୨୦୨୬ ଟ୍ୱେଣ୍ଟି-୨୦ ମହିଳା ବିଶ୍ୱକପ: ଜୁନ୍‍ ୧୪ରେ ଭାରତ-ପାକ୍‍ ଟ୍ୱେଣ୍ଟି୨୦ ମୁକାବିଲା

ଦୁବାଇ: ଆସନ୍ତାବର୍ଷ ଇଂଲଣ୍ଡ ଏବଂ ୱେଲସରେ ଆଇସିସି ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପର ୧୦ମ ସଂସ୍କରଣ ଖେଳାଯିବ । ଏହି ବିଶ୍ୱକପ ଜୁନ୍‍ ୧୨ରୁ ଆରମ୍ଭ ହୋଇ ଜୁଲାଇ ୫ପର୍ୟ୍ୟନ୍ତ ଚାଲିବ । ଏହି ୨୪ଦିନରେ ମୋଟ ୩୩ଟି ମ୍ୟାଚ୍‍ ଖେଳାଯିବ । ଇଂଲଣ୍ଡ ଓ ୱେଲସର ୬ଟି ଷ୍ଟାଡିୟମରେ ସମସ୍ତ ମ୍ୟାଚ୍‍ ଖେଳାଯିବ । ବୁଧବାର ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପର ଖେଳସୂଚୀ ଆଇସିସି ଘୋଷଣା କରିଛି । ଜୁନ୍‍ ୧୨ରେ ଏଜବାଷ୍ଟନରେ ଆୟୋଜକ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଉଦଘାଟନ ମ୍ୟାଚ୍‍ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ମୋଟ ୧୨ଟି ଦେଶ ଭାଗନେବେ । ସେମାନଙ୍କୁ ୨ଟି ଗ୍ରୁପରେ ରଖାଯାଇଛି । ଅନ୍ୟାବଧି ୮ଟି ଦେଶ ବିଶ୍ୱକପ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିସାରିଛନ୍ତିି । ବାକି ୪ଟି ଦଳ ଯୋଗ୍ୟତା ପର୍ୟ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳି ବିଶ୍ୱକପରେ ସାମିଲ ହେବେ । ଭାରତୀୟ ମହିଳା ଦଳ ଜୁନ ୧୪ରେ ପାକିସ୍ତାନ ବିପକ୍ଷରେ ଏଜବାଷ୍ଟନରେ ଖେଳି ଅଭିଯାନ ଆରମ୍ଭ କରିବ । ଗତଥରର ଚମ୍ପିଆନ୍‍ ନ୍ୟୁଜିଲାଣ୍ଡ ଜୁନ୍‍ ୧୩ରେ ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭେଟିବ । ଗ୍ରୁପ୍‍-୧ରେ ଭାରତ ସହ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ୨ଟି ଯୋଗ୍ୟତା ଅର୍ଜନକାରୀ ଦଳ ରହିଛନ୍ତି ।

  • Garvita Odia

    Related Posts

    ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ପ୍ରଥମ ଟେଷ୍ଟ; ଭାରତ ୩/୩୫୯

    ହେଡିଂଲି : ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ତେନ୍ଦୁଲକର-ଆଣ୍ଡରସନନ ଟ୍ରଫିର ପ୍ରଥମ ମ୍ୟାଚ ଲିଡ୍‌ସର ହେଡିଂଲିରେ ଆରମ୍ଭ ହୋଇଛି। ଶୁକ୍ରବାର ପ୍ରଥମ୍ ଦିନରେ ଯଶସ୍ବୀ ଜୟସୱାଲ ୧୦୧ ଓ ଅଧିନାୟକ ଶୁଭମନ ଗିଲ୍‌ଙ୍କ…

    ୨୦୨୫-୨୭ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଲାଗି ଖେଳସୂଚୀ ପ୍ରସ୍ତୁତ

    ଦୁବାଇ: ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ୨୦୨୫-୨୭ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଲାଗି ଖେଳସୂଚୀ ଘୋଷଣା କରିଛି। ଏହି ୨ ବର୍ଷରେ ୯ଟି ପ୍ରତିଯୋଗୀ ଦେଶ ମୋଟ ୭୧ଟି ଟେଷ୍ଟମ୍ୟାଚ୍‌ ଖେଳିବେ। ଜୁନ୍‌ ୧୭ରୁ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ର ୪ର୍ଥ ତଥା…

    Leave a Reply

    Your email address will not be published. Required fields are marked *

    You Missed

    ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ଗୋପାଳପୁର ଗଣବଳାତ୍କାର ଘଟଣା:୬ ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା

    ଗୋପାଳପୁର ଗଣବଳାତ୍କାର ଘଟଣା:୬ ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା

    ଆଜି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ

    ଆଜି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ

    ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଟାଙ୍ଗିଦେଲା ସ୍ତ୍ରୀ

    ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଟାଙ୍ଗିଦେଲା ସ୍ତ୍ରୀ

    ନବ ଦାସଙ୍କ ଘରେ ତୃତୀୟ ଦିନରେ ଆୟକର ବିଭାଗର ରେଡ୍‌

    ନବ ଦାସଙ୍କ ଘରେ ତୃତୀୟ ଦିନରେ ଆୟକର ବିଭାଗର ରେଡ୍‌

    ଡାଇରିଆ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

    ଡାଇରିଆ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ