ନୀତି ବିହୀନ ରାଜନୀତି କେବଳ ଛଳନା: ନବୀନ

ଭୁବନେଶ୍ବର:‘‘ରାଜନୀତି ହେଉଛି ନିସ୍ଵାର୍ଥପର ସେବା ଓ ପ୍ରତିବଦ୍ଧତା । ନୀତି ବିହୀନ ରାଜନୀତି କେବଳ ଛଳନା ମାତ୍ର । ଲୋକଙ୍କ ଭଲ ପାଇବା ଆଗରେ କ୍ଷମତା ପ୍ରତିପତ୍ତି ଓ ପଡ ମର୍ୟ୍ୟାଦା ସବୁ ମୂଲ୍ୟହୀନ । ସାଧାରଣ ଜନତାଙ୍କ ସନ୍ତୋଷ ହିଁ ରାଜନେତାଙ୍କର ସବୁଠାରୁ ବଡ଼ ସମ୍ପତ୍ତି । ’’ପୂର୍ବତନ ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୟନ୍ତୀ ଅବସରରେ ଆୟୋଜିତ ସମାରୋହରେ ଅଂଶଗ୍ରହଣ କରି ଏହା କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଗତକାଲି ଭୁବନେଶ୍ବରରେ ଆୟୋଜିତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୟନ୍ତୀ ସମାରୋହରେ ନବୀନ ଅଂଶଗ୍ରହଣ କରିଥିଲେ । ଅଭିଭାଷଣ ରଖି ସେ ହରିଶ୍ଚନ୍ଦ୍ରଙ୍କ ରାଜନୈତିକ ଅବଦାନକୁ ସ୍ମରଣ କରିବା ସହ ପ୍ରଶଂସା କରିଥିଲେ । ଏହି ଅବସରରେ ସେ ହରିଶ୍ଚନ୍ଦ୍ରଙ୍କ ଉଦାହରଣ ଛଳରେ ରାଜନୀତିରେ ମୂଲ୍ୟବୋଧ ଓ ନୈତିକତାର କଥା କହିଥିଲେ ।
ନବୀନ କହିଥିଲେ,‘‘ନୀତି ବିହୀନ ରାଜନୀତି କେବଳ ଛଳନା ମାତ୍ର, ଲୋକଙ୍କ ଭଲ ପାଇବା ଆଗରେ କ୍ଷମତା ପ୍ରତିପତ୍ତି ଓ ପଡ ମର୍ୟ୍ୟାଦା ସବୁ ମୂଲ୍ୟହୀନ । ସାଧାରଣ ଜନତାଙ୍କ ସନ୍ତୋଷ ହିଁ ରାଜନେତାଙ୍କର ସବୁଠାରୁ ବଡ଼ ସମ୍ପତ୍ତି । ହରିଶ୍ଚନ୍ଦ୍ର ବକ୍ସିପାତ୍ର ଓଡ଼ିଶା ରାଜନିତୀରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ । ଛାତ୍ର ଜୀବନରୁ ତାଙ୍କର ସଂଗ୍ରମୀ ଜୀବନ ଆରମ୍ଭ ହୋଇଥିଲା । ଗରୀବ ଲୋକଙ୍କ କଲ୍ୟାଣ ପାଇଁ ସେ ସଂଗ୍ରାମ କରିଯାଇଛନ୍ତି । ଆଦିବସୀ ଭାଇଭଉଣୀଙ୍କର ହକ୍ ପାଇଁ ସେ ସଂଗ୍ରାମ କରୁଥିଲେ । ଚାଷୀଙ୍କ ସ୍ୱାର୍ଥ ପାଇଁ ଓ ସେମାନଙ୍କୁ ଶୋଷଣରୁ ମୁକ୍ତି ଦେବା ପାଇଁ ସେ ଲଢ଼େଇ କରୁଥିଲେ । ସଂଗ୍ରାମ ହିଁ ଥିଲା ତାଙ୍କର ସବୁଠାରୁ ବଡ଼ ପରିଚୟ ।’’
ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ,‘‘ ହରିଶ୍ଚନ୍ଦ୍ରଙ୍କର ଜଣେ ମନ୍ତ୍ରୀ ବା ବିଧାୟକ ଭାବରେ ପରିଚୟଠାରୁ ଏହି ସଂଗ୍ରାମୀ ପରିଚୟ ଥିଲା ବହୁ ଉପରେ । ସେ ଥିଲେ ଗରୀବ ଜନତାର ପ୍ରକୃତ ବନ୍ଧୁ । ସମାଜବାଦୀ ଆଦର୍ଶରେ ତାଙ୍କର ଗଭୀର ବିଶ୍ୱାସ ଥିଲା ଏବଂ ଏହି ଆଦର୍ଶ ତାଙ୍କ ଜୀବନ ଓ କାର୍ୟ୍ୟରେ ପ୍ରତିଫଳିତ ହେଉଥିଲା । ତାଙ୍କ ପିଢ଼ୀର ରାଜନେତାଙ୍କ ଅଭାବ ଆଜି ସମସ୍ତେ ଅନୁଭବ କରୁଛନ୍ତି ।’’ ଗତକାଲି କାର୍ୟ୍ୟକ୍ରମରେ ନବୀନଙ୍କ ସହ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଘଡାଇ ଓ ଅନ୍ୟ ବରିଷ୍ଠ ବ୍ୟକ୍ତିବିଶେଷ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ ।

  • Related Posts

    ୧୨,୫୭୨ ଭୋଟର ଅଯୋଗ୍ୟ ଘୋଷିତ

    ଭୁବନେଶ୍ବର : ରାଜ୍ୟରେ ଭୋଟର୍‌ ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟା ଚାଲିଛି। ତ୍ରୁଟି ପାଇଁ ମୋଟ ୫୮ଲକ୍ଷ ୩୬ହଜାର ୪୩୦ଜଣ ଭୋଟରଙ୍କ ନାମରେ ନୋଟିସ୍‌ ଜାରି ହୋଇଛି। ସେଥିମଧ୍ୟରୁ ୫୭ଲକ୍ଷ ୭୭ହଜାର ୫୬୫ଜଣ ଭୋଟରଙ୍କୁ ସଫଳତାର ସହ ନୋଟିସ୍‌ ପ୍ରଦାନ…

    Continue reading
    ଆଞ୍ଚଳିକ ଦଳ ପାଇଛନ୍ତି ୧୦୫୦ କୋଟି ଚାନ୍ଦା, ବିଜେଡି ୬୦ କୋଟି

    ନୂଆଦିଲ୍ଲୀ : ଆଞ୍ଚଳିକ ରାଜନୈତିକ ଦଳ ଗୁଡ଼ିକ ୨୦୨୪-୨୫ରେ ୧୦୫୧.୫୬ କୋଟି ଟଙ୍କା ଦାନ ପାଇଛନ୍ତି। ଏହା ପୂର୍ବ ବର୍ଷ ତୁଳନାରେ ତିନି ଗୁଣ ଅଧିକ। ୨୦୨୩-୨୪ରେ ଏହି ଦଳଗୁଡ଼ିକୁ ୩୪୭.୬୯ କୋଟି ଟଙ୍କା ଦାନ ମିଳିଥିଲା। ଏଥିରେ ୨୦ ହଜାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ