ଗୋଟିଏ ମିନିଟ୍‌ର ରାଗ, କୋଟିଏ ପ୍ରକାରର ରୋଗ!

ହସ, କାନ୍ଦ ପରି ରାଗ ମଧ୍ୟ ଏକ ସ୍ବାଭାବିକ ପ୍ରତିକ୍ରିୟା। ପ୍ରତ୍ୟେକ ମଣିଷ କୌଣସି ନା କୌଣସି କାରଣରୁ ରାଗିଥାନ୍ତି। ହେଲେ ଏହାକୁ ଯେତେ କମ୍‌ କରିବା, ଆମ ନିଜ ପାଇଁ ସେତେ ଭଲ। ଆପଣ ଜାଣନ୍ତି କି, ମାତ୍ର କେତେ ମିନିଟ୍‌ର ରାଗ ପାଇଁ ଆମକୁ କେଉଁସବୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିପାରେ?
-ବିଜ୍ଞାନ ଅନୁସାରେ, ମାତ୍ର ଏକ ମିନିଟ୍‌ର ରାଗ ଆମ ରୋଗ ପ୍ରତିରୋଧକ ପ୍ରକ୍ରିୟାକୁ ୪-୫ ଘଣ୍ଟା ପର୍ଯ୍ୟନ୍ତ ପଛାଇ ଦେଇପାରେ।
– ମାତ୍ରାଧିକ ରାଗୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ହୃଦ୍‌ରୋଗ, ବ୍ରେନ୍‌ ଷ୍ଟ୍ରୋକ୍ ଓ ରକ୍ତଚାପ ଆଶଙ୍କା ଯଥେଷ୍ଟ ଅଧିକ। ଅତ୍ୟଧିକ ରାଗ ଯୋଗୁଁ ୨ ଘଣ୍ଟା ପର୍ଯ୍ୟନ୍ତ ହୃଦ୍‌ଘାତ ଓ ଷ୍ଟ୍ରୋକ୍‌ର ଆଶଙ୍କା ବୃଦ୍ଧି ହୁଏ।
– ଯଦି ଆମେ ୮ ମିନିଟ୍‌ ପର୍ଯ୍ୟନ୍ତ ରାଗିକି ରହୁ, ତେବେ ପ୍ରାୟ ୪୦ ମିନିଟ୍‌ ପର୍ଯ୍ୟନ୍ତ ଆମ ଶରୀରର ରକ୍ତ ଚଳାଚଳ ବାଧାପ୍ରାପ୍ତ ହେବା ଆଶଙ୍କା ରହେ।
– କେତେକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ରାଗ ମସ୍ତିଷ୍କକୁ ବୟସ୍କ କରିଦିଏ, ବିଶେଷ କରି ମସ୍ତିଷ୍କର ସେହି ଅଂଶକୁ, ଯାହା ଭାବପ୍ରବଣତାକୁ ନିୟନ୍ତ୍ରିତ କରିଥାଏ।
– ଶାରୀରିକ ସମସ୍ୟା ବ୍ୟତୀତ ରାଗ ମାନସିକ ଓ ସାମାଜିକ ସମ୍ପର୍କକୁ କ୍ଷତି ପହଞ୍ଚାଇଥାଏ। ମାତ୍ର କିଛି ସେକେଣ୍ଡ୍‌ର ରାଗ ଆମ ଜୀବନକୁ ଛାରଖାର୍‌ କରିଦେଇପାରେ।

ସମାଧାନର ଉପାୟ
ଗବେଷଣାରୁ ଜଣାପଡ଼ିଛି ଯେ, ରାଗର ପ୍ରାରମ୍ଭିକ ସୀମା ମାତ୍ର ୯୦ ସେକେଣ୍ଡ୍‌। ସେହି ସମୟକୁ ଆମେ ଧୈର୍ଯ୍ୟର ସହ ଅତିକ୍ରମ କଲେ, ସବୁ ସମସ୍ୟାରୁ ନିଜକୁ ମୁକ୍ତ କରିପାରିବା। ଆତ୍ମ-ନିୟନ୍ତ୍ରଣ ଶକ୍ତି ବଢ଼ାଇବାର ସବୁଠାରୁ ସରଳ ଉପାୟ ହେଉଛି, ନିୟମିତ ଧ୍ୟାନ କରି ନିଜ ଉପରେ ନିୟନ୍ତ୍ରଣ କରିବା କ୍ଷମତା ବୃଦ୍ଧି କରିବା। ଏହା ରାଗକୁ ବି ନିୟନ୍ତ୍ରଣ କରେ।

  • Related Posts

    କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?

    ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…

    Continue reading
    କେଉଁ ସମସ୍ୟା ଥିଲେ କଦଳୀ ଖାଇବା ଅନୁଚିତ୍‌

    ମେଦବହୁଳ ସମସ୍ୟା କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ । ହାୟପରକେଲେମିଆ କଦଳୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ