ପୁଣି ନେତା ପୁଅଙ୍କ ଦାମୀ ଗାଡ଼ି ତଳେ ଜୀବନ ଗଲା

ପୁଣି ହିଟ୍ ଆଣ୍ଡ ରନ୍ ମାମଲା। ନେତା ପୁଅଙ୍କ ଦାମୀ ଗାଡ଼ି ଚକା ତଳେ ଚାଲି ଯାଇଛି ଜଣେ ସାଧାରଣ ଲୋକର ଜୀବନ। ଦୁର୍ଘଟଣା ସମୟର ଭୟାନକ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସୂଚନା ଅନୁସାରେ, ଏହି ଦୁର୍ଘଟଣା କର୍ଣ୍ଣାଟକର ଉଡୁପିରେ ନଭେମ୍ବର ୧୩ରେ ଘଟିଥିଲା। ଏଥିରେ ଜଣେ ୩୯ ବର୍ଷୀୟ ଯୁବକ ମହମ୍ମଦ ହୁସେନଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା SUV କାର୍ ଡ୍ରାଇଭର ହେଉଛନ୍ତି କର୍ଣ୍ଣାଟକ କଂଗ୍ରେସ ନେତା ଦେବୀ ପ୍ରସାଦ ଶେଟ୍ଟୀଙ୍କ ପୁଅ ପ୍ରଜ୍ଜ୍ୱଳ ଶେଟ୍ଟୀ। ହୁସେନ ନଭେମ୍ବର ୧୩ ରାତିରେ ବାଇକ୍ ନେଇ ଯାଉଥିବା ସମୟରେ ପ୍ରଜ୍ଜ୍ୱଳ ଥାର୍ SUVରେ ଦ୍ରୁତଗତିରେ ଆସି ତାଙ୍କୁ ସାମ୍ନାପଟୁ ଧକ୍କା ଦେଇଥିଲେ। କାରର ବେଗ ଏତେ ଅଧିକ ଥିଲା ଯେ, ମହମ୍ମଦଙ୍କୁ ବାଇକ୍ ସହ କିଛି ବାଟ ଘୋଷାଡ଼ି ନେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ମାତ୍ର ପ୍ର ଦିନ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଘଟଣା ବାବଦରେ ଜଣାପଡ଼ିଛି। ପୁଲିସ କହିଛି ଯେ, ଦୁର୍ଘଟଣା ପରେ ପ୍ରଜ୍ଜ୍ୱଳଙ୍କୁ ଗିରଫ କରାଯାଇଥିଲା। ଏଥିସହ ତାଙ୍କ SUV କାରକୁ ମଧ୍ୟ ଜବତ କରାଯାଇଥିଲା। ମାତ୍ର ଗିରଫଦାରୀର କିଛି ସମୟ ପରେ ତାଙ୍କୁ ଜାମିନ୍ ମିଳିଯାଇଛି।

ପ୍ରକାଶ ଥାଉକି, ପ୍ରଜ୍ଜ୍ୱଳଙ୍କ ବାପା ଦେବୀ ପ୍ରସାଦ ଶେଟ୍ଟୀ ଉଡୁପି ଜିଲ୍ଲାର ବେଲାପୁ ଗାଁର ଜଣେ ଜଣାଶୁଣା କଂଗ୍ରେସ ନେତା।

Related Posts

ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

ସେମିଳିଗୁଡ଼ା/କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ରମେଶ ବେହେରା ନାମକ ଜଣେ ଶିକ୍ଷକଙ୍କ ୨୦୧୯ରେ ମୃତ୍ୟୁ ଘଟିଥିଲା। ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣି ସନ୍ଦୀପ କୁମାର ତ୍ରିପାଠୀ ଆରଏସିପି, ଏମଏସିପି, ବର୍ଦ୍ଧିତ ଦରମା ଓ ବକେୟା ପ୍ରାପ୍ୟ…

ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

ବାମନାଳ:ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ନିମନ୍ତେ ଏକ…

Leave a Reply

Your email address will not be published. Required fields are marked *

You Missed

ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍