
ଭୁବନେଶ୍ୱର: ଖୋଲିଲା ୪୬ ମିଶ୍ରଣ ସ୍କୁଲ। ପୂର୍ବରୁ ମିଶ୍ରଣ ହୋଇଥିବା ୪୬ ସ୍କୁଲ ଖୋଲିଛି । ଆଗକୁ ଆଉ ୪ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ୪୬ ସ୍କୁଲ ମଧ୍ୟରୁ ଢେଙ୍କାନାଳ ରେ ସର୍ବାଧିକ ୨୨ ଟି ଥିବା ବେଳେ ଦେଓଗଡ଼ରେ ୧୦ ଟି ବରଗଡ଼ ରେ ୭ ଟି , ଯାଜପୁରରେ ୪ ଟି ଓ ଖୋର୍ଦ୍ଧା ରେ ୩ ସ୍କୁଲ ରହିଛି । ୭ ହଜାର ୭୫୧ ସ୍କୁଲ ମିଶ୍ରଣ ନେଇ ଅନୁମୋଦନ ମିଳିଥିବା ବେଳେ ୫ ହଜାର ୬୩୦ ସ୍କୁଲ ମିଶ୍ରଣ ହୋଇଛି । ମିଶ୍ରଣ ସ୍କୁଲ ଖୋଲିବା ନେଇ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।