ଭିଜିଲାନ୍ସ ସ୍କାନରରେ ବିଏମସି ଅଧିକାରୀ

ଭୁବନେଶ୍ୱର : ଭିଜିଲାନ୍ସ ସ୍କାନରରେ ବିଏମସି ଅଧିକାରୀ । ଆୟବର୍ହିଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ଆଜି ସକାଳୁ ସକାଳୁ ବିଏମସି ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘର ରେଡ୍ କରିଛି ଭିଜିଲାନ୍ସ ଟିମ । ନିର୍ବାହୀ ଯନ୍ତ୍ରୀଙ୍କ ଭୁବନେଶ୍ୱର ବଡଗଡ ସ୍ଥିତ ଘର ସମେତ ଏକକାଳୀନ ଚାରୋଟି ସ୍ଥାନରେ ଚାଲିଛି ଚଢ଼ାଉ । ଭିଜିଲାନ୍ସ ନିର୍ଦ୍ଦେଶାଳାୟ ପକ୍ଷରୁ ଦିଆଯାଇଥିବା ସୁଚନା ଅନୁସାରେ, ୬ ଜଣ ଡିଏସପି ଓ 10ଜଣ ଇନସ୍ପେକ୍ଟରଙ୍କ ନେତୃତ୍ବରେ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଏକ ଟିମ୍ ଭୁବନେଶ୍ୱର ବିଏମସି ସ୍ଥିତ ତାଙ୍କ ଅଫିସ ସମେତ ଭୁବନେଶ୍ୱର ବଡଗଡ ସ୍ଥିତ ପ୍ଲଟ ନମ୍ବର RP -12ର ଏକ ତିନି ମହଲା କୋଠାଘରେ ଚଢାଉ କରିଛି । ଚଢାଉ ସମୟରେ ଅନେକ ଜମି, ଜିନିଷ, ଗହଣା ଓ ଟଙ୍କା ଥିବା ଠାବ କରିାଯାଇଛି ।ସେହିପରି ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କର ଗୋଟିଏ ଫାର୍ମ ହାଉସ ଥିବା ଚଢାଉ ବେଳେ ଠାବ ହୋଇଛି ‌। ବାଲିଅନ୍ତା ତହସିଲ ଅନ୍ତର୍ଭୁକ୍ତ ରଣପୁର ମୌଜାରେ ଏହି ଫାର୍ମ ହାଉସରେ ପୋଖରି ସହ ଅନେକ ଗଛ ଲଗା ଯାଇଛି । ସେହିପରି ରାୟଗଡା ଗୁଣୁପୁର ଜଙ୍ଗମ ଷ୍ଟ୍ରିଟସଠାରେ ଥିବା ତାଙ୍କ ପୈତୃକ ଘରେ ମଧ୍ୟ ରେଡ ଚାଲିଛି।

ତେବେ ନିର୍ବାହୀ ଯନ୍ତ୍ରୀଙ୍କର ଆଉ କେତେ ଜମି, ଘର ଓ ସମ୍ପତ୍ତି ରହିଛି , କେଉଁ ବ୍ୟାଙ୍କରେ କେତେ ଡିପୋଜିଟ୍ ରହିଛି, କେଉଁ ତହସିଲସୋ ବ୍ଲକ ଅଞ୍ଚଳରେ କେତେ ଜାଗା ରହିଛି ତାର ଆକଳନ ଚାଲିଛି ।

  • Related Posts

    ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

    · ଦେଶର ମୋଟ୍‌ ୪ଟି ରେଳ ଲାଇନ୍‌ ସମ୍ପ୍ରସାରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି ଦ୍ୱାରା ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଆଠଟି ଜିଲ୍ଲା ହେବେ ଉପକୃତ · ଏସବୁ ରେଳ ଲାଇନ ନିର୍ମାଣ ଦ୍ୱାରା ଭାରତୀୟ ରେଳବାଇର ବର୍ତ୍ତମାନର…

    Continue reading
    ରାଇକିଆରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର

    ୩୬୬ ଜଣଙ୍କ ପଞ୍ଜୀକରଣ, ୨୮୨ ଜଣଙ୍କୁ ୟୁଡିଆଇଡି ପ୍ରମାଣପତ୍ର ପାଇଁ ଚିହ୍ନଟ ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ରାଇକିଆ ବ୍ଲକ ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ଭୀମ ଭୋଇ ସାମର୍ଥ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ