ରାଜ୍ୟରେ ୪୭୩ଟି ଓଏଏସ୍‍ ପଦବୀ ଖାଲି ପଡିଛି

ଭୁବନେଶ୍ୱର : ଓଡିଶା ପ୍ରଶାସନିକ ସେବା (ଓଏଏସ୍‍) ପାହ୍ୟାରେ ୪୭୩ ପଦବୀ ଖାଲି ପଡିଛି । ଓଡିଶା ଅର୍ଥସେବାରେ ୨୭୦ ପଦବୀ ଖାଲି ପଡିଥିବାବେଳେ ଓଡିଶା ଜଙ୍ଗଲ ସେବାରେ ୫୭୯ ପଦବୀ ଖାଲି ରହିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ରାଜ୍ୟରେ ପ୍ରଶାସନିକ ସେବା କ୍ଷେତ୍ରରେ ଖାଲି ପଡିଥିବା ପଦବୀ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରର ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ରାଜ୍ୟରେ ମୋଟ୍‍ ୨୨୪୮ଟି ମଞ୍ଜୁରୀପ୍ରାପ୍ତ ଓଏଏସ୍‍ ପଦବୀ ଥିବାବେଳେ ସେଥିରେ ୧୭୭୫ ଜଣ କାର୍ଯ୍ୟରତ ଅଛନ୍ତି । ୪୭୩ଟି ପଦବୀ ଖାଲି ପଡିଛି । ତେବେ କନିଷ୍ଠ ଓଏଏସ୍‍ ବର୍ଗରେ ସର୍ବାଧିକ ପଦବୀ ଖାଲି ରହିଛିା

ସେହିଭଳି ଓଡିଶା ଅର୍ଥସେବା (ଓଏଫ୍‍ଏସ୍‍) ରେ ୧୧୭୨ଟି ମଞ୍ଜୁରୀପ୍ରାପ୍ତ ପଦବୀରେ ୯୦୨ ଜଣ କାର୍ଯ୍ୟରତ ଥିବାବେଳେ ୨୭୦ଟି ପଦବୀ ଖାଲି ପଡିଛିା ଓଏଏସ୍‍ ପାହ୍ୟା ଭଳି ଏଠାରେର ମଧ୍ୟ କନିଷ୍ଠ ବର୍ଗରେ ୨ଶହରୁ ଅଧିକ ପଦବୀ ଖାଲି ପହିଛି । ଓଡିଶା ଜଙ୍ଗଲ ସେବା (ଓଏଫ୍‍ଏସ୍‍)ରେ ସର୍ବାଧିକ ୫୭୯ଟି ପଦବୀ ଖାଲି ରହିଛି । ଏହି ବର୍ଗରେ ୧୦୫୮ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ସେଥିରେ ମାତ୍ର ୪୭୯ଜଣ କାର୍ଯ୍ୟ କରୁଛନ୍ତି । ଜଙ୍ଗଲ ସେବାରେ ସବୁ ପାହ୍ୟାରେ ପଦବୀ ଖାଲି ରହିଛି । ସେହିଭଳି ରାଜ୍ୟରେ ଭାରତୀୟ ପୁଲିସ୍‍ ସେବା (ଆଇପିଏସ୍‍) ର ୧୯୫ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରୁ ୬୮ଟି ଖାଲି ପଡିଛି । ଓଡିଶା କ୍ୟାଡରର ୨୨ଜଣ ଆଇପିଏସ୍‍ ଅଫିସର କେନ୍ଦ୍ର ଓ ଅନ୍ୟ ରାଜ୍ୟ କ୍ୟାଡରକୁ ଯାଇଛନ୍ତି । ସେହିଭଳି ୨୩ଜଣ ଆଇଏଏସ୍‍ ଓ ୯ଜଣ ଆଇଏଫ୍‍ଏସ୍‍ ଅଫିସର କେନ୍ଦ୍ରଓ ଅନ୍ୟ ରାଜ୍ୟ କ୍ୟାଡରକୁ ଯାଇଛନ୍ତି । ଅନ୍ୟ ରାଜ୍ୟ କ୍ୟାଡରର ୨ଜଣ ଆଇଏଏସ୍‍ଅଫିସର ଓଡିଶାରେ କାର୍ଯ୍ୟରତ ଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।

  • Related Posts

    ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା…

    Continue reading
    କଟକ ନେତାଜୀ ବସ ଟର୍ମିନାଲ ସ୍ଥାନାନ୍ତର ଦାବି ଉଠାଇଲେ ଭର୍ତ୍ତୃହରି

    କଟକ : କଟକ ନେତାଜୀ ବସ ଟର୍ମିନାଲରେ ସ୍ଥାନାନ୍ତର ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦାବି । ଭର୍ତ୍ତୃହରି କହିଛନ୍ତି, କଟକ ବସ ଗମନାଗମନ ସୁଗମ କରିବାକୁ କାଠଯୋଡ଼ି ଉପରେ ୧୩୦ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ସେତୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ