ମାଆଙ୍କୁ ହୃଦଘାତ; ଭାରତ ଫେରିଲେ ଗମ୍ଭୀର

ନୂଆଦିଲ୍ଲୀ: ଘରୋଇ ଇଂଲଣ୍ଡ ଦଳ ବିପକ୍ଷରେ ଭାରତୀୟ କ୍ରିକେଟ୍‌ ଦଳ ଗୁରୁତ୍ବପୂର୍ଣ୍ଣ ୫-ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି। ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ନାମରେ ନାମିତ ଏହି ଟେଷ୍ଟ ଶୃଙ୍ଖଳାର ସପ୍ତାହକ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସ୍ବଦେଶ ଫେରି ଆସିଛନ୍ତି। ଗୌତମଙ୍କ ମାଆ ସୀମାଙ୍କୁ ନିକଟରେ ହୃଦ୍‌ଘାତ ହୋଇଥିଲା। ଏହି ଖବର ପାଇବା ମାତ୍ରେ ଗୌତମ ଭାରତ ଆସିଛନ୍ତି। ଗୌତମଙ୍କ ମାଆ ସୀମା ଏବେ ଦିଲ୍ଳୀର ଏକ ନାମୀ ହସ୍‌ପିଟାଲର ଆଇସିୟୁରେ ଅଛନ୍ତି।
ଶୁକ୍ରବାର ଭାରତୀୟ ଦଳ ଓ ଭାରତ ‘ଏ’ ମଧ୍ୟରେ ଅଭ୍ୟାସ ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ଏହା ପୂର୍ବରୁ ମାଆ ଅସୁସ୍ଥ ହେବା ଜାଣି ଗୌତମ ଭାରତ ଫେରି ଆସିବାକୁ ବାଧ୍ୟ ହୋଇଛନ୍ତି। ଗୁରୁବାର ସକାଳୁ ଇଂଲଣ୍ଡରୁ ବାହାରି ଗମ୍ଭୀର ସନ୍ଧ୍ୟାରେ ମାଆଙ୍କ ପାଖରେ ପହଞ୍ଚି ଯାଇଥିଲେ। ଦଳର ସହକାରୀ ପ୍ରଶିକ୍ଷକ ରିୟାନ୍‌ ଟେନ୍‌ ଡୋସ୍କାଟେ ଭାରତୀୟ ଦଳର ମୁଖ୍ୟ ଦାୟିତ୍ବ ସମ୍ଭାଳୁଛନ୍ତି। ବୋଲିଂ ପ୍ରଶିକ୍ଷକ ମର୍ନେ ମର୍କେଲ ଓ ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟକ ତାଙ୍କୁ ସାହାଯ୍ୟ କରୁଛନ୍ତି। ଉକ୍ତ ଅଭ୍ୟାସ ମ୍ୟାଚ୍‌ ବନ୍ଦ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଏପରିକି ସ୍ଥାନୀୟ ଲୋକ କିମ୍ବା ପୁଲିସ କର୍ମୀଙ୍କୁ ମଧ୍ୟ ଷ୍ଟାଡିୟମ୍‌ ମଧ୍ୟକୁ ପ୍ରବେଶର ଅନୁମତି ନାହିଁ। ଏହାର ଭିଡି​‌ଓ ରେକର୍ଡିଂ ମଧ୍ୟ ହେବନାହିଁ। ସ୍କୋର୍‌ କାର୍ଡ ମିଳିବ କି ନାହିଁ; ତାହା ମଧ୍ୟ ସ୍ପଷ୍ଟ ନୁହେଁ। ଏହି ମ୍ୟାଚ୍‌ର ପ୍ରଦର୍ଶନ ଭିତ୍ତିରେ ପ୍ରଥମ ଟେଷ୍ଟମ୍ୟାଚ୍‌ ପାଇଁ ଭାରତୀୟ ଦଳ ତା’ର ଚୂଡ଼ାନ୍ତ ଏକାଦଶ ବାଛିପାରେ। ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଗମ୍ଭୀରଙ୍କର ଏହା ୪ର୍ଥ ଟେଷ୍ଟ ଶୃଙ୍ଖଳା। ଭାରତୀୟ ଦଳର ସହ ଗମ୍ଭୀର ଗତ ୭ରେ ଇଂଲଣ୍ଡରେ ପହଞ୍ଚିଥିଲେ। ଗୌତମଙ୍କ ମାଆ ସୀମାଙ୍କ ସ୍ବାସ୍ଥାବସ୍ଥା ସ୍ଥିର ରହିଛ। ଗୌତମ କେବେ ଇଂଲଣ୍ଡ ଫେରିବେ; ତାହା ଜଣା ପଡ଼ିନଥିଲେ ମଧ୍ୟ ପ୍ରଥମ ଟେଷ୍ଟ ପୂର୍ବରୁ ସେ ଇଂଲଣ୍ଡରେ ପହଞ୍ଚି ଯାଇଥିବେ ବୋଲି ତାଙ୍କ ପରିବାରର ନିକଟତମ ସୂତ୍ରରୁ ପ୍ରକାଶ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ