ଲକ୍ଷପତି ଦିଦି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ମହିଳାଙ୍କୁ ଆର୍ଥିକ ସ୍ୱାଧୀନତା ଦେବା :ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦର୍ଶୀ ମାର୍ଗଦର୍ଶନରେ ଲକ୍ଷପତି ଦିଦି ଯୋଜନା ମହିଳା ମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିବାର ମାର୍ଗ ପ୍ରସ୍ତୁତ କରିଛି। ଏହା କେବଳ ରୋଜଗାରର କଥା ନୁହେଁ। ପରନ୍ତୁ, ଏହାର ମୂଳ ଉଦ୍ଦେଶ୍ୟ ହେଉଛି ମହିଳା ମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବା ଏବଂ ଗ୍ରାମାଞ୍ଚଳ ମହିଳାଙ୍କ ମଧ୍ୟରେ ନେତୃତ୍ୱ ଭାବନା ଜାଗ୍ରତ କରିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଷ୍ଟ୍ରୀୟ ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫ ଅବସରରେ କହିଛନ୍ତି। ସୂଚନାଯୋଗ୍ୟ ଯେ ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଦେଶର ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଲକ୍ଷପତି ଦିଦି ଓ ସରକାରୀ ଅଧିକାରୀ ମାନେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଆଜିର ଏହି ସମ୍ମିଳନୀ କେବଳ ଆମ ପାଇଁ ଉପଲବ୍ଧିର ଉତ୍ସବ ନୁହେଁ ବରଂ ଏହା ହେଉଛି ଆମର ମହିଳା ନେତୃତ୍ୱ ପ୍ରତି ସଂକଳ୍ପ। ମହିଳା ମାନଙ୍କ ଶକ୍ତି ଓ ଉଦ୍ୟମ ପରିବାର ଓ ଦେଶର ଭବିଷ୍ୟତକୁ ସୁଦୃଢ କରିଥାଏ। ଲକ୍ଷପତି ଦିଦି ଯୋଜନା କେବଳ ଏକ କଲ୍ୟାଣକାରୀ ଯୋଜନା ନୁହେଁ, ଏହା ହେଉଛି ଏକ ସମାବେଶୀ ଓ ସ୍ଥାୟୀ ବିକାଶର ରଣନୀତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ମହିଳାଙ୍କର ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ସ୍ୱତନ୍ତ୍ରତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜନୀତିକ କ୍ଷେତ୍ରରେ ମହିଳା ମାନଙ୍କ ପ୍ରତିନିଧିତ୍ୱ ପାଇଁ ନାରୀଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ହୋଇଛି। ଏହା ମାଧ୍ୟମରେ ଆଗାମୀ ନିର୍ବାଚନରେ ଅତି କମରେ ୩୩ ପ୍ରତିଶତ ମହିଳା ଲୋକସଭା ଓ ବିଧାନସଭାକୁ ନିର୍ବାଚିତ ହୋଇ ଆସିବେ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଓଡିଶା ଲକ୍ଷପତି ଦିଦି ମିଶନକୁ ପ୍ରତିବଦ୍ଧତାର ସହ କାର୍ୟ୍ୟକାରୀ କରିଛି। ପ୍ରାୟ ୧୭ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ଗଢି ଆଜି ଓଡିଶା ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ସଫଳତା ଆମ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ନିଷ୍ଠା, ମିଶନ ଶକ୍ତି ଏବଂ ଓଡିଶା ଜୀବିକା ମିଶନର ଆନ୍ତରିକତା ଓ ତୃଣମୂଳ ସ୍ତରରେ ଦକ୍ଷତାପୂର୍ଣ୍ଣ କାର୍ୟ୍ୟର ଫଳସ୍ୱରୂପ ଆମକୁ ମିଳିଛି।
ସେ ଆହୁରି କହିଥିଲେ, ଓଡିଶାର ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ବିନା ସୁଧରେ ୠଣ ଉପଲବ୍ଧ କରାଯାଉଛି। ରିଭଲଭିଂ ଫଣ୍ଡ ସହାୟତାକୁ ୧୫ ହଜାର ଟଙ୍କାରୁ ବଢାଇ ୩୦ ହଜାର ଟଙ୍କାକୁ କରାଯାଇଛି। କମୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡକୁ ବଢାଇ ୩୫ ଲକ୍ଷ ଟଙ୍କାରୁ ୬୦ ଲକ୍ଷ ଟଙ୍କାକୁ କରାଯାଇଛି। ଏହା ଦ୍ୱାରା ଝଐଏ ସଦସ୍ୟା ମାନେ ନିଜ ବ୍ୟବସାୟ ଓ ଜୀବିକାକୁ ଆତ୍ମ ବିଶ୍ୱାସର ସହ ଆଗକୁ ନେଇ ପାରୁଛନ୍ତି। ସୁଭଦ୍ରା ଶକ୍ତି ମେଳା ମାଧ୍ୟମରେ ଝଐଏ ମହିଳା ମାନେ ଲକ୍ଷାଧିକ ଟଙ୍କାର ବ୍ୟବସାୟ କରି ନିଜର ପରିଚୟ ସୃଷ୍ଟି କରିବା ସହିତ ଆତ୍ମବିଶ୍ୱାସ ବଢାଇ ପାରୁଛନ୍ତି। ଆମର ସୁଭଦ୍ରା ଶକ୍ତି କାଫେ ଏକ ନୂଆ ଜୀବିକା ମଡେଲ୍ ଭାବେ ଆରମ୍ଭ ହୋଇଛି। ଏହା ମାଧ୍ୟମରେ ଝଐଏ ମହିଳା ମାନେ ବଡ ବଡ କାଫେ ଚଳାଉଛନ୍ତି। ଆମ ମହିଳା ମାନଙ୍କ ନିଷ୍ଠା ଓ କଠିନ ପରିଶ୍ରମ ବର୍ତ୍ତମାନ ବ୍ୟବସାୟ ଜରିଆରେ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରୁଛି।
ସେ କହିଥିଲେ, ଆମ ସରକାର ଓଡିଶାର ପ୍ରତି ମହିଳାଙ୍କ ବିକାଶ ପାଇଁ ସଠିକ ପରିବେଶ, ସମର୍ଥନ ଓ ସାଧନ ଯୋଗାଇଦେବା ପାଇଁ ପ୍ରତିବଦ୍ଧ ଅଛନ୍ତି। ମହିଳା ମାନଙ୍କୁ ଉଦ୍ୟୋଗୀ ଓ ନେତୃତ୍ୱ କ୍ଷେତ୍ରରେ ଆଗକୁ ବଢାଇବା ପାଇଁ ଆମେ ସମସ୍ତ ଉଦ୍ୟମ ଜାରି ରଖିଛୁ। ଆମର ଲକ୍ଷ୍ୟ ହେଉଛି ଲକ୍ଷପତି ଦିଦି କେବଳ ମହିଳା ମାନଙ୍କ ଜୀବିକା ନୁହେଁ, ଏହାକୁ ମହିଳା ମାନଙ୍କ ଗରିମା ବୃଦ୍ଧି, ସ୍ୱାବଲମ୍ବନଶୀଳତା ଓ ନେତୃତ୍ୱର ଆନ୍ଦୋଳନ ରୂପେ ପରିଣତ କରିବା।
ଏହି ଅବସରରେ ରାୟଗଡା ଜିଲ୍ଲାର ଲକ୍ଷପତି ଦିଦି ଶ୍ରୀମତୀ ବିନ୍ଧ୍ୟବାଶିନୀ, ମହାରାଷ୍ଟ୍ରର ଶ୍ରୀମତୀ ଶୋଭା ଦିଗମ୍ବର କଦମ୍ ସେମାନଙ୍କର ସଫଳତାର ଅନୁଭୂତି ଓ ଅଭିଜ୍ଞତାକୁ ବର୍ଣ୍ଣନା କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଲକ୍ଷପତି ଦିଦି ଭାବରେ ଦେବଗଡ ଜିଲ୍ଲାର ଶକୁନ୍ତଳା ଧଳ, ଗଜପତି ଜିଲ୍ଲାର ସୁଲମୀ ଦଳବେହେରା ଏବଂ କେନ୍ଦ୍ରାପଡା ଜିଲ୍ଲାର ମମତା ନାଥ ଶର୍ମାଙ୍କୁ ପୁରସ୍କୃତ କରିଥିଲେ । ଜିଲ୍ଲାରେ ୯୮ ପ୍ରତିଶତ ଲକ୍ଷପତି ଦିଦି ସୃଷ୍ଟି କରି ପ୍ରଥମ ସ୍ଥାନ ଅଧିକାର କରିଥିବା ନୟାଗଡ ଜିଲ୍ଲା ଏବଂ ୯୭ ପ୍ରତିଶତ ଲକ୍ଷପତି ଦିଦି ସୃଷ୍ଟି କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କେନ୍ଦ୍ରାପଡା, କଟକ, ଭଦ୍ରକ, ଜଗତସିଂହପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବା ସହିତ ରାଜ୍ୟ ସ୍ତରରେ ଶ୍ରେଷ୍ଠ ଅଧିକାରୀ ଭାବେ ଓଡିଶା ଜୀବିକା ମିଶନ, ଭୁବନେଶ୍ୱରର ଦେବୀ ପ୍ରସାଦ ନାୟକଙ୍କୁ ପୁରସ୍କୃତ କରିଥିଲେ। କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଲକ୍ଷପତି ଦିଦିଙ୍କ ଉପରେ ପର୍ୟ୍ୟବସିତ ଏକ ଭିଡିଓ, ଏକ କଫି ଟେବୁଲ ବୁକ୍ ଓ ବୁକଲେଟ୍ ଉନ୍ମୋଚନ କରିଥିଲେ।
ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଉଦବୋଧନ ଦେଇ କହିଥିଲେ ଯେ, ଲକ୍ଷପତି ଦିଦି ଯୋଜନା କେବଳ ଏକ କାର୍ୟ୍ୟକ୍ରମ ନୁହେଁ, ଏହା ଏକ ଆନ୍ଦୋଳନ। ଯାହା ମହିଳା ମାନଙ୍କୁ ଘର ଚାରି କାନ୍ଥ ମଧ୍ୟରୁ ବାହାର କରି ବିକାଶ ସ୍ରୋତରେ ଯୋଡୁଛି। ଏହି ଲକ୍ଷପତି ଦିଦି ସୃଷ୍ଟି କରାଇବାରେ ଓଡିଶା ଲଗାତର ଭାବେ ଏକ ନମ୍ବର ସ୍ଥାନରେ ରହିଛି। ଏହା ଆମ ପାଇଁ ବଡ ଉପଲବ୍ଧି। କୃଷି, ପଶୁ ପାଳନ, ସିଲାଇ, କାଫେ ଇତ୍ୟାଦି ସମସ୍ତ କ୍ଷେତ୍ରରେ ଆମ ଗ୍ରାମାଞ୍ଚଳର ମହିଳା ମାନେ ସେମାନଙ୍କ ପାରଦର୍ଶିତା ପ୍ରଦର୍ଶନ କରୁଛନ୍ତି। ଏହି କାର୍ୟ୍ୟକ୍ରମ ବଳରେ ଆଜି ଗ୍ରାମାଞ୍ଚଳର ମହିଳା ମାନେ କେବଳ ନିଜ ପାଇଁ ରୋଜଗାର କରୁନାହାନ୍ତି, ଅନ୍ୟ ମାନଙ୍କ ପାଇଁ ଉଦାହରଣ ମଧ୍ୟ ହୋଇ ପାରିଛନ୍ତି। ଆଗାମୀ ଦିନରେ ସଶକ୍ତ ମହିଳା ମାନେ ବିକଶିତ ଭାରତ ଓ ସମୃଦ୍ଧ ଓଡିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ କହିଥିଲେ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ବିକାଶ ପ୍ରକ୍ରିୟାରେ ମହିଳାକୁ ସାମିଲ କରିବାକୁ ଆମେ ଗୁରୁତ୍ୱ ଦେଉଛୁ। ଆମର ଲକ୍ଷ୍ୟ କେବଳ ଲକ୍ଷପତି ଦିଦି ସୃଷ୍ଟି କରିବା ନୁହେଁ, ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ହେଉଛି ଆମର ମୂଳ ଉଦ୍ଦେଶ୍ୟ।
କାର୍ୟ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶିକା ଡଃ ମୋନିକା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ।

  • Related Posts

    ଓଡ଼ିଶାରୁ ବିଦାୟ ନେଉଛି ମୌସୁମୀ

    ଭୁବନେଶ୍ୱର: ଓଡ଼ିଶାରୁ କିଛି ଅଞ୍ଚଳରୁ ମୌସୁମୀ ବିଦାୟ ନେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଓ ବରଗଡ଼ରୁ ମୌସୁମୀ ବିଦାୟ ନେଇଥିବା ଜଣାଯାଇଛି । ତେବେ ଆସନ୍ତା ୩ରୁ ୪ ଦିନ ଭିତରେ ପୂରା ଓଡ଼ିଶାରୁ ମୌସୁମୀ ବିଦାୟ ନେବ…

    Continue reading
    ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ

    ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ । ବଦଳିଲା ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱ । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କୁ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଗୀତାଞ୍ଜଳି ନାୟକଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ