୫ରୁ ଭୁବନେଶ୍ୱରରେ ‘ବ୍ଲାକ୍‌ସ୍ୱାନ୍‌ ସମିଟ୍‌’,ଯୋଗଦେବେ ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,: ‘ବ୍ଲାକ୍‌ ସ୍ୱାନ୍‌ ସମିଟ୍‌ଇଣ୍ଡିଆ ୨୦୨୬’ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଏହି ଅବସରରେ ବିଶ୍ୱସ୍ତରୀୟ ଉଦ୍ୟୋଗୀ, ନିବେଶକାରୀ, ନବସୃଜନକାରୀ ତଥା ନୀତି ନିର୍ଦ୍ଧାରକମାନେ ଗୋଟିଏ ମଞ୍ଚରେ ଏକାଠି ହେବେ । ଏକ ଗୋଲ୍‌ ଟେବୁଲ୍‌ ଶୈଳୀରେ ‘ନିଯୁକ୍ତି, ଚାକିରି, ଦକ୍ଷତା ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଉପରେ ଏଆଇର ପ୍ରଭାବ’ ବିଷୟବସ୍ତୁ ଉପରେ ବାସ୍ତବଧର୍ମୀ ଏବଂ ଫଳାଫଳ-ମୂଖୀ ଆଲୋଚନା ଏବଂ ମନ୍ଥନ କରାଯିବ । ରାଜ୍ୟ ସରକାର ଏବଂଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ(ଜିଏଫଟିଏନ) ମିଳିତ ଆନୁକୂଲ୍ୟରେ ଏହି ସମିଟ୍‌ ଆୟୋଜନ କରାଯାଇଛି ।
ସ୍ଥାନୀୟ ଏକ ତାରକା ହୋଟେଲରେ ଆସନ୍ତା ୫ ଓ ୬ ତାରିଖ ଦୁଇଦିନ ଧରି ଏହି ସମିଟ୍‌ ଚାଲିବ । ମୁଖ୍ୟ ଅତିଥି ଭାବରେ ମହାମହିମରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ସମିଟ୍‌ ପୃଷ୍ଠପୋଷକ ଭାବେମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ । ସିଙ୍ଗାପୁରକ୍ଲାଇମେଟ୍‌ ଆକ୍ସନ ଆମ୍ବାସାଡର ରବି ମେନନ ମୁଖ୍ୟ ବକ୍ତାଏବଂ ବଜାଜ୍‌ ଫିନ୍‌ସର୍ଭ ଏମ୍‌ଡି ସଞ୍ଜୀବ ବଜାଜ୍‌ ମୁଖ୍ୟ ବକ୍ତାଭାବରେ ଉପସ୍ଥିତ ରହିବେ । ସେହିପରି ବିଶିଷ୍ଟ ବକ୍ତାଭାବରେ ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ତଥା ଓସ୍କାରମନୋନୀତ ଚଳଚ୍ଚିତ୍ର ନିର୍ମାତା ଶେଖର କପୁର ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ।
ବିଶେଷକରି ଫିନ୍‌ଟେକ୍‌,ଇନ୍‌ସ୍ୟୋର୍‌ଟେକ୍‌ ଏବଂ ଗ୍ଲୋବାଲ୍‌ କ୍ୟାପାବିଲିଟିସେଣ୍ଟର ବା ଜିସିସି ଉପରେ ଗୁରୁତ୍ୱ ଦିଆଯିବ ।ରାଜ୍ୟ ସରକାରଙ୍କ ‘ଭାରତନେତ୍ର’ ଅଭିଯାନ ଦ୍ୱାରାଆୟୋଜିତ ଏହି ଅନ୍ତରାଷ୍ଟ୍ରୀୟ ସମ୍ମିଳନୀର ଉଦ୍ଦେଶ୍ୟହେଉଛି- ଓଡ଼ିଶାକୁ ଭଦୀୟମାନ ନିବେଶ କେନ୍ଦ୍ର ଏବଂ ବିଶ୍ୱସ୍ତରୀୟ ଡିଜିଟାଲ୍‌ ଫାଇନାନ୍ସ ତଥା ଜିସିସି ହବ୍‌ଭାବରେ ସ୍ଥାପନ କରିବା । ଏହି ସମିଟ୍‌ରେ ଅର୍ଥନୀତି,ଟେକ୍ନୋଲୋଜୀ, ଶିକ୍ଷା ଏବଂ ନୀତି ନିର୍ଦ୍ଧାରଣ କ୍ଷେତ୍ରରୁପ୍ରାୟ ୧୦୦ରୁ ଊଦ୍ଧ୍ୱର୍ ବରିଷ୍ଠ ତଥା ଜାତୀୟ ଓ ବିଶ୍ୱସ୍ତରୀୟ ନେତୃତ୍ୱଅଂଶଗ୍ରହଣ କରିବେ । ଏହା ବିଶ୍ୱସ୍ତରୀୟ ଡିଜିଟାଲ୍‌ ଅର୍ଥନୀତିରଭବିଷ୍ୟତ ଗଠନରେ ଭାରତର ଭୂମିକାକୁ ପ୍ରଦର୍ଶନ କରିବ ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ