ଗ୍ୟାସ୍ ଟାଙ୍କି ଫାଟିବା ଘଟଣା: ମୃତକଙ୍କ ମଧ୍ୟରେ ୪ ଓଡିଆ

ଭୁବନେଶ୍ବର: ତେଲେଙ୍ଗାନାର ସିଗାଚି ଫାର୍ମାସିଟିକାଲ କମ୍ପାନିରେ ବଡ଼ ଗ୍ୟାସ୍ ଟାଙ୍କି ଫାଟିବା ଘଟଣାରେ ୩୫ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ଓଡିଆ ଶ୍ରମିକ ଅଛନ୍ତି। ମୃତକମାନେ ହେଉଛନ୍ତି ଗଞ୍ଜାମର ଜଗନ ମୋହନ,ତିଗିରିଆର ଲଗ୍ନଜିତ ଦୁଆରି,ବାଲେଶ୍ଵରର ମନୋଜ ରାଉତ ଓ ଯାଜପୁରର ଦୋଳଗୋବିନ୍ଦ ସାହୁ।ଏହି ଦୁର୍ଘଟଣାରେ ୪ ଓଡ଼ିଆ ଆହତ ହୋଇଥିବାବେଳେ ଜଣେ ଗୁରୁତର ଥିବାରୁ ଚିକିତ୍ସା ଲାଗି ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ମାଦିନାଗୁଡାର ପ୍ରଣାମ ହସ୍ପିଟାଲରେ ସମସ୍ତେ ଚିକିତ୍ସା ଲାଗି ଭର୍ତ୍ତି ହୋଇଛନ୍ତି। ଏବେ ବି ୨୨ ଜଣ ଶ୍ରମିକଙ୍କ ପତ୍ତା ମିଳୁନାହିଁ। ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ଓଏସଡି ପ୍ରିତୀଶ ପଣ୍ଡା ଏବଂ ଚନ୍ଦ୍ରଶେଖର ହୋତା ଘଟଣାସ୍ଥଳରେ ପହଞ୍ଚି ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି।ଓଏସଡି କହିଛନ୍ତି ,ଆମେ ମାଦିନାଗୁଡାର ପ୍ରଣାମ ହସ୍ପିଟାଲ ପରିଦର୍ଶନ କରିଥିଲୁ। ଆମେ ଆହତ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲୁ। ଆହତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସମୀର ପାଢ଼ୀ, ଭଦ୍ରକ ଜିଲ୍ଲାର ଚନ୍ଦନ କୁମାର ନାୟକ ଏବଂ ନବରଙ୍ଗପୁର ଜିଲ୍ଲାର ନୀଳାମ୍ବର ଭଦ୍ର ଅଛନ୍ତି। ଆମେ ସେମାନଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇଥିଲୁ।

ଗଞ୍ଜାମ ଜିଲ୍ଲାର ସମୀର ପାଢୀ ଆଇସିୟୁରେ ଅଛନ୍ତି ଏବଂ ତାଙ୍କ ଶରୀରର ୩୫% ଅଂଶ ପୋଡ଼ି ଯାଇଛି। ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁସାରେ, ସେ ବିପଦ ମୁକ୍ତ ଅଛନ୍ତି। ଭଦ୍ରକ ଜିଲ୍ଲାର ଚନ୍ଦନ କୁମାର ନାୟକଙ୍କର ପ୍ରାୟ ଶରୀରର ୫% ଅଂଶ ସାମାନ୍ୟ ପୋଡ଼ିଯାଇଛି ଏବଂ ସେ ସାଧାରଣ ୱାର୍ଡରେ ଅଛନ୍ତି। ସେ ସ୍ଥିର ଏବଂ ସଚେତନ ଅଛନ୍ତି।ନବରଙ୍ଗପୁରର ନୀଳାମ୍ବର ଭଦ୍ରା ସାଧାରଣ ୱାର୍ଡରେ ଅଛନ୍ତି। ତାଙ୍କର ସାମାନ୍ୟ କ୍ଷତ ହୋଇଛି ଏବଂ ସେ ସାଧାରଣ ୱାର୍ଡରେ ଅଛନ୍ତି। ସେ ସ୍ଥିର ଏବଂ ସଚେତନ ଅଛନ୍ତି ବୋଲି ପ୍ରଣାମ ହସ୍ପିଟାଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

  • Related Posts

    ସୋମବାର ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ଉଦ୍‌ଘାଟନ

    ଭୁବନେଶ୍ୱର: ଅକ୍ଟୋବର ମାସ ୧୨ ତାରିଖ ସୋମବାର ଦିନ ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ମାଆ କଟକ ଚଣ୍ଡୀଙ୍କ ମନ୍ଦିରର କାୟାକଳ୍ପ ଓ ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ପ୍ରାୟ ୭୦…

    Continue reading
    ଭୋଟର ତାଲିକାରେ ନାମ ସାମିଲ ପାଇଁ ୩୩,୫୧୫ଟି ଫର୍ମ-୬ ଆବେଦନ ଗ୍ରହଣ

    ୩ ଦିନରେ ରାଜ୍ୟବ୍ୟାପୀ ୨୬,୪୪୬ଟି ସ୍ୱତନ୍ତ୍ର ଶିବିର ଆୟୋଜନ ଭୁବନେଶ୍ୱର : ୧୦ ଅକ୍ଟୋବର ୨୦୨୬ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୭, ୮ ଓ ୯ ତାରିଖରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ