ଦୁର୍ନୀତିରେ ମାତିଛନ୍ତି ସରକାରୀ ବାବୁ!

ଲାଞ୍ଚ ନେବା ଏକ ଦଣ୍ଡନୀୟ ଅପରାଧ। ଭିଜିଲାନ୍ସ ସଚେତନତା ସପ୍ତାହରେ ପ୍ରତିବର୍ଷ ସରକାରୀ ବାବୁମାନେ ଶପଥ ନେଉଛନ୍ତି। ତଥାପି ବାବୁମାନେ ଲାଞ୍ଚ ନେଇ ମାଲାମାଲ୍‌ ହେଉଛନ୍ତି। ଆଉ ପରବର୍ତ୍ତୀ ସମୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରାପଡ଼ୁଛନ୍ତି ସରକାର ବାବୁ। ମିଳିଥିବା ସୂଚନା ଅନୁସାରେ ଗତ ୫ ବର୍ଷରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪୪୭ ଜଣ ସରକାରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କଂଗ୍ରେସ ବିଧାୟକ କାଡ୍ରାକା ଆପାଲା ସ୍ୱାମୀଙ୍କ ପ୍ରଶ୍ନରେ ଆଜି ବିଧାନସଭାରେ ଏପରି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ବିଧାୟକ କାଡ୍ରାକା ଆପାଲା ସ୍ୱାମୀଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟରେ ଦୁର୍ନୀତି ନିବାରଣ ବିଭାଗ ୨୦୧୯ ଜାନୁଆରୀ ୧ ତାରିଖରୁ ୨୦୨୩ ଡିସେମ୍ୱର ୩୧ ଭିତରେ ୪୪୭ ଜଣ ସରକାରୀ ବାବୁଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାମଲା ରୁଜୁ ହୋଇଛି। ସେହିପରି ୫୯୪ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ଫନ୍ଦି ମାମଲା ରୁଜୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଗତ ୫ ବର୍ଷରେ ୯୧୧ଟି ଭିଜିଲାନ୍ସ ମାମଲାର ବିଚାର ପ୍ରକ୍ରିୟା ଶେଷ ହୋଇଛି। ଯେଉଁଥିରେ ବିଚାର ପ୍ରକ୍ରିୟା ଶେଷ ହୋଇଥିବା ୩୦ଟି ମାମଲା ଉପରୋକ୍ତ ୫ ବର୍ଷ ମଧ୍ୟରେ ରୁଜୁ ହୋଇଥିଲା। ଉକ୍ତ ୩୦ଟି ମାମଲା ମଧ୍ୟରୁ ୧୧ଟି ମାମଲାରେ ୧୧ ଜଣ ସରକାରୀ କର୍ମଚାରୀ ବିଭିନ୍ନ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ୧୨ଟି ମାମଲାରେ ସରକାରୀ କର୍ମଚାରୀମାନେ ଦୋଷ ମୁକ୍ତ ହୋଇଛନ୍ତି। ୭ଟି ମାମଲାରେ ସରକାରୀ କର୍ମଚାରୀମାନେ ବିଚାରାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ତେଣୁ ସେହି ମାମଲା ଗୁଡ଼ିକ ସମାପ୍ତ କରି ଦିଆଯାଛି। ଦଣ୍ଡିତ ହୋଇଥିବା କୌଣସି ସରକାରୀ କର୍ମଚାରୀ ସରକାରୀ କାର୍ଯ୍ୟରେ ନିୟୋଜିତ ନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ଉତ୍ତରରେ କହିଛନ୍ତି।

ରାଜ୍ୟରେ ଦୁର୍ନୀତି ନିବାରଣ ପକ୍ଷରୁ ଗତ ୫ ବର୍ଷରେ କେତେ ଜଣ ସରକାରୀ କର୍ମଚାରୀଆୟ ବହିର୍ଭୂତ ଠୁଳ କରିଛନ୍ତି? କେତେ ଜଣ ଟ୍ରାପ୍‌ ହୋଇ ମାମଲା ରୁଜୁ ହୋଇଛି? କେତେ ଜଣ ଭିଜିଲାନ୍ସ କୋର୍ଟଦ୍ୱାରା ଦଣ୍ଡିତ ହୋଇଛନ୍ତି? ଦଣ୍ଡିତ ପରେ କେତେ ଜଣ କର୍ମଚାରୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି? ଆଜି ବିଧାନସଭାରେ ଏପରି ପ୍ରଶ୍ନ ପଚାରିଥିଲେ କଂଗ୍ରେସ ବିଧାୟକ କାଡ୍ରାକା ଆପାଲା ସ୍ୱାମୀ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ