ଆଜି ଆଇପିଏଲ୍‌ ପ୍ରଥମ କ୍ଵାଲିଫାୟର ମ୍ୟାଚ୍

ମୁଲାନପୁର(ପଞ୍ଜାବ): ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)-୨୦୨୫ ଅନ୍ତିମ ଚରଣରେ ପହଞ୍ଚିଛି। ଲିଗ୍‌ ପର୍ୟ୍ୟାୟ ଶେଷ ହୋଇଥିବାବେଳେ ଟେବୁଲର ପ୍ରଥମ ଦୁଇ ସ୍ଥାନରେ ଥିବା ପଞ୍ଜାବ କିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ କ୍ବାଲିଫାୟର-୧ ଗୁରୁବାର ଖେଳାଯିବ। ଉକ୍ତ ମ୍ୟାଚ ମୁଲାନପୁରରେ ଖେଳାଯିବ। ଏହି ମ୍ୟାଚକୁ ଜିତି ଉଭୟ ଦଳ ପ୍ରଥମେ ଫାଇନାଲରେ ସ୍ଥାନ ସୁରକ୍ଷିତ ରଖିବାକୁ ଉଦ୍ୟମ କରିବେ। ଦୁଇ ଦଳ ଏପର୍ୟ୍ୟନ୍ତ ଆଇପିଏଲ ଟ୍ରଫି ଜିତିପାରିନାହାନ୍ତି। ଉକ୍ତ ଟ୍ରଫି ସ୍ବପ୍ନକୁ ପୂରଣ କରିବା ନେଇ ଉଭୟ ଦଳ ମ୍ୟାଚକୁ ଜିତି ଫାଇନାଲରେ ସ୍ଥାନ ସୁରକ୍ଷିତ ନେଇ ଲକ୍ଷ୍ୟ ରଖିଛନ୍ତି। ପଞ୍ଜାବ କିଙ୍ଗ୍‌ସ ୧୧ ବର୍ଷ ପରେ ପ୍ରଥମ ଥର ପାଇଁ ଆଇପିଏଲର କ୍ବାଲିଫାୟର -୧ ଖେଳିବାକୁ ଯାଉଛି।ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୪ଟି ମ୍ୟାଚରୁ ୯ଟି ବିଜୟ, ୪ଟି ପରାଜୟ ଓ ଗୋଟିଏ ବାତିଲ ସହ ୧୯ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହି କ୍ବାଲିଫାୟର-୧ ପାଇଁ ଯୋଗ୍ୟତା ହାସଲ କରିଛି। ବ୍ୟାଟିଂ ଅବା ବୋଲିଂ ଉଭୟ କ୍ଷେତ୍ରରେ ଦଳ ଭଲ ପ୍ରଦର୍ଶନ କରୁଛି। ବିଶେଷ କରି ବିରାଟ କୋହଲିଙ୍କ ଫର୍ମ ଦଳକୁ ଅଧିକ ଶକ୍ତିଶାଳୀ କରିଛି। ଦଳର ବ୍ୟାଟିଂ ଭାର କୋହଲିଙ୍କ ସମେତ ଫିଲ୍‌ ସଲ୍‌ଟ, ରଜତ ପଟିଦାର, ଜିତେଶ ଶର୍ମା, ଲିୟାମ ଲିଭିଙ୍ଗଷ୍ଟୋନ, ମୟଙ୍କ ଅଗ୍ରୱାଲ, ରୋମାରିଓ ସୈଫର୍ଟଙ୍କ ଉପରେ ନିର୍ଭର କରୁଛି। ବିରାଟ ୬୦୨, ଫିଲ୍‌ ସଲ୍‌ଟ ୩୩୧ରନ କରିଛନ୍ତି।ଦଳ ଶେଷ ମ୍ୟାଚରେ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସକୁ ୬ ୱିକେଟରେ ପରାସ୍ତ କରିଥିଲା। ଏକଦା ଲକ୍ଷ୍ନୌ ୨୨୭ରନ କରିଥିବାବେଳେ ବେଙ୍ଗାଲୁରୁ ୪ ୱିକେଟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଜିତେଶ ଶର୍ମା ଅପରାଜିତ ୮୫ରନର ଇନିଂସ ଖେଳିଥିଲେ। ଏହାଛଡ଼ା ମୟଙ୍କ ଅଗ୍ରୱାଲ ମଧ୍ୟ ରନ କରିଥିଲେ।

ବୋଲିଂରେ ନୂଆନ ତୁଷାରା, କ୍ରୁନାଲ ପାଣ୍ଡ୍ୟା, ୟଶ ଦୟାଲ, ଭୁବନେଶ୍ବର କୁମାର, ସୂୟାଶ ଶର୍ମା ଓ ରୋମାରିଓ ସୈଫର୍ଟ ରହିଛନ୍ତି। ସ୍ପିନର ଭାବେ କ୍ରୁନାଲ ଓ ସୂୟାଶ ସଠିକ ଦାୟିତ୍ବ ତୁଲାଉଛନ୍ତି। ଜେଶ ହାଜେଲଉଡ୍‌ ଦଳରେ ଯୋଗ ଦେବା ପ​‌େ​‌ର ବୋଲିଂ ଭାର ଅଧିକ ମଜବୁତ ହୋଇଛି। ପଞ୍ଜାବ ବିପକ୍ଷରେ ହାଜେଲଉଡ୍‌ ଖେଳିବା ନେଇ ଆଶା କରାଯାଉଛି। ଉଭୟ କ୍ଷେତ୍ରରେ ଦଳ ସନ୍ତୁଳିତ ରହିଥିବାରୁ ପଞ୍ଜାବକୁ ପରାସ୍ତ କରି ଫାଇନାଲରେ ପହଞ୍ଚିବାକୁ ଆଶାବାଦୀ ରହିିଛି।

ଶ୍ରେୟସ ଆୟରଙ୍କ ନେତୃତ୍ବାଧିନ ପଞ୍ଜାବ କିଙ୍ଗ୍‌ସ ଲିଗ୍‌ ପର୍ୟ୍ୟାୟରେ ୧୪ଟି ମ୍ୟାଚରୁ ୯ଟି ବିଜୟ, ୪ଟି ପରାଜୟ ଓ ଗୋଟିଏ ବାତିଲ ସହ ୧୯ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ବେଶ ସନ୍ତୁଳିତ ରହିଛି। ବ୍ୟାଟିଂରେ ପ୍ରଭସିମ୍ରନ ସିଂହ ୪୯୯,ଶ୍ରେୟସ ଆୟର ୫୧୪ ଓ ପ୍ରିୟାଂଶ ଆର୍ୟ୍ୟ ୪୨୪ ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶଶାଙ୍କ ସିଂହ, ଜୋଶ ଇଙ୍ଗଲିଶ, ନେହାଲ ୱାଧେରା, ମାର୍କୋସ ଷ୍ଟୋଇନିସ ପ୍ରମୁଖ ରନ କରୁଛନ୍ତି। ଅର୍ଶଦୀପ୍‌ ସିଂହ ୧୮ଟି ୱିକେଟ ନେଇ ଭଲ ଫର୍ମରେ ରହିଥିବାବେଳେ ବିଜୟ କୁମାର ବୈଶାଖ, କାଏଲ ଜେମିସନ, ମାର୍କୋ ୟାନସେନ ଦ୍ରୁତ ବୋଲିଂ ଭାର ସମ୍ଭାଳୁଛନ୍ତି। ସ୍ପିନର ଭାବେ ହରପ୍ରିତ ବ୍ରାର ​‌େ​‌ଶଷ ଦୁଇ ମ୍ୟାଚରେ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ। ଦଳ ଶେଷ ମ୍ୟାଚରେ ୭ ୱିକେଟରେ ମୁମ୍ବଇ ଇଣ୍ଡିଆନ୍‌ସକୁ ପରାସ୍ତ କରିଥିଲା। ଉକ୍ତ ପ୍ରଦର୍ଶନକୁ ବେଙ୍ଗାଲୁରୁ ବିପକ୍ଷରେ ବଜାୟ ରଖିବା ନେଇ ଦଳ ଲକ୍ଷ୍ୟ ରଖିଛି। ଚଳିତ ଆଇପିଏଲ​‌େ​‌ର ଦୁଇ ଦଳ ତୃତୀୟ ଥର ପାଇଁ ମୁହାଁମୁହିଁ ହେବେ। ପ୍ରଥମ ଚରଣ ମ୍ୟାଚରେ ପଞ୍ଜାବ ୫ ୱିକେଟରେ ବିଜୟୀ ହୋଇଥିବାବେଳେ ଦ୍ବିତୀୟ ଚରଣ ମ୍ୟାଚରେ ବେଙ୍ଗାଲୁରୁ ୭ ୱିକେଟରେ ପଞ୍ଜାବକୁ ପରାସ୍ତ କରିଥିଲା। ଉଭୟ ଦଳ ଚଳିତ ଆଇପିଏଲ​‌ରେ ଆକ୍ରମଣାତ୍ମକ କ୍ରିକେଟ ଖେଳିଛନ୍ତି। କ୍ବାଲିଫାୟର-୧ରେ ବଡ଼ ସ୍କୋର ହେବା ନେଇ ମଧ୍ୟ ଆଶା କରାଯାଉଛି।

  • Related Posts

    ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌,ବିଶ୍ବ ଚମ୍ପିଆନ୍‌ଙ୍କୁ ହରାଇ ପାୟଲଙ୍କୁ ସ୍ବର୍ଣ୍ଣ

    ବଲାଙ୍ଗିର: ବ୍ୟାଙ୍ଗକକ୍‌ରେ ଚାଲିଥିବା ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌ରେ କ୍ରମାଗତ ୨ୟ ଦିନ​‌ରେ ଦେଶ ପାଇଁ ୨ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ। ଶନିବାର ଫାଇନାଲରେ ୧୮ ବର୍ଷ ବୟସ୍କା ପାୟଲ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ…

    Continue reading
    ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮; ଆୟୋଜନ ପାଇଁ ପ୍ରସ୍ତୁତ ଓଡି଼ଶା, କାଉଣ୍ଟଡାଉନ ଆରମ୍ଭ

    ଭୁବନେଶ୍ବର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ ରହିଛି । ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ