ଶ୍ରୀମନ୍ଦିର ଗଲା ୩୫୦ କେଜି ବାସୁଙ୍ଗା ପାଟ

ଭୁବନେଶ୍ବର: ରଥଯାତ୍ରା ଅବ୍ୟବହିତ ପୂର୍ବରୁ ପୁରୀ ପଠାଯାଇଛି ୩୫୦ କିଲୋଗ୍ରାମ ବାସୁଙ୍ଗା ପାଟ। ସହିଦନଗରସ୍ଥିତ ‘ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ (ସେରିଫେଡ୍)’ କାର୍ୟ୍ୟାଳୟ ପରିସରରୁ ବାସୁଙ୍ଗା ପାଟ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ଆଜି ପ୍ରେରଣ କରାଯାଇଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଉପସ୍ଥିତିରେ ପ୍ରେରଣ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନକୁ ପ୍ରେରଣ କରିବା ପୂର୍ବରୁ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଧୂପ, ଦୀପ, ପୁଷ୍ପାଦି ପ୍ରଦାନ କରି ପୂଜାର୍ଚ୍ଚନା କରି ବାସୁଙ୍ଗା ପାଟ ପ୍ରେରଣ କରିଛନ୍ତି।
ସୂଚନଯୋଗ୍ୟ, ବାସୁଙ୍ଗା ପାଟ ହେଉଛି ଏକ ପବିତ୍ର ଓ ଅତ୍ୟନ୍ତ ଶକ୍ତିଶାଳୀ ରେଶମ ଡୋରି ଯାହା ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ବ୍ୟବହୃତ ହୋଇଥାଏ। ଶ୍ରୀମନ୍ଦିରରେ ବିଗ୍ରହମାନଙ୍କ ବିଜୟ ଡୋରି, ପଇତା ଓ ରାକ୍ଷୀ ଆଦି ତିଆରି କରିବାରେ ବ୍ୟବହାର କରାଯାଇଥାଏ। ୧୯୮୧ ମସିହାରୁ ସେରିଫେଡ୍‌ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ଏହି ବାସୁଙ୍ଗା ପାଟ ଯୋଗାଇ ଆସୁଛି। ଚଳିତବର୍ଷ ୩୫୦ କିଲୋଗ୍ରାମ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି। ଏହି ବାସୁଙ୍ଗା ପାଟ ମଲବେରୀ ରେଶମ କୋଷାରୁ ପ୍ରସ୍ତୁତ କରାଯାଇଥାଏ। ଏହା ମୁଖ୍ୟତଃ ଗଜପତି ଜିଲ୍ଲାର ମୋହନା ଓ ଆର. ଉଦୟଗିରି ବ୍ଲକର ଜନଜାତି ରେଶମ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ହୋଇଥାଏ। ଏଥିରେ କୋରାପୁଟ ଜିଲ୍ଲାରୁ ସଂଗୃହୀତ କଇଥ ଫଳର ଅଠା ଲଗାଯାଇ ରଙ୍ଗାୟିତ କରାଯାଇଥାଏ। ଏହି କୋଷାଗୁଡ଼ିକୁ ସେରିଫେଡ୍‌ ଦ୍ୱାରା ସଂଗ୍ରହ କରାଯାଇ କଟକ ଜିଲ୍ଲାର ନୂଆପାଟଣା ସ୍ଥିତ ସିଲ୍କ ପ୍ରଡକ୍‌ସନ୍‌ ଆଣ୍ଡ୍‌ ଟେକ୍‌ନିକାଲ୍‌ ଅପ୍‌ଗ୍ରେଡେସନ୍‌ ସେଣ୍ଟରଠାରେ ପ୍ରକ୍ରିୟାକରଣ କରାଯାଏ। ଶ୍ରୀମନ୍ଦିର ପ୍ରଶାସନର ଆବଶ୍ୟକତା ଅନୁଯାୟୀ ବାସୁଙ୍ଗା ପାଟ ଡୋରି ଭାବରେ ପ୍ରସ୍ତୁତ କରି ମଧ୍ୟ ପ୍ରେରଣା କରାଯାଇଥାଏ। ଏହି ବାସୁଙ୍ଗା ପାଟକୁ କେବଳ ଶ୍ରୀମନ୍ଦିରର ଧାର୍ମିକ କାର୍ୟ୍ୟ ପାଇଁ ପ୍ରସ୍ତୁତ କରାଯାଉଥିବା ବେଳେ ଏହାର କୌଣସି ବାଣିଜ୍ୟିକ ବ୍ୟବହାର କରାଯାଇନଥାଏ ।

  • Garvita Odia

    Related Posts

    ବର୍ଷା; ମୟୁରଭଞ୍ଜ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ

    ଭୁବନେଶ୍ବର: ମୟୁରଭଞ୍ଜ ଜିଲ୍ଲାକୁ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିବ। ଏ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ବ୍ୟତୀତ, ବିଭିନ୍ନ ସ୍କୁଲ…

    ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

    ମନମୁଣ୍ଡା: ବଲାଙ୍ଗୀର-ଖୋର୍ଦ୍ଧା ରେଲୱେ ଲାଇନ୍‌ରେ ପ୍ରଥମ ମୃତ୍ୟୁ। ଶୁକ୍ରବାର ସକାଳେ ମନମୁଣ୍ଡା ଥାନା ପୁରୁଣାପାଣି ରେଳ ଷ୍ଟେସନ ପାଖ ସାନ ଡୁଙ୍ଗୁରିପାଲି ଓଭରବ୍ରିଜ୍ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ଗୋଡ଼ କଟି ଯାଇଛି। ମୃତକ…

    Leave a Reply

    Your email address will not be published. Required fields are marked *

    You Missed

    ବର୍ଷା; ମୟୁରଭଞ୍ଜ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ

    ବର୍ଷା; ମୟୁରଭଞ୍ଜ ଜିଲ୍ଲାରେ ବନ୍ଦ ରହିବ  ସ୍କୁଲ

    ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ

    ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ

    ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

    ରେଳ ଧାରଣାରୁ  ଯୁବକଙ୍କ ମୃତଦେହ ଉଦ୍ଧାର

    ମାଓଗଡରେ ଦେଖାଗଲାଣି ଖାଦ୍ୟ ଅଭାବ

    ମାଓଗଡରେ ଦେଖାଗଲାଣି ଖାଦ୍ୟ ଅଭାବ

    ପୋଲିସ ଉପରେ ବର୍ଷିଲେ ପ୍ରଣବ ବଳବନ୍ତରାୟ

    ପୋଲିସ ଉପରେ ବର୍ଷିଲେ ପ୍ରଣବ ବଳବନ୍ତରାୟ

    ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

    ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ