ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ କରିବାରେ ସହାୟକ ହେଉଛି ବିଶ୍ୱ ଦକ୍ଷତା କେନ୍ଦ୍ର

ଭୁବନେଶ୍ୱର: ‘‘ବିଦେଶରେ ଚାକିରି କରିବି ବୋଲି ମୁଁ କେବେ ଭାବି ନଥିଲି । ବିଶ୍ୱ ଦକ୍ଷତା କେନ୍ଦ୍ର ଯୋଗୁଁ ଆଜି ତାହା ସମ୍ଭବ ହୋଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍ ପାଠ୍ୟକ୍ରମରେ ତାଲିମ ଶେଷକରି ଏବେ ଦୁବାଇରେ ଏକ ପ୍ରମୁଖ କମ୍ପାନିରେ ନିଯୁକ୍ତି ପାଇଛି। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ମୋ’ ଘର ଚଳିବା ସହ ଦୁଇ ଭାଇ ଓ ଭଉଣୀଙ୍କ କ୍ୟାରିୟର ଗଢ଼ିବା ପାଇଁ ଉଦ୍ୟମ କରୁଛି,’’ ଏହା ହେଉଛି ବରଗଡ଼ ଜିଲ୍ଲା ଭେଡେନ ବ୍ଲକର ଅଞ୍ଜୁଲତା ନେଗିଙ୍କ କଥା ।‘‘ସ୍ପା ଓ ସାଲୁନ ସେବା କ୍ଷେତ୍ରରେ କାମ କରିବା ପାଇଁ ମୋର ଲକ୍ଷ୍ୟ ଥିଲା। ହେଲେ ଘରେ ଅସୁବିଧା ଥିବାରୁ ଏ ଦିଗରେ ମୁଁ ସାହସ କରିପାରୁ ନଥିଲି। ବହୁ ସଂଘର୍ଷ କରି +୨ ପାସ୍ କରିବା ପରେ ବିଶ୍ୱ ଦକ୍ଷତା କେନ୍ଦ୍ରର ବ୍ୟୁଟି ଆଣ୍ଡ ୱେଲନେସ୍ ପାଠ୍ୟକ୍ରମରେ ତାଲିମ ନେଇ ଆଜି ମୁଁ ମୋ’ ସ୍ୱପ୍ନକୁ ସାକାର କରିପାରିଛି,’’ ଏହା ହେଉଛି ଆଦିବାସୀ ବହୁଳ ଜିଲ୍ଲା କେନ୍ଦୁଝର ଜିଲ୍ଲାର ପ୍ରୀତି ସାହୁଙ୍କ କାହାଣୀ।
ବରଗଡ଼ର ଅଞ୍ଜୁଲତା ନେଗି ଏବଂ କେନ୍ଦୁଝରର ପ୍ରୀତି ସାହୁ ଅତି କମ୍ ବୟସରେ ନିଜ ବାପାଙ୍କୁ ହରାଇଥିଲେ। ଆର୍ଥିକ ପ୍ରତିବନ୍ଧକ ଓ ବିଭିନ୍ନ ସମସ୍ୟାକୁ ସାମ୍ନା କରି ବଢ଼ିଥିବା ଅଞ୍ଜୁଲତା ଓ ପ୍ରୀତି ଆଜି ନିଜ ସ୍ୱପ୍ନକୁ ନୂଆ ଉଡ଼ାଣ ଦେଇଛନ୍ତି। ଏ ଦିଗରେ ବିଶ୍ୱ ଦକ୍ଷତା କେନ୍ଦ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଅଞ୍ଜୁଲତା ଏବେ ଦୁବାଇର ଇଏଫଏସ୍ ଫାସିଲିଟିଜ୍ ସର୍ଭିସେସରେ ଚାକିରି କରି ବର୍ଷକୁ ୬ ଲକ୍ଷ ୧୫ ହଜାର ଟଙ୍କା ପାଉଛନ୍ତି। ସେହିପରି ପ୍ରୀତି ପୁରୀର ଅନନ୍ୟା ପ୍ରାଇଡ୍ ରିସର୍ଟରେ ଚାକିରି କରି ବର୍ଷକୁ ୨ ଲକ୍ଷ ୮୮ ହଜାର ଟଙ୍କା ରୋଜଗାର କରୁଛନ୍ତି। ଏହି ଦୁଇ ଛାତ୍ରୀଙ୍କ ସଂଘର୍ଷର କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି।
ବିଶ୍ୱ ଦକ୍ଷତା କେନ୍ଦ୍ର – ଭାରତର ଏକ ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ର। ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ-ଇନ୍-ଓଡ଼ିଶା’ କାର୍ୟ୍ୟକ୍ରମ ଅଧୀନରେ ଭୁବନେଶ୍ୱର ମଞ୍ଚେଶ୍ୱରଠାରେ ସ୍ଥାପିତ ଏହି କେନ୍ଦ୍ରରେ ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ଏବଂ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ମୋଟ ୭ଟି ଅତ୍ୟାଧୁନିକ ପାଠ୍ୟକ୍ରମରେ ତାଲିମ ଦିଆଯାଉଛି। ଏଠାରେ ରାଜ୍ୟର ଉଭୟ ଗାଁ ଓ ସହରରୁ ଆସୁଥିବା ଛାତ୍ରଛାତ୍ରୀମାନେ ତାଲିମ ନେଇ ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥାରେ ନିଯୁକ୍ତି ସୁଯୋଗ ପାଉଛନ୍ତି।

ଚେନ୍ନାଇରେ ଜନସନ ଲିଫ୍ଟ କମ୍ପାନିରେ ନିଯୁକ୍ତି ପାଇଥିବା ଗଞ୍ଜାମ ଜିଲ୍ଲାର ଆଫ୍ରିନ ବେଗମ କହନ୍ତି, ‘‘ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ’ରେ ତାଲିମ ପାଠ୍ୟକ୍ରମ ଶେଷ କରିବା ପରେ ମୁଁ ଏହି ସୁଯୋଗ ପାଇଛି। ଏବେ ମୁଁ ବାର୍ଷିକ ୨ ଲକ୍ଷ ୬୪ ହଜାର ଟଙ୍କା ପାଉଛି। ନିଜ ଗୋଡ଼ରେ ଠିଆ ହାଇପାରିଥିବାରୁ ମୁଁ ବହୁତ ଖୁସି ଅଛି। ଏଥିପାଇଁ ରାଜ୍ୟ ସରକାର ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ମୁଁ ଧନ୍ୟବାଦ ଜଣାଉଛି ।’’

ସେହିପରି କୋରାପୁଟ ଜିଲ୍ଲାର ଯସ୍ମିନ କନ୍ଦପନ କହନ୍ତି, ‘‘ବିଶ୍ୱ ଦକ୍ଷତା କେନ୍ଦ୍ର ମୋ’ କ୍ୟାରିୟରକୁ ନୂଆ ରାସ୍ତା ଦେଖାଇଛି। ଏଠାରେ ମୁଁ ହେୟାର ଫ୍ୟାସନ ଆଣ୍ଡ ଡିଜାଇନରେ ତାଲିମ ଶେଷକରି ଏବେ ସାଲୁନ ମ୍ୟାନେଜର ଭାବେ ଚାକିରି ପାଇଛି। ଆଗାମୀ ଦିନରେ ଏ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବା ସହିତ ନିଜକୁ ପ୍ରତିଷ୍ଠିତ କରିବାକୁ ଲକ୍ଷ୍ୟ ରଖିଛି।’’

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି, ଅତ୍ୟାଧୁନିକ ଲାବୋରେଟୋରି ଓ ବିଶ୍ୱସ୍ତରୀୟ ବିଭିନ୍ନ ଯନ୍ତ୍ରପାତି ଓ ତାଲିମ ଉପକରଣ ରହିଛି। ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ପରିଚିତ ସିଙ୍ଗାପୁରର ଆଇଟିଇଇଏସ୍ ସଂସ୍ଥାର ସହଯୋଗକ୍ରମେ ବିଶ୍ୱ ଦକ୍ଷତା କେନ୍ଦ୍ରର ପାଠ୍ୟକ୍ରମ ଓ ତାଲିମ କାର୍ୟ୍ୟକ୍ରମ ପରିଚାଳନା କରାଯାଉଛି।

ସେହିପରି ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ପରିବ୍ୟାପ୍ତ କରିବା ପାଇଁ ‘ଜୀବନ ଓ ନିଯୁକ୍ତି ଭିତ୍ତିକ ଦକ୍ଷତା’ ତାଲିମ ଦିଆଯାଉଛି। ଏହା ଅଧୀନରେ ଯୋଗାଯୋଗ ଦକ୍ଷତା, କମ୍ପ୍ୟୁଟର ଓ ଡିଜିଟାଲ ପ୍ରୟୋଗ, ବ୍ୟକ୍ତିତ୍ୱ ବିକାଶ ଏବଂ ଉଦ୍ୟୋଗ ବିକାଶ ଭଳି ବିଷୟରେ ପ୍ରସ୍ତୁତ କରାଯାଉଛି। ତାଲିମ ପାଠ୍ୟକ୍ରମ ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ ନିଯୁକ୍ତି ସୁଯୋଗ ଦେବା ଲାଗି ‘ପ୍ଲେସମେଣ୍ଟ ଇଣ୍ଟରଭିଉ’ କାର୍ୟ୍ୟକ୍ରମ କରାଯାଉଛି। ଫଳରେ ବିଶ୍ୱସ୍ତରୀୟ ମାନବ ସମ୍ବଳ ପ୍ରସ୍ତୁତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବିଶ୍ୱ ଦକ୍ଷତା କେନ୍ଦ୍ର।

  • Related Posts

    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading
    ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଆଜି ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାବାସୀଙ୍କୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ