୫ରୁ ଆଦିବାସୀ ମେଳା

ଭୁବନେଶ୍ୱର: ଚଳିତ ବର୍ଷ ଭୁବନେଶ୍ବରରୁ ବିଶ୍ୱ ଦେଖିବ ଜନଜାତିଙ୍କ ଜୀବନଚର୍ୟ୍ୟା। ପ୍ରଥମଥର ପାଇଁ ଭୁବନେଶ୍ୱରରେ ହେଉଥିବା ପ୍ରବାସୀ ଭାରତୀୟ ସମ୍ମିଳନୀ ଅବସରରେ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ କରାଯାଇଛି ଆଦିବାସୀ ମେଳା-୨୦୨୫। ଏଥିରେ ଓଡ଼ିଶାର ଆଦିବାସୀମାନଙ୍କ କଳା, ସଂସ୍କୃତି, ପରମ୍ପରା ଓ ହସ୍ତତନ୍ତ ଆଦିର ବ୍ୟାପକ ପ୍ରଚାରପ୍ରସାର କରାଯିବ। ଆସନ୍ତା ୫ ତାରିଖରୁ ଆରମ୍ଭ ହେଉଥିବା ଏହି ମେଳାର ମୁଖ୍ୟ ଆକର୍ଷଣ ପାଲଟିବ ଡ୍ରୋନ୍‌ ଶୋ’। ୩୦୦ ଡ୍ରୋନ୍‌ ଦ୍ୱାରା ପ୍ରଦର୍ଶିତ ହେବ ଜନଜାତିଙ୍କ ଜୀବନୀଚର୍ୟ୍ୟା। ଏହାସହ ୪୫ରୁ ୬୦ମିନିଟ୍‌ ଅବଧିର ଥିମ୍‌ ବେସ୍‌ଡ ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ସୋ’ ସାଙ୍ଗକୁ କ୍ରିଏଟିଭ୍‌ ଥ୍ରୀଡି ଲାଙ୍ଗୁଏଜ୍‌ ଟ୍ରୀରେ ଆଦିବାସୀମାନଙ୍କ ବିଭିନ୍ନ ଭାଷା ବିଷୟରେ ଜାଣିବାକୁ ପାଇବେ ଦର୍ଶକ। ୧୫ରୁ ୨୦ ଫୁଟ ଉଚ୍ଚତାର ଏହି ଟ୍ରୀ’ରେ ଓଡ଼ିଶାରେ ବିଭିନ୍ନ ପ୍ରଜାତିର ଆଦିବାସୀଙ୍କ ଭାଷା ଶୁଣିବା ସହ ସମ୍ପୂର୍ଣ୍ଣ ତଥ୍ୟ ରହିବ। ସେହିପରି ୧୨ଦିନ ଧରି ୨ଟି ମାସ୍କଟ୍‌ ଆଦିବାସୀଙ୍କ ବେଶଭୂଷା ଓ ବସ୍ତ୍ର ପରିଧାନ କରି ମେଳା ସମ୍ପର୍କରେ ତଥ୍ୟ ପ୍ରଦାନ କରିବ।
କେବଳ ସେତିକି ନୁହେଁ; ଜନଜାତିଙ୍କ ଜୀବନଶୈଳୀକୁ ନେଇ ପ୍ରଦର୍ଶିତ ହେବ ଫ୍ୟାଶନ୍‌ ଶୋ’। ଏହି ଶୋ’ରେ ବିଭିନ୍ନ ପ୍ରଜାତିର ଜନଜାତିମାନେ ବ୍ୟବହାର କରୁଥିବା ବସ୍ତ୍ର ଓ ଅଳଙ୍କାର ଆଦି ପରିଧାନ କରିବେ ୨୦ରୁ ୩୦ଜଣ ମଡେଲ୍‌। ମେଳା ପରିସରରେ ଥିମାଟିକ୍‌ ୱାକ୍‌ ୱେ ସାଙ୍ଗକୁ ଆଉଟ୍‌ଡୋର୍‌ ଫାୟାର ୱାର୍କ ଶୋ’ ଦର୍ଶକଙ୍କୁ ଦେବ ନୂଆ ଅନୁଭୂତି। ସବୁଠାରୁ ଆକର୍ଷଣ ସାଜିବ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ଆଧାରିତ ଲେଜର୍‌ ସୋ’ ସାଙ୍ଗକୁ ଆଉଟ୍‌ଡୋର୍‌ ଫାୟାର ୱାର୍କ ସୋ’। ଏଥିସହିତ ଟ୍ରାଇବାଲ ଟାଟୁ ଆର୍ଟ ମଧ୍ୟ ମେଳାର ଅନ୍ୟତମ ଆକର୍ଷଣ ସାଜିବ।

  • Related Posts

    ମା ବନଦୁର୍ଗାଙ୍କ ମହାସପ୍ତମୀ ପୂଜା, ଉତ୍ସବମୁଖର ରାଇକିଆ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆରେ ମା ବନଦୁର୍ଗାଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି। ମା ଙ୍କ ଆବାହନ ସହ ପୂଜାମଣ୍ଡପରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ଆଗମନ ଆରମ୍ଭ ହୋଇଛି। ଚଳିତ ବର୍ଷ ରାଇକିଆରେ ୫୨ତମ…

    Continue reading
    କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି: କଂଗ୍ରେସ

    ଭୁବନେଶ୍ବର: ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ଘୋଷଣା କରିବା ପରେ କୋଟିଆ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ଆନ୍ଧ୍ର ସରକାରଙ୍କ ପାର୍ବତୀପୁରମ ମାନ୍ୟମ ନୂଆ ଜିଲ୍ଲାର ଅଧିକାରୀ କୋଟିଆ ଅଞ୍ଚଳରେ ପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବା ପାଇଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି