ବିଜେଡିକର୍ମୀଙ୍କ ଉପରକୁ ଟିୟର ଗ୍ୟାସ୍ ପ୍ରୟୋଗ

ଭୁବନେଶ୍ବର: ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାକୁ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି । ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ବିଜେଡି କର୍ମୀ । ଲୋୟର ପିଏମ୍‌ଜିରେ ପ୍ରଥମ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଲେ ବିଜେଡି କର୍ମୀ । ଆନ୍ଦୋଳନସ୍ଥଳରେ ବିଜେଡି କର୍ମୀଙ୍କ ଉପରେ ପାଣି ମାଡ଼ କରିଛି ପୋଲିସ । ଆନ୍ଦୋଳନକାରୀଙ୍କ ଉପରକୁ ମଧ୍ୟ ଟିୟର ଗ୍ୟାସ୍ ପ୍ରୟୋଗ କରାଯାଇଛି । ଏମିତି କି ଆନ୍ଦୋଳନସ୍ଥଳରେ ଟେକା, ପଥର ମାଡ଼ ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି । କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଶତାଧିକ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୋଲିସ ।

ହଜାର ହଜାର ବିଜେଡି କର୍ମୀ ଶୋଭାଯାତ୍ରାରେ ଆସି ଲୋକସେବା ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପୁଲିସ ଓ ସୁରକ୍ଷାକର୍ମୀ ସେମାନଙ୍କ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ବିଜେଡି କର୍ମୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ଏହାସହ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୁଲିସ ପାଣିମାଡ଼ କରୁଥିବା ଦେଖିବାକୁ ମିଳିଛି । ଆନ୍ଦୋଳନ ତୀବ୍ର ହେବାରୁ ପୁଲିସ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଛି । କିଛି ଆନ୍ଦୋଳନକାରୀଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଛି । ଆନ୍ଦୋଳନକାରୀଙ୍କ ଦାବି ରହିଛି କି ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷ ନୁହେଁ ରାଜ୍ୟ ସରକାର ୨ କୋଟି ଟଙ୍କା ସହାୟତା ପ୍ରଦାନ କରନ୍ତୁ । ଏହାସହ ଉଚ୍ଚଶିକ୍ଷାମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଇସ୍ତଫା ଦିଅନ୍ତୁ । ଘଟଣାର ବିଚାରବିଭାଗୀୟ ତଦନ୍ତ ହେଉ । ଏସବୁ ସହ ସରକାର ରାଜରାସ୍ତାରେ ଆଣ୍ଠୁମାଡ଼ି ନିଜର ଭୁଲ ପାଇଁ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ବିଜେଡ଼ି ଦାବି କରିଛି ।

  • Related Posts

    ଜେନ୍‌-ଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ; ବାହ୍ୟଶକ୍ତିରୁ ଦୂରେଇ ରୁହ

    ଭୁବନେଶ୍ୱର: ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ଘରେ ଘରେ ତ୍ରିରଙ୍ଗା ଅଭିଯାନ। ଆଜି ଠାରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ତ୍ରିରଙ୍ଗା ଅଭିଯାନ। ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତର ଯାଏଁ “ଘରେ ଘରେ…

    Continue reading
    ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି

    ଭୁବନେଶ୍ବର : ପାର୍ବଣ ପୂର୍ବରୁ ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି। ଗତ ମାସକ ମଧ୍ୟରେ ଚିନି ଦର କ୍ବିଣ୍ଟାଲ ପିଛା ପ୍ରାୟ ୫୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଗଲାଣି । ଦିଲ୍ଲୀରେ କିଲୋଗ୍ରାମ ପିଛା ଚିନି ଦର ୪୯ ଟଙ୍କାରେ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ