ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ମହିଳା କଂଗ୍ରେସ

ଭୁବନେଶ୍ବର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ପ୍ରସଙ୍ଗରେ କଂଗ୍ରେସ ଭବନ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଥିଲେ କି ପୀଡ଼ିତା ଝିଅଟିକୁ ଦୀର୍ଘଦିନ ଧରି ଉକ୍ତ କଲେଜର ବିଭାଗୀୟ ମୁଖ ସମୀର ସାହୁ ତାଙ୍କୁ ମାନସିକ ଏବଂ ଶାରିରୀକ ନିର୍ୟ୍ୟାତନା ଦେଇ ଆସୁଛନ୍ତି।ଉକ୍ତ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନ ଥିବାରୁ ଛାତ୍ରୀ ଜଣଙ୍କ ଭାରାପ୍ରାପ୍ତ ଅଧ୍ୟକ୍ଷ ଙ୍କୁ ଅଭିଯୋଗ କରି ନିରାଶ ହେବା ପରେ ଆତ୍ମହତ୍ୟା କରିବାକୁ ଶେଷ ନିଷ୍ପତି ନେଇଥିଲେ। ସରିରଵ୍୯୦ ଭାଗ ପୋଡିଯାଇଥିବା ଉକ୍ତ ଛାତ୍ରୀ ଜଣଙ୍କ ଗୁରୁତର ହୋଇ ଏମ୍ସ ହସ୍ପିଟାଲ ରେ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି।ଏହି ଘଟଣା ଓଡ଼ିଶାର ଶିକ୍ଷା,ପ୍ରଶାସନ ଓ ନାରୀ ସୁରକ୍ଷା ବ୍ୟବସ୍ଥାର ସମ୍ପୂର୍ଣ ବିଫଳତା ପ୍ରମାଣ କରୁଛି ବୋଲି ଶ୍ରୀମତୀ ବାହିନୀପତି କହିଥିଲେ । ପୀଡ଼ିତା ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସଂପୂର୍ଣ୍ଣଭାବେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଦାୟୀ । ତେଣୁ କଂଗ୍ରେସ ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ଇସ୍ଥଫା ଦାବି କରିବା ସହ ଭାରାପ୍ରାପ୍ତ ଅଧ୍ୟକ୍ଷ ଙ୍କ ଗିରଫ ଦାବି ଏବଂ ଏକ ଅଭିଜ୍ଞ ମହିଳା ବିଚାରପତିଙ୍କ ଦ୍ଵାରା ନ୍ୟାୟିକ ତଦନ୍ତ କରାଯାଉ ବୋଲି ଶ୍ରୀମତୀ କହିଥିଲେ।ପୀଡ଼ିତା ଙ୍କୁ ଭେଟିବା ପାଇଁ ମହିଳା କଂଗ୍ରେସ ତରଫରୁ ଯାଇଥିବା ପ୍ରତିନିଧି ଦଳକୁ ଏବିଭିପି ର ଜଣେ ରାଜ୍ୟ ସଦସ୍ୟା ଅଶାଳୀନ ବ୍ୟବହାର ପ୍ରଦର୍ଶନ ପୂର୍ବକ ଭିତରକୁ ଯିବାପାଇଁ ଦେଉ ନଥିଲେ ବୋଲି ମହିଳା କଂଗ୍ରେସ ସଭାନେତ୍ରୀ ବାହିନୀପତି ପ୍ରକାଶ କରିବା ସହ ଏହା କଣ ଏବିଭିପି ର ଶିଷ୍ଟାଚାର ବୋଲି ସେ ପ୍ରଶ୍ନ କରିଥିଲେ।

ଛାତ୍ରୀ ଅଭିଯୋଗ ପରେ ମହାବିଦ୍ୟାଳୟ କମିଟି ଗଠନ କଲା ଯାହାକି ପୂର୍ବରୁ ୟୁଜିସି ନିୟମାନୁସାରେ କମିଟି ଗଠନ କରିବା କଥା କିନ୍ତୁ ଛାତ୍ରୀଙ୍କ ଅଭିଯୋଗ ପରେ ଗଠନ ହେଲା।ଯେହେତୁ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି ସେଥିପାଇଁ ଏହି ଘଟଣାରେ ସଠିକ୍ ଦାଇତ୍ୱ ତୁଲାଇନାହାନ୍ତି ଭାରାପ୍ରାପ୍ତା ଅଧ୍ୟକ୍ଷ। ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣଙ୍କ ତାଙ୍କ ଉପରେ ହୋଇଥିବା ନିର୍ୟାତନା ପ୍ରସଙ୍ଗରେ ସାଂସଦ, ବିଧାୟକ ଏବଂ ପୋଲିସ କୁ ଜଣାଇଥିଲେ ବି କେହି ଏହାକୁ ଗୁରୁତ୍ଵର ସହ ନେଲେନାହିଁ ବୋଲି ନାରୀ ନ୍ୟାୟ ବାହିନୀ ଅବାହାକ ପ୍ରଫେସର (ଡ଼) ଗାୟତ୍ରୀ ବିଶ୍ଵାଳ ଉଦବେଗ ପ୍ରକାଶ କରିଥିଲେ।

ଛାତ୍ରୀ ଜଣଙ୍କ ଟୁଇଟ ମାଧ୍ୟମରେ ମଧ୍ୟ ସିଏମଓ,କେନ୍ଦ୍ର ଉଚ୍ଚ ଶିକ୍ଷାମନ୍ତ୍ରୀ, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ,ମହିଳା କମିଶନଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ସୁଦ୍ଧା ସେମାନେ ମଧ୍ୟ ଏହାକୁ ଗୁରୁତ୍ୱର ସହ ନେଇନାହାନ୍ତି ତେଣୁ କଂଗ୍ରେସ ଦଳ ଏହାକୁ ଦୃଢ଼ ନିନ୍ଦା କରୁଛି ବୋଲି ପିସିସି ମୁଖପାତ୍ର ସୋନାଲି ସାହୁ କ୍ଷଭୋ ପ୍ରକାଶ କରିଥିଲେ। ପୀଢ଼ିତା ନ୍ୟାୟ ପାଇବାପାଇଁ କଲେଜର ଅଧ୍ୟକ୍ଷ, ଥାନା, ବାଲେଶ୍ବର ସାଂସଦ, ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ସମସ୍ତଙ୍କୁ ଯୋଗାଯୋଗ ବି କରିଛନ୍ତି , କିନ୍ତୁ ତାଙ୍କୁ ନ୍ୟାୟ ମିଳିନାହିଁ । ଶେଷରେ ହତାଶ ହୋଇ ସେ ଆତ୍ମହତ୍ୟା କରିବାପାଇଁ ନିଷ୍ପତ୍ତି ନେଲେ । ଏବିଭିପି ଛାତ୍ର ସଂଗଠନଙ୍କର ସେ ଜଣେ ସଭ୍ୟା ଥାଇ ମଧ୍ୟ ତାଙ୍କ ନିଜ ସଂଗଠନ ଓ ସରକାର ତାଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ। ତେଣୁ ଓଡ଼ିଶାର ସମସ୍ତ କ୍ୟାମ୍ପସରେ ଛାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ବୋଲି ପିସିସି ମୁଖପାତ୍ର ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ।ଓଡ଼ିଶାରେ ସରକାରୀ ଓ ବେସରକାରୀ ଶିକ୍ଷାବିଭାଗର କ୍ୟାମ୍ପସରେ ମହିଳା ଅସୁରକ୍ଷିତ। ସୁତରାଂ କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କୁ ସୁରକ୍ଷା ଦେଇପାରୁନଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚଶିକ୍ଷ ମନ୍ତ୍ରୀ ସୂର୍ୟ୍ୟାବଂଶୀ ସୁରଜ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ଏବଂ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଉ ବୋଲି ଦାବୀ କରିଛି କଂଗ୍ରେସ।

ଡବଲ ଇଞ୍ଜିନ ସରକାରରେ ମହିଳା।ମାନେ ସୁରକ୍ଷିତ ନୁହନ୍ତି।ଯେଉଁମାନେ ନ୍ୟାୟ ପାଇଁ ଦାବି କରନ୍ତି ସେମାନେ ଦମନ ର ଶିକାର ହୁଅନ୍ତି ବୋଲି ମୁଖପାତ୍ର ଡ଼ ମନିଷା ଦାଶ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସାଧାରଣ ସମ୍ପାଦିକା ମଧୁସ୍ମିତା ସେଠି,ପିସିସି ମୁଖପାତ୍ର ଜୟଶ୍ରୀ ପାତ୍ର, ମହିଳା କଂଗେସ ଉପସଭାନେତ୍ରି ପ୍ରଣତି ମିଶ୍ର,କୁସୁମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ୧୬୯ ଜନଜାତି ଗୋଷ୍ଠୀକୁ ST ମାନ୍ୟତା ଦାବି ଦୋହରାଇଲେ ନବୀନ

    ଭୁବନେଶ୍ୱର: ଓଡ଼ିଶାର ୧୬୯ଟି ଜନଜାତି ଗୋଷ୍ଠୀକୁ ଅନୁସୂଚିତ ଜନଜାତି (ST) ତାଲିକାରେ ସାମିଲ କରିବା ଦାବି ଦୋହରାଇଛନ୍ତି ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଦାବି ହାସଲ ପାଇଁ ବିଜେଡିର ଉଦ୍ୟମ…

    Continue reading
    ଆଦିବାସୀମାନଙ୍କ ଉନ୍ନତି ସାଧିତ କରିବା ବିଜୁ ଜନତା ଦଳର ଲକ୍ଷ୍ୟ: ବିଜେଡି

    ଭୁବନେଶ୍ୱର: ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସ ଏବଂ ମହାନ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ବିଜୁ ଜନତା ଦଳର ଆଦିବାସୀ ସେଲ୍ର ଆବାହକତ୍ୱରେ ଆୟୋଜିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ