୍ନତମାନର ସେବା ପ୍ରଦାନ କରିବା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ହେଉଛି ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ଜନସାଧାରଣଙ୍କ ନିକଟରେ ସେବା ପହଞ୍ଚିବା ଦ୍ୱାରା ରେଜିଷ୍ଟ୍ରେସନ୍‌ କାର୍ୟ୍ୟକଳାପ ବୃଦ୍ଧି ପାଇବ। ଯାହା ଫଳରେ ରାଜସ୍ୱ ଆଦାୟରେ ମଧ୍ୟ ଉନ୍ନତି ଆସିବ। ଏହି ସଂସ୍କାରମୂଳକ ପଦକ୍ଷେପ ଜରିଆରେ ଲୋକଙ୍କ ସରକାର ନିଜର ପ୍ରତିବଦ୍ଧତାକୁ କାର୍ୟ୍ୟରେ ପରିଣତ କରୁଛନ୍ତି। ଯାହାଦ୍ୱାରା ନାଗରିକମାନଙ୍କର ସରକାରୀ ବ୍ୟବସ୍ଥା ଉପରେ ଆସ୍ଥା ଅଧିକ ଦୃଢ଼ ହେବ।

  • Related Posts

    ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର

    ନୟାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ବିଲ୍ ପାସ୍ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଡାଟାଏଣ୍ଟ୍ରି ଅପରେଟର। ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ରଣପୁର…

    Continue reading
    ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା

    ଭୁବନେଶ୍ବର : ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ ୨୫ ଜୁଲାଇ ସୁଦ୍ଧା ଯେଉଁ ଆବେଦନଗୁଡ଼ିକର ନାମ ଜିଲ୍ଲା ସ୍ତରରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ