ଭୁବନେଶ୍ବର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ ରହିଛି । ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପର ପତାକା ପ୍ରଦାନ କରିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଓଡିଶାର ଆଶା, ଆକାଂକ୍ଷା ଓ ଗୌରବର ପ୍ରତୀକ । ଏକ ସଫଳ, ଆକର୍ଷଣୀୟ ଆୟୋଜନ ପାଇଁ ଓଡିଶା ପ୍ରତିଶୃତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।କଳିଙ୍ଗ ଷ୍ଟାଡିୟମରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଶ୍ବ ଆଥଲେଟିକ୍ସ ଚମ୍ପିଅନସିପର ପତାକା ପ୍ରଦାନ କରିଛନ୍ତି । ଏଥିସହିତ ଓଡିଶା ୨୦୨୮ରେ ଏହି ଗୌରବଜନକ ଚମ୍ପିଅନସିପ ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ପତାକାକୁ ଗ୍ରହଣକରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ବିଶ୍ବ ଆଥଲେଟିକ୍ସ ଚମ୍ପିଅନସିପ, ଏହା କେବଳ ଏକ ଇଭେଣ୍ଟ ନୁହେଁ । ଏହା ଓଡିଶାର କ୍ରୀଡା ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ୨୦୨୮ ପାଇଁ କାଉଣ୍ଟଡାଉନ ଆରମ୍ଭ । ଏହା ସହିତ ଏହି ପତାକା ଆମ ଆଶା, ଆକାଂକ୍ଷା ଓ ଗୌରବମୟ ଯାତ୍ରାର ପ୍ରତୀକ । ଏହା ହେଉଛି ସାରା ବିଶ୍ବକୁ ଓଡିଶାର ପ୍ରତିଶୃତି । ଏକ ସଫଳ, ଆକର୍ଷଣୀୟ ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ ।”
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିଅନସିପ୍ 2028 ଆୟୋଜନ କରିବା ପାଇଁ ଆମେ ନିକଟତର ହେଉଥିବାରୁ ଓଡ଼ିଶା ପାଇଁ ଏକ ଗର୍ବର ଏବଂ ଐତିହାସିକ ମୁହୂର୍ତ୍ତ । ଆଜି, କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଠାରୁ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ଆଥଲେଟିକ୍ସ ପତାକା ଗ୍ରହଣ କରିଛି । ଏହି ପତାକା ସର୍ବୋଚ୍ଚ ମାନର ଏକ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟ ଆୟୋଜନ କରିବା ପାଇଁ ଆମର ପ୍ରତିବଦ୍ଧତା, ଗର୍ବ ଏବଂ ପ୍ରସ୍ତୁତିକୁ ପ୍ରତିଫଳିତ କରେ । ଆମେ 2028 ଆଡକୁ ଅଗ୍ରସର ହେଉଥିବା ବେଳେ, ଓଡ଼ିଶା ବିଶ୍ୱକୁ ସ୍ୱାଗତ କରିବା ଏବଂ ଏକ ସଫଳ ଚାମ୍ପିଅନସିପ୍ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ଅଛି । ଏହା ଆମ ରାଜ୍ୟ ଏବଂ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ ।”
ୱାର୍ଲ୍ଡ ଆଥଲେଟିକ୍ସ ଚମ୍ପିଅନସିପ ବିଶ୍ବସ୍ତରୀୟ ଟ୍ରାକ ଆଣ୍ଡ ଫିଲ୍ଡର ଏକ ପ୍ରତିଷ୍ଠିତ କାର୍ଯ୍ୟକ୍ରମ । ଏଥିରେ ବିଶ୍ବର ଶ୍ରେଷ୍ଠ ଖେଳାଳୀମାନେ ପ୍ରତିଯୋଗିତା କରି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉଦ୍ୟମ କରିଥାନ୍ତି । ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆର ରବୀନ୍ଦ୍ର ଚୌଧୁରୀ ଏବଂ ଓଡିଶାର କ୍ରୀଡା ସଚିବ ଭୂପେନ୍ଦ୍ର ସିଂ ପୁନିଆ ପୋଲାଣ୍ଡରେ ଏହି ଚମ୍ପିଅନସିପ୍ର ଫ୍ଲାଗ ଗ୍ରହଣ କରିଥିଲେ । ଏହା ଦ୍ବାରା ଭାରତ ଓ ଓଡିଶାକୁ ଏହି ଚମ୍ପିଅନସିପ ଆୟୋଜନ କରିବାର ଦାୟିତ୍ବ ବିଧିବଦ୍ଧ ଭାରେ ପ୍ରଦାନ କରାଯାଇଛି । ପୋଲାଣ୍ଡରେ ୱାର୍ଲ୍ଡ ଆଥଲେଟିକ୍ସର ପ୍ରେସିଡେଣ୍ଟ ସେବାଷ୍ଟିଆନ କୋ ଭାରତର ଓଡିଶାରେ ଏହି ଚମ୍ପିଅନସିପ ହେବ ବୋଲି ଘୋଷଣା କରିଛନ୍ତି । ଏହା ଦ୍ବାରା ବିଶ୍ବ କ୍ରୀଡା ପଟଳରେ ଓଡିଶା ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛି ।
ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍,ବିଶ୍ବ ଚମ୍ପିଆନ୍ଙ୍କୁ ହରାଇ ପାୟଲଙ୍କୁ ସ୍ବର୍ଣ୍ଣ
ବଲାଙ୍ଗିର: ବ୍ୟାଙ୍ଗକକ୍ରେ ଚାଲିଥିବା ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍ରେ କ୍ରମାଗତ ୨ୟ ଦିନରେ ଦେଶ ପାଇଁ ୨ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ। ଶନିବାର ଫାଇନାଲରେ ୧୮ ବର୍ଷ ବୟସ୍କା ପାୟଲ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ…




