ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି

ଭୁବନେଶ୍ୱର: ବାଲେଶ୍ୱର ସହରରେ ସ୍ଥିତ ଏଫଏମ ଅଟନମୋସ କଲେଜରେ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି। ରାଜ୍ୟ ସରକାର କେବଳ କିଛି କାର୍ୟ୍ୟାନୁଷ୍ଠାନ ନେଇ ଘଟଣାକୁ ରଫା ଦଫା କରିବାକୁ ଅପଚେଷ୍ଟା କରୁଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି।
ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି, ଛାତ୍ରୀ ଜଣକ ଜଣେ ଅଧ୍ୟାପକଙ୍କ ଦ୍ୱାରା ନିର୍ୟ୍ୟାତିତ ହେଉଥିଲେ ଏବଂ ଅଧ୍ୟାପକ ଜଣକ ତାଙ୍କଠାରୁ ଶାରୀରିକ ଅନୁଗ୍ରହ ଚାହୁଁଥିଲେ ବୋଲି ଅଧ୍ୟକ୍ଷଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ। ଏହା ବ୍ୟତୀତ, ଜୁଲାଇ ୧ ତାରିଖ ଦିନ ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜ ସୂର୍ୟ୍ୟବଂଶୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ଅଭିଯୋଗ ବିଷୟରେ ଅବଗତ କରିବା ସହିତ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏମାନଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। କିନ୍ତୁ, ଗତ କାଲି ସେ ଆତ୍ମହୁତି ଭଳି ଚରମ ପଦକ୍ଷେପ ନେବା ପର୍ୟ୍ୟନ୍ତ, କୌଣସି ଉତ୍ତର ପାଇ ନଥିଲେ।
ଦୁଃଖ ଓ ପରିତାପର ବିଷୟ ପୀଡ଼ିତାଙ୍କ ଅଭିଯୋଗକୁ ଅଣଦେଖା କରି ଆସୁଥିବା ରାଜ୍ୟ ସରକାର, ଆତ୍ମହୁତି ଭଳି ଏକ ଦୁଖଃଦ ଘଟଣା ଘଟିଗଲା ପରେ ହଠାତ ତତ୍ପର ହୋଇ ଉଠିଛନ୍ତି। ସମ୍ପୃକ୍ତ ଅଧ୍ୟାପକଙ୍କୁ ଗିରଫ କରିବା ସହିତ ଅଧ୍ୟକ୍ଷଙ୍କୁ ନିଲମ୍ବିତ କରି ଦୃଢ଼ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ବୋଲି ଦାବୀ କରୁଛନ୍ତି। ଏଠାରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠେ ଯେ, ରାଜ୍ୟର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କେଉଁ କାରଣରୁ ପୂର୍ବରୁ ଛାତ୍ରୀଙ୍କ ଅଭିଯୋଗକୁ ଅଣଦେଖା କରି ଆସୁଥିଲେ। ଘଟଣାକୁ ପୂର୍ବରୁ ଅବହେଳା କରି ଆସୁଥିବା ରାଜ୍ୟ ସରକାର ଏବେ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି। କିଛି ବିଜେପି ସମର୍ଥିତ ଯୁବକ ମାନେ ପୀଡିତା ଚିକିତ୍ସିତ ହେଉଥିବା ଏମ୍ସ ହସ୍ପିଟାଲରେ ପୀଡିତାଙ୍କୁ ଘେରି ରହିଛନ୍ତି। ପୀଡିତା ଛାତ୍ରୀ ଓ ତାଙ୍କ ପରିବାରକୁ ଭେଟିବା ପାଇଁ ଯାଉଥିବା ବିଭିନ୍ନ ସଂଗଠନର ବ୍ୟକ୍ତି ମାନଙ୍କୁ ଦୁର୍ବ୍ୟବାହାର ପ୍ରଦର୍ଶନ କରୁଛନ୍ତି ଓ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ସହିତ ଭେଟ କରାଇ ଦେଉ ନାହାନ୍ତି। ସେଠାରେ ଉପସ୍ଥିତ ଯୁବକ ମାନେ ବିଭିନ୍ନ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।
ରାଜ୍ୟରେ ମହିଳା ଓ ଛାତ୍ରୀଙ୍କ ଉପରେ ନିର୍ୟ୍ୟାତନା ଅହେତୁକ ବୃଦ୍ଧି ପାଇଥିବା ବେଳେ ପୀଡିତା ଛାତ୍ରୀଙ୍କ ଆତ୍ମହୁତି ଘଟଣା ସଦ୍ୟତମ ଉଦାହରଣ ଭାବେ ଲୋକଲୋଚନଙ୍କୁ ଆସିଛି। ରାଜ୍ୟ ସରକାର ଏହି ଘଟଣାରେ ସମ୍ପୂର୍ଣ୍ଣ ଭାବେ ଦାୟୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏହି ଘଟଣାର ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ ବୋଲି ଡ଼ଃ ମହାନ୍ତି ଦାବୀ କରିଛନ୍ତି।

  • Related Posts

    ୧୬୯ ଜନଜାତି ଗୋଷ୍ଠୀକୁ ST ମାନ୍ୟତା ଦାବି ଦୋହରାଇଲେ ନବୀନ

    ଭୁବନେଶ୍ୱର: ଓଡ଼ିଶାର ୧୬୯ଟି ଜନଜାତି ଗୋଷ୍ଠୀକୁ ଅନୁସୂଚିତ ଜନଜାତି (ST) ତାଲିକାରେ ସାମିଲ କରିବା ଦାବି ଦୋହରାଇଛନ୍ତି ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଦାବି ହାସଲ ପାଇଁ ବିଜେଡିର ଉଦ୍ୟମ…

    Continue reading
    ଆଦିବାସୀମାନଙ୍କ ଉନ୍ନତି ସାଧିତ କରିବା ବିଜୁ ଜନତା ଦଳର ଲକ୍ଷ୍ୟ: ବିଜେଡି

    ଭୁବନେଶ୍ୱର: ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସ ଏବଂ ମହାନ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ବିଜୁ ଜନତା ଦଳର ଆଦିବାସୀ ସେଲ୍ର ଆବାହକତ୍ୱରେ ଆୟୋଜିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ