ଦେଶରେ ଓଡ଼ିଶା ନିନ୍ଦିତ ହେଲାଣି:ପ୍ରଦୀପ ମାଝୀ

ଭୁବନେଶ୍ବର: ବିଜେପି ସରକାର ଓଡ଼ିଶାକୁ ଆସିବା ପରେ ବୋଧେ କାହାର ନଜର ଲାଗିଯାଇଛି। ନାରୀ ସୁରକ୍ଷାରେ ଭାରତ ବର୍ଷରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତି ଓଲଟା ହୋଇଛି ବୋଲି ବିଜେଡିର ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । ଦୁଷ୍କର୍ମ, ନିଜ ଜୀବନ ନେବା, ଆତ୍ମାହୁତି ଘଟଣା ରାଜ୍ୟରେ ଧୀରେଧୀରେବଢ଼ି ବଢ଼ି ଚାଲିଛି। ଦେଶରେ ଓଡ଼ିଶା ନିନ୍ଦିତ ହେଲାଣି।ପ୍ରବାସୀ ଓଡ଼ିଆ ମୁଣ୍ଡ ଟେକି ଚାଲି ପାରୁ ନାହାନ୍ତି। ଯେଉଁଠି ନାରୀ ଅସୁରକ୍ଷିତ ସେଠି ଓଡ଼ିଶାକୁ କିପରି ବିଜେପି ସରକାର ପୂର୍ବ ଭାରତର ମୁଖଶାଳା କରିବେ।
ମାଲକାନଗିରି ଘଟଣା ହୃଦୟ ବିଦାରକ ହୋଇଛି। ୧୫ ବର୍ଷର ନାବାଳିକାଙ୍କ ସହ ଦୁଇ ଦୁଇ ଥର ଦୁଷ୍କର୍ମ କରାଯାଇଛି । ଉଦ୍ଧାର ହେବା ପରେ ମଧ୍ୟ ଦୁଷ୍କର୍ମ କରା ଯାଇଛି। ଡବଲ ଇଞ୍ଜିନ୍ ସରକାରରେ ଡବଲ ଦୁଷ୍କର୍ମ ହେଉଛି। ପୁଲିସ ଅଭିଯୋଗ ପରେ ବି ଅଭିଯୁକ୍ତଙ୍କ ବିରୋଧରେ କିଛି କାର୍ୟ୍ୟାନୁଷ୍ଠାନ ହେଉନାହିଁ । ନ୍ୟାୟ ନ ମିଳିବାରୁ ଲଜ୍ଜା ସହି ନପାରି ବିଷ ପିଇ ନିଜ ଜୀବନ ନେବାକୁ ଉଦ୍ୟମ କରିଛନ୍ତି। ଏବେ ସେ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ବନ୍ଧୁ ଗାଁ କୋରାପୁଟରେ ଜୁଲାଇରେ ଦୁଷ୍କର୍ମ କରାଯାଇଥିଲା। କିଛି ନ୍ୟାୟ ମିଳିନାହିଁ। ଅନୁସୂଚିତ ଜନଜାତି ବିଭାଗର ମନ୍ତ୍ରୀ ଚୁପ୍ ରହିଛନ୍ତି।

ଦକ୍ଷିଣ ଓଡିଶାରେ ନାରୀ ସୁରକ୍ଷାକୁ ନେଇ ବିଜେଡି ଆନ୍ଦୋଳନ କରିବ । ଶୁକ୍ରବାର ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମାଲକାନଗିରି ଯାଇ ପୀଡ଼ିତାଙ୍କ ପରିବାରଙ୍କୁ ଭେଟିବେ। ଡାକ୍ତରଖାନାରେ ଯାଇ ତଥ୍ୟ ସଂଗ୍ରହ କରିବେ। ୨୬ ତାରିଖରେ ଡିଆରାଇଜି ଅଫିସ୍ ଘେରାଉ କରାଯିବା ସହ ଆନ୍ଦୋଳନ କରାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କେନ୍ଦ୍ର ବିରୋଧରେ ବର୍ଷିଲେ ରାଜା ସ୍ୱାଇଁ, କାହିଁକି ଜାଣନ୍ତୁ

    ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର କ୍ଷୁର୍ଣ୍ଣ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର ବୋଲି କହି ବର୍ଷିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟର ରାଜସ୍ୱ ଆଦାୟ କ୍ଷମତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ