ରଥ ଉପରେ ଫୋନ୍ ବ୍ୟବହାର କରିବା ସମ୍ପୂର୍ଣ୍ଣ ନିଷିଦ୍ଧ

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ରଥଯାତ୍ରାରେ ମହାପ୍ରଭୁଙ୍କ ନୀତିକାନ୍ତି ସହିତ ପହଣ୍ଡି ବିଜେ ନୀତିକୁ ଶୃଙ୍ଖଳିତ କରିବା ପାଇଁ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବସିଲା ସ୍ବତନ୍ତ୍ର ବୈଠକ । ରଥ ଉପରେ ଅଣ ସେବାୟତ ଚଢିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ଲାଗିଲା କଟକଣା ।ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଇତାପତି ନିଯୋଗର ସଭାପତି, ସମ୍ପାଦକ, ଚାରି ବାଡ଼ଗ୍ରାହୀଙ୍କ ସମେତ ଯୁବ ଓ ବରିଷ୍ଠ ଦଇତାପତି ମାନେ ଯୋଗ ଦେଇଥିଲେ ।
ଏନେଇ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି,”ଚଳିତ ବର୍ଷ ରଥଯାତ୍ରାରେ ମହାପ୍ରଭୁଙ୍କର ପହଣ୍ଡି ବିଜେ ନୀତିରେ ଯେଭଳି କୌଣସି ବିଭ୍ରାଟ ନହୁଏ, ସେନେଇ ଦଇତାପତି ନିଯୋଗ ପ୍ରତିଶ୍ରୁତି ଦେଇଛି । ଉଭୟ ବରିଷ୍ଠ ଏବଂ ଯୁବ ଦଇତାପତି ମାନେ ଉପସ୍ଥିତ ରହି ମହାପ୍ରଭୁଙ୍କ ପହଣ୍ଡି ନୀତି କରିବେ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି । “ସେହିପରି ଯୁବ ଦଇତାପତି ସେବକ ଭବାନୀ ଦାସ ମହାପାତ୍ର କହିଛନ୍ତି,”ରଥ ଉପରେ ସେବାୟତ ମାନେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଉପରେ କଟକଣା ରହିବ । ଅଣସେବାୟତ ରଥ ଉପରେ ଚଢି ପାରିବେ ନାହିଁ। ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତିକୁ ଦଇତାପତି ନିଯୋଗ ସ୍ବାଗତ କରିଥିବା ବେଳେ ଏହି ନିୟମ କିଭଳି ସଠିକ୍ ଭାବରେ ଅନୁପାଳନ ହେବ ସେ ଦିଗରେ ନିଯୋଗ ସମ୍ପୂର୍ଣ୍ଣ ସହଯୋଗ କରିବ ।”
ସେପଟେ ବୈଠକ ଶେଷ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଚଳିତ ବର୍ଷ ରଥଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତି ସହିତ ଶୃଙ୍ଖଳିତ ପହଣ୍ଡି ନୀତି କିଭଳି ହୋଇପାରିବ ସେନେଇ ଦଇତାପତି ନିଯୋଗ ସହ ଆଲୋଚନା ହୋଇଛି । ପୂର୍ବବର୍ଷ ଆଡ଼ପ ପହଣ୍ଡି ବିଜେ ବେଳେ ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କ ରଥରେ ଯେଉଁ ଅଘଟଣ ଘଟିଥିଲା, ତାହାର ଯେପରି ପୁନରାବୃତ୍ତି ନଘଟେ ସେନେଇ ଦଇତାପତି ନିଯୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ବୈଠକରେ କୁହାଯାଇଛି । ଚଳିତ ବର୍ଷ ଠାକୁରଙ୍କର ନବଯୌବନ ଓ ନେତ୍ରୋତ୍ସବ ଗୋଟିଏ ଦିନରେ ପଡ଼ିଥିବାରୁ ଶୃଙ୍ଖଳିତ ନୀତିକାନ୍ତି ଏବଂ ଦର୍ଶନ ପାଇଁ ମଧ୍ୟ ଆଲୋଚନା ହୋଇଛି । ସେହିପରି ସ୍ନାନ ମଣ୍ଡପରେ କେତେକ ଅନଧିକୃତ ବ୍ୟକ୍ତି ପ୍ରବେଶ କରିଥିବା ଅଭିଯୋଗ ଆସିଥିବା ବେଳେ ଭିଡିଓ ଫୁଟେଜକୁ ତନଖି କରାଯାଇ କାର୍ୟ୍ୟାନୁଷ୍ଠାନ ନିଆଯିବ । “ସେ ଆହୁରି ମଧ୍ୟ କହିଛନ୍ତି,”ରଥ ଉପରେ ଅଣ ସେବାୟତ ଚଢିବା, ମୋବାଇଲ୍ ଫୋନ୍ ବ୍ୟବହାର କରିବା ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ରଥ ଉପରେ ଅଣ ସେବାୟତ ଧରାପଡିଲେ ତାଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ରୁଜୁ କରାଯିବ। ରଥଯାତ୍ରା ପରଦିନ ଠାରୁ ନିଳାଦ୍ରୀ ବିଜେର ପୂର୍ବଦିନ ପର୍ୟ୍ୟନ୍ତ ଯେଉଁ ସମୟ ରହିଛି ,ସେହି ସମୟ ଭିତରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ୟ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ନେବାକୁ ଏଏସଆଇକୁ କୁହାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ମନ୍ଦିର ସହିତ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ଆଗାମୀ ଦିନରେ ଆଲୋକୀକରଣ କରିବା ନିମନ୍ତେ ଏଏସଆଇ ସହିତ ଆଲୋଚନା ହୋଇଛି । ଗୁଣ୍ଡିଚା ମନ୍ଦିରର ବାହାର ପଟର ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ଶେଷ ହୋଇଥିବା ବେଳେ ଭକ୍ତଙ୍କ ପାଇଁ ଦୁଇଟି ସୂଚନା କେନ୍ଦ୍ର ସହିତ ଏକ ଏଲଇଡି ବୋର୍ଡରେ ସୂଚନା ପ୍ରଦାନ ନେଇ ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଉତ୍ତର ଦ୍ବାର ଠାରେ ରାମ୍ପ କାର୍ୟ୍ୟ ଶେଷ ହୋଇଥିବା ବେଳେ ନିଳାଦ୍ରୀ ବିଜେ ପରେ ବିଭିନ୍ନ ସେବାୟତ ନିଯୋଗ ସହିତ ଆଲୋଚନା କରାଯାଇ ଏହାର ପୂର୍ଣ୍ଣାଙ୍ଗ ରୂପ ଦିଆଯିବ ।”

  • Related Posts

    ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

    ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

    Continue reading
    ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ