ପୋଲିସ ସବ୍-ଇନସପେକ୍ଟର ନିଯୁକ୍ତି ପାଇଁ ବୟସ ୩ ବର୍ଷ କୋହଳ

କଟକ: କୋହଳ ହେଲା ପୁଲିସ ସବ୍-ଇନସପେକ୍ଟର ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା । ସବୁ ବର୍ଗର ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩ ବର୍ଷ କୋହଳ କରାଯାଇଛି । ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ପୂର୍ବରୁ ୨୫ ଥିବା ବେଳେ ତାହା ବର୍ଦ୍ଧିତ କରାଯାଇ ୨୮ ବର୍ଷ କରାଯାଇଛି । ସେହିପରି ସଂରକ୍ଷିତ ବର୍ଗ ପାଇଁ ପାଇଁ ପୂର୍ବରୁ ୩୦ ବର୍ଷ ଥିବା ବେଳେ ଏବେ ତାହାକୁ ୩୩ ବର୍ଷ ଯାଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହି ଘୋଷଣା ପରେ ଆଶ୍ୱସ୍ତ ହୋଇଛନ୍ତି ସାଧାରଣ ବର୍ଗର ପ୍ରାର୍ଥୀ
ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଓଡିଶା ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ମାମଲାର ଶୁଣାଣି କରିବାବେଳେ ଆଡଭୋକେଟ୍ ଜେନେରାଲ କୋର୍ଟଙ୍କୁ ଅବଗତ କରିଛନ୍ତି । ପୁଲିସ ଏସ୍‌ଆଇ ଓ ସମାନ ପଦବୀ ପାଇଁ ସବୁ ବର୍ଗ ଲାଗି ୩ ବର୍ଷ ସର୍ବାଧିକ ବୟସସୀମା କୋହଳ କରିବାକୁ ସରକାର ନିଷ୍ପତ୍ତ ନେଇଛନ୍ତି । ଫଳରେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ସମସ୍ତ ପ୍ରାର୍ଥୀ ଓଡ଼ିଶା ପୁଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ ନିକଟରେ ସେମାନଙ୍କ ଦରଖାସ୍ତ ଦାଖଲ କରି ପାରିବେ ।

ଯେଉଁ ପ୍ରାର୍ଥୀମାନେ ନିଯୁକ୍ତି ବିଜ୍ଞପ୍ତି ଆଧାରରେ ଦରଖାସ୍ତ ଦାଖଲ କରି ସାରିଛନ୍ତି ସେମାନେ ପୁନର୍ବାର ଆବେଦନ କରିବା ଆବଶ୍ୟକ ନାହିଁ। ଏପରି କୋହଳ ବ୍ୟବସ୍ଥା ଅନୁସାରେ ସେମାନଙ୍କ ଦରଖାସ୍ତକୁ ବିଚାରକୁ ନିଆଯିବ ବୋଲି ଆଡଭୋକେଟ ଜେନେରାଲ ଶ୍ରୀ ଆଚାର୍ୟ୍ୟ କୋର୍ଟଙ୍କୁ ଅବଗତ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିର ବିଚାରକୁ ନେଇ ହାଇକୋର୍ଟ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ପୁପୁନ ଦାସ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଆବେଦନଗୁଡ଼ିକର ଏକତ୍ର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।ଓଡ଼ିଶା ପୁଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ ତରଫରୁ ୨୦୨୫, ଜାନୁଆରି ୧୭ ରେ ୬୦୯ଟି ପୁଲିସ ସବ୍-ଇନ୍ସପେକ୍ଟର, ୨୫୩ଟି ପୁଲିସ ସବ୍-ଇନ୍ସପେକ୍ଟର (ଆର୍ମଡ୍), ୪୭ ଷ୍ଟେସନ୍ ଅଫିସର (ଅଗ୍ନିଶମ ବିଭାଗ) ଓ ୨୪ଟି ସହକାରୀ ଜେଲର୍ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଓ ସର୍ବୋଚ୍ଚ ବୟସ ସୀମା ୨୫ ବର୍ଷ ଧାର୍ୟ୍ୟ କରାଯାଇଥିଲା। ଏସ୍‌ସି, ଏସ୍‌ଟି, ଏସ୍‌ଇବିସି, ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୫ ବର୍ଷ କୋହଳ କରାଯାଇଥିଲା। ତେବେ ସାଧାରଣ ବର୍ଗର ପ୍ରାର୍ଥୀମାନେ ସର୍ବୋଚ୍ଚ ବୟସସୀମାକୁ ନେଇ ଆପତ୍ତି ଉଠାଇଥିଲେ ।

୨୦୧୮-୧୯ରେ ଓଡ଼ିଶା ପୁଲିସରେ ଏସ୍‌ଆଇ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ତେଣୁ ୬ ବର୍ଷ ସର୍ବାଧିକ ବୟସସୀମା କୋହଳ ପାଇଁ ଅନେକ ଆଶାୟୀ ପ୍ରାର୍ଥୀ ଦାବି କରିଥିଲେ ।ଏନେଇ ବୟସ ବୃଦ୍ଧି କରିବାକୁ ହାଇକୋର୍ଟରେ ପାର୍ଥନା କରିଥିଲେ ଆବେଦନାକାରୀ।

  • Related Posts

    ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍

    ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…

    Continue reading
    ରିଜର୍ଭ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗଜପତି ଅଞ୍ଚଳର ଶଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ