ବେଆଇନ ଭାବେ ଶହ ଶହ ଗଛ କଟାଯାଇଥିବା ଅଭିଯୋଗ : ଶୁଣାଣିରୁ ଓହରିଲେ ସିଜେଆଇ

ନୂଆଦିଲ୍ଲୀ :ଦିଲ୍ଲୀ ରିଜ୍‌ ଅଞ୍ଚଳରୁ ବେଆଇନ ଭାବେ ଅନେକ ଶହ ଗଛ କଟାଯାଇଥିବା ଅଭିଯୋଗ ଉପରେ ଏକାଧିକ ପିଟିଶନ୍‌ର ଶୁଣାଣିରୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା ସୋମବାର ଓହରିଯାଇଛନ୍ତି। ପୂର୍ବତନ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାରେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କଠାରୁ ବ୍ୟକ୍ତିଗତ ସତ୍ୟପାଠ ମାଗିଥିଲେ। ଡିଡିଏର କେତେଜଣ ଅଧିକାରୀଙ୍କ ନାଁରେ ଅଦାଲତ ଅବମାନନା ମୋକଦ୍ଦମା ଚଳାଇବା ପାଇଁ ସାକ୍ସେନାଙ୍କ ଅନୁମତି ମଗାଯାଇଥିଲା। ବର୍ତ୍ତମାନର ସିଜେଆଇ ଜଷ୍ଟିସ୍‌ ଖାନ୍ନା କହିଛନ୍ତି, ସେ ଯେତେବେଳେ ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ (ଏନ୍‌ଏଏଲ୍‌ଏସ୍‌ଏ) ଅଧ୍ୟକ୍ଷ ଥିଲେ, ବିଭିନ୍ନ ଜେଲ୍‌ ପରିଦର୍ଶନ ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ସହ ପାଟନା ଯାଇଥିଲେ। ତେଣୁ ଉକ୍ତ ଗଛକଟା ମାମଲାର ଶୁଣାଣିରେ ସେ ରହିବା ଠିକ୍‌ ହେବ ନାହିଁ ବୋଲି ସିଜେଆଇ କହିଛନ୍ତି। ସିଜେଆଇ ନ ଥିବା ଖଣ୍ଡପୀଠରେ ଉକ୍ତ ମାମଲାର ଶୁଣାଣି ନିମନ୍ତେ ତାଲିକାଭୁକ୍ତ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

  • Related Posts

    କେରଳମ୍ ଛୁଇଁଲା ମୌସୁମୀ ବାୟୁ

    କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

    Continue reading
    ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ

    ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ