ଶନିବାର ଟ୍ରିବ୍ୟୁନାଲରେ ମହାନଦୀ ଶୁଣାଣି

ଭୁବନେଶ୍ୱର : ଶନିବାର ହେବ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ୪୪ତମ ଶୁଣାଣି । ଏହି ଶୁଣାଣି ସମୟରେ ଓଡ଼ିଶାର ଆଭିମୁଖ୍ୟ କଣ ରହିବ, ତାହା ଜାଣିବା ପାଇଁ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ପର୍ୟ୍ୟନ୍ତ ସମସ୍ତେ ଉଦ୍‌ବିଗ୍ନ। ଗତ ଶୁଣାଣି ସମୟରେ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ୟ୍ୟ ବିବାଦର ସମାଧାନ ପାଇଁ ଦୁଇରାଜ୍ୟ ମଧ୍ୟରେ ଆପୋସ ଆଲୋଚନା ଜାରି ରହିଥିବା ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ଏଥିପାଇଁ ଶ୍ରୀ ଆଚାର୍ୟ୍ୟ ଅଧିକ ସମୟ ମାଗିଥିଲେ ଓ ଟ୍ରିବ୍ୟୁନାଲ ପରବର୍ତ୍ତୀ ଶୁଣାରି ତାରିଖ ଅଗଷ୍ଟ ୨ ତାରିଖକୁ ଧାର୍ୟ୍ୟ କରିଥିଲେ। ଶୁଣାରି ପାଇଁ ପାଇଁ ରାଜ୍ୟ ସରକାରଙ୍କ ହାତରେ ଦିନଟିଏ ଥିବାବେଳେ ଉଭୟ ରାଜ୍ୟ ମଧ୍ୟରେ ବିବାଦର ସମାଧାନ ପାଇଁ କେଉଁ ପ୍ରକାର ଆଲୋଚନା ହୋଇଛି, ସେ ସମ୍ପର୍କରେ ସରକାର ନିରବ।
ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନଦୀ ଜଳବିବାଦକୁ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ କରିଥିଲେ। କେନ୍ଦ୍ରୀୟ ଜଳ କମିଶନରେ ସମସ୍ୟା ସମାଧାନ ପାଇଁ ହେଉଥିବା ଉଦ୍ୟମ ମନ୍ଥର ଗତିରେ ଚାଲିଥିବାରୁ କେନ୍ଦ୍ର ସରକାରଙ୍କ ସହଯୋଗରେ ଉଭୟ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା କରାଯାଇ ଏହି ସମସ୍ୟାର ସମାଧାନ କରାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏପରିକି ଦୁଇରାଜ୍ୟ ମଧ୍ୟରେ ଉଚ୍ଚସ୍ତରୀୟ ପଦାଧିକାରୀ ମାନେ ଏ ନେଇ ଆଲୋଚନାରତ ଥିବା ବୈଠକରୁ ଜଣା ପଡ଼ିଥିଲା। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏକାଧିକ ଧର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ସହ ବିବାଦ ସମ୍ପର୍କରେ ଆଲୋଚନା କରିଛନ୍ତି। ତାଙ୍କ ସହ କଣ ଆଲୋଚନା ହୋଇଛି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସର୍ବସାଧାରଣରେ ପ୍ରକାଶ କରିନାହାନ୍ତି। ମହାନଦୀ ଓଡ଼ିଶାର ଜୀବନରେଖା। ଏହାକୁ ନେଇ ସରକାର କୌଣସି ନିଷ୍କର୍ସରେ ପହଞ୍ଚିବା ପୂର୍ବରୁ ସମସ୍ତଙ୍କୁ ବିଶ୍ୱାସକୁ ନେବା ଆବଶ୍ୟକ। ତେଣୁ ଛତିଶଗଡ଼ ସହ କେଉଁପ୍ରକାର ବୁଝାମଣା ହେଉଛି, ତାହା ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ସରକାର ସାର୍ବଜନୀନ କରନ୍ତୁ ବୋଲି ମହାନଦୀ ଆନ୍ଦୋଳନ ସହ ଜଡ଼ିତ ବିଭିନ୍ନ ସଂଗଠନ ଦାବି କରିଛନ୍ତି।
କିଛିଦିନ ତଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତରେ କ୍ଷୋଭ ପ୍ରକାଶ କରିବା ସହ ଦୁଇ ରାଜ୍ୟ ମଧ୍ୟରେ ଆପୋସ ଆଲୋଚନା କଣ ହୋଇଛି ଏବଂ ଓଡ଼ିଶା ଆଇନଗତ ଲଢେ଼ଇରୁ ଓହରି ଯିବ ନା ଜାରି ରଖିବ ସେନେଇ ସ୍ପଷ୍ଟୀକରଣ ଲୋଡ଼ିଥିଲେ ହେଁ ସରକାର ଏ ସମ୍ପର୍କରେ ତୁଣ୍ଡ ଖୋଲି ନାହାନ୍ତି। ଏହି ସମୟରେ ଦିନକ ପରେ ହେବାକୁଥିବା ଶୁଣାଣିରେ ରାଜ୍ୟ ସରକାର କେଉଁ ତଥ୍ୟ ରଖିବେ ଓ କେଉଁ ଆଭିମୁଖ୍ୟ ପୋଷଣ କରିବେ ତାହା ଉପରେ ରାଜ୍ୟବାସୀଙ୍କର ନଜର ରହିଛି।

  • Related Posts

    ଉତ୍ତରାଖଣ୍ଡରେ ପୁଣି ୪.୨ତୀବ୍ରତାର ଭୂମିକମ୍ପ

    ଶନିବାର ରାତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଯଦିଓ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ତେବେ ଜାତୀୟ ଭୂକମ୍ପ ବିଜ୍ଞାନ…

    Continue reading
    ସୋମବାର ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ଉଦ୍‌ଘାଟନ

    ଭୁବନେଶ୍ୱର: ଅକ୍ଟୋବର ମାସ ୧୨ ତାରିଖ ସୋମବାର ଦିନ ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ମାଆ କଟକ ଚଣ୍ଡୀଙ୍କ ମନ୍ଦିରର କାୟାକଳ୍ପ ଓ ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ପ୍ରାୟ ୭୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ