ଟ୍ରକ୍ ଓ ଡବଲ୍‌ ଡେକର୍ ବସ୍ ଧକ୍କା:୫ ମୃତ

ଭୁବନେଶ୍ୱର: ଭୟଙ୍କର ଦୁର୍ଘଟଣା। ଟ୍ରକ୍ ଓ ଡବଲ୍‌ ଡେକର୍ ବସ୍ ମଧ୍ୟରେ ହେଲା ଧକ୍କା। ଚାଲିଗଲା ୫ ଜଣଙ୍କ ଜୀବନ। ଏଥିସହ ୧୫ରୁ ଅଧିକ ଆହତ ମଧ୍ୟ ହୋଇଛନ୍ତି। ଉିତ୍ତରପ୍ରଦେଶର ଅଲିଗଡ଼ରେ ଯମୁନା ଏକ୍ସପ୍ରେସ୍‌ଓ୍ୱେରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା। ସୂଚନା ମୁତାବକ, ଡବଲ ଡେକର୍‌ ଘରୋଇ ବସ୍‌ଟି ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଆଜମଗଡ଼ ଯାଉଥିଲା। ତେବେ ଏତିକି ବେଳେ ଯମୁନା ଏକ୍ସପ୍ରେସ୍‌ଓ୍ୱେ ୫୬ ନମ୍ବର ଜାତୀୟ ରାଜପଥରେ ନିୟନ୍ତ୍ରଣ ହରାଇ ଦ୍ରୁତ ଗତିରେ ଆସି ବସ୍‌ଟି ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, ବସର ଆଗ ଭାଗ ପୂରାପୁରି ଭାଙ୍ଗି ଚୂରମାର ହୋଇଯାଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ପୁରୁଷ, ଜଣେ ମହିଳା ଓ ଏକ ୫ ମାସର ଶିଶୁ ମଧ୍ୟ ରହିଛି। ମୃତଦେହ ଗୁଡିକ ବସ୍‌ ଭିତରେ ଫଶି ରହିଥିବା ବେଳେ କଟର୍‌ରେ କାଟି ସେମାନଙ୍କୁ ବାହାର କରାଯାଇଛି। ସେହିପରି ଦୁର୍ଘଟଣାରେ ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଜେଓ୍ୱରା କୈଳାଶ ହସ୍ପିଟାଲରେ ଭର୍ତ୍ତି କରିଛି। ଏମାନଙ୍କ ମଧ୍ୟରୁ ୫ରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏହାବ୍ୟତୀତ ମୃତଦେହଗୁଡିକ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସେପଟେ ଦୁର୍ଘଟଣା ଯୋଗୁ ଜାତୀୟ ରାଜପଥରେ ଦୀର୍ଘ ସମୟ ଧରି ଟ୍ରାଫିକ୍ ଜାମ ସମସ୍ୟା ସୃଷ୍ଟି ହୋଇଥିଲା। କିନ୍ତୁ ପରେ ପୁଲିସ ଏହାର ସମାଧାନ କରିଛି। ଦୁର୍ଘଟଣାର ଶିକାର ହୋଇଥିବା ବସ୍‌ଟି ଫୈବାଦର କୃଷ୍ଟା ଟ୍ରାଭେଲର ବୋଲି କୁହାଯାଉଛି।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ