୫ ବର୍ଷରେ ଭାରତର ଏସୀୟ ସିଂହ ସଂଖ୍ୟା ୩୨% ବୃଦ୍ଧି

ନୂଆଦିଲ୍ଲୀ: ରବିବାର ପ୍ରକାଶିତ ସିଂହ ଜନସଂଖ୍ୟା ଆକଳନ ରିପୋର୍ଟ ଅନୁଯାୟୀ, ଭାରତର ଏସୀୟ ସିଂହ ସଂଖ୍ୟା ୨୦୨୦ରେ ୬୭୪ଥିବା ବେଳେ ୨୦୨୫ରେ ଏହା ୮୯୧କୁ ବୃଦ୍ଧି ପାଇ ୮୯୧ରେ ପହଞ୍ଚିଛି। ସିଂହ ସଂଖ୍ୟାରେ ୩୨ ପ୍ରତିଶତ ବୃଦ୍ଧି ଏ ବାବଦ ସୁଚିନ୍ତିତ ଯୋଜଜନାର ପରିଣାମ ବୋଲି କୁହାଯାଇଛି। ବୟସ୍କ ମାଈ ସିଂହଙ୍କ ସଂଖ୍ୟା ୨୬୦ରୁ ୩୩୦ (୨୬.୯ ପ୍ରତିଶତ)କୁ ବୃଦ୍ଧି ପାଇଛି, ଯାହା ପ୍ରଜାତିର ପ୍ରଜନନ କ୍ଷମତାକୁ ବଢ଼ାଇଛି। ସଦ୍ୟତମ ଗଣନାରେ ବରଦା ବନ୍ୟପ୍ରାଣୀ ଅଭୟାରଣ୍ୟ, ଜେତପୁର ସମେତ ଅନ୍ୟ ୯ଟି ସ୍ଥାନରେ ସିଂହ ସଂଖ୍ୟା ୪୯୭ରେ ପହଞ୍ଚିଛି। ପ୍ରଥମ ଥର ପାଇଁ କରିଡର ଅଞ୍ଚଳରେ ୨୨ଟି ସିଂହ ଥିବା ରେକର୍ଡ କରାଯାଇଛି। ଏହି ଅବସରରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଟ୍ୱିଟ୍ କରି କହିଛନ୍ତି, ‘ଏସିଆଟିକ୍‌ ସିଂହ’ଙ୍କ ଘର ହୋଇପାରିଥିବାରୁ ଏବେ ଭାରତ ଗର୍ବ ଅନୁଭବ କରୁଛି। ବିଗତ କିଛି ବର୍ଷ ମଧ୍ୟରେ ଆମର ସିଂହ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି।
ଗତ ଏକ ଦଶନ୍ଧି ମଧ୍ୟରେ ସିଂହ ସଂଖ୍ୟା ୨୦୧୫ରେ ୫୨୩ରୁ ୭୦.୩୬ ପ୍ରତିଶତ ବୃଦ୍ଧି ପାଇ ୨୦୨୫ରେ ୮୯୧ରେ ପହଞ୍ଚିଥିବା ବେଳେ ବଣ୍ଟନ କ୍ଷେତ୍ର ୫୯.୦୯ ପ୍ରତିଶତ ବୃଦ୍ଧି ପାଇଛି। ଅମରେଲି ଜିଲ୍ଲାରେ ବର୍ତ୍ତମାନ ସର୍ବାଧିକ ସିଂହ ଅଛନ୍ତି, ଯେଉଁଥିରେ ୮୨ ଜଣ ବୟସ୍କ ପୁରୁଷ ସିଂହ, ୧୧୭ ଜଣ ପ୍ରାପ୍ତ ବୟସ୍କ ମାଈ ଏବଂ ୭୯ଟି ଶାବକ ଅଛନ୍ତି। ଅଞ୍ଚଳ ହିସାବରେ ମିଟିଆଲା ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ଆଖପାଖ ଅଞ୍ଚଳ, ଭାବନଗର ଅଭୟାରଣ୍ୟ ଏବଂ ଦକ୍ଷିଣ ପୂର୍ବ ଉପକୂଳରେ ସିଂହ ସଂଖ୍ୟାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖିବାକୁ ମିଳିଛି। ତେବେ କେତେକ ଅଞ୍ଚଳରେ ହ୍ରାସ ମଧ୍ୟ ରେକର୍ଡ କରାଯାଇଛି। ଗିରନାର ବନ୍ୟପ୍ରାଣୀ ଅଭୟାରଣ୍ୟ (-୪%) ଏବଂ ଭାବନଗର ଉପକୂଳ (-୧୨%)ରେ ଏହି ହ୍ରାସ ଦେଖିବାକୁ ମିଳିଛି। ପ୍ରତିବର୍ଷ ଅଗଷ୍ଟ ୧୦ ତାରିଖରେ ପାଳନ କରାଯାଉଥିବା ବିଶ୍ୱ ସିଂହ ଦିବସର ଉଦ୍ଦେଶ୍ୟ ହେଉଛି ସାରା ବିଶ୍ୱରେ ସିଂହଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା । ଗୁଜରାଟରେ ଏସୀୟ ସିଂହ ହେଉଛି ଏକ ଅନନ୍ୟ ପରିବେଶ ଓ ସାଂସ୍କୃତିକ ସମ୍ପଦ, ଯାହା କେବଳ ସୌରାଷ୍ଟ୍ର ଅଞ୍ଚଳରେ ଦେଖିବାକୁ ମିଳେ । ପ୍ରୋଜେକ୍ଟ ସିଂହ ଅଧୀନରେ ମନ୍ତ୍ରଣାଳୟ ଓ ସଂପୃକ୍ତ ରାଜ୍ୟର ନିରନ୍ତର ପ୍ରୟାସ ପାଇଁ ସଫଳତା ମିଳିଛି। ଏହା ସାଙ୍ଗକୁ ଗୁଜରାଟ ସରକାରଙ୍କ ନେତୃତ୍ୱ ଏହି ସ୍ବତସ୍ତ୍ର ପ୍ରଜାତିର ବଞ୍ଚିବା ଏବଂ ଅଭିବୃଦ୍ଧି ସୁନିଶ୍ଚିତ କରିବା ଦିଗରେ ଆଶାନୁରୂପ ସଫଳତା ଦେଇଛି।

  • Related Posts

    ୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମାଆ କଟକ ଚଣ୍ଡୀଙ୍କ ମନ୍ଦିର ଉନ୍ନତିକରଣ

    କଟକ: ମା କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟ ଦୀର୍ଘ ଦିନ ହେବ ଚାଲୁଥିଲେ ମଧ୍ୟ ଅଧାପାନ୍ତରିଆ କାମ ଫଳରେ ଭକ୍ତମାନେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏନେଇ ମା’ କଟକ ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି ଉପସଭାପତି…

    Continue reading
    ଯୁବକ-ଯୁବତୀଙ୍କୁ ମିଳିଛି ବଳଦ ଦଣ୍ଡ

    ନାରାୟଣପାଟଣା : ପୁଣି ବଳଦ ଦଣ୍ଡ । କୋରାପୁଟ ବନ୍ଧୁଗାଁ ଚିଡି ବାଲସା ଗାଁରେ ପୁଣି ଜଣେ ଯୁବକ-ଯୁବତୀଙ୍କୁ ମିଳିଛି ବଳଦ ଦଣ୍ଡ। ହଳ ଲଙ୍ଗଳ ପକାଇ ପୁରା ଗାଁରେ ବୁଲାଇଛନ୍ତି। ସମ୍ପର୍କୀୟ ଭାଇ ଭଉଣୀ ବାହା ହୋଇଥିବା ଅଭିଯୋଗ କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ତଟରେଖା ଠାରୁ ଆକାଶରେଖା ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ଅସୀମ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ