ରେଳଟ୍ରାକ ଉଡାଇଲେ ମାଓବାଦୀ

ରାଉରକେଲା: ଓଡିଶାରେ ମାଓବାଦୀଙ୍କ ବଡ଼ ଅପରେସନ । ପୁଣି ମାଓବାଦୀଙ୍କ ହିଂସାକାଣ୍ଡ । ବିସ୍ଫୋରଣ ମାଧ୍ୟମରେ ରେଳଟ୍ରାକ ଉଡାଇବା ପାଇଁ ମାଓବାଦୀଙ୍କ ଉଦ୍ୟମ । ଏଥିରେ ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ରକ୍ସି ଓ ରେଙ୍ଗଡ଼ା ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଅଞ୍ଚଳର ରେଳଟ୍ରାକକୁ ବିସ୍ଫୋରଣ ମାଧ୍ୟମରେ ନଷ୍ଟ କରିଛନ୍ତି ମାଓବାଦୀ । ଫଳରେ ଯାତାୟାତରେ ବାଧାସୃଷ୍ଟି ହୋଇଛି । ୨୪ ଘଣ୍ଟିଆ ଭାରତବନ୍ଦ ଡାକରା ମଧ୍ୟରେ ଏପରି କାଣ୍ଡ ଭିଆଇଛନ୍ତି ଲାଲବାହିନୀ । ବିସ୍ଫୋରଣ ଘଟିଥିବା ସ୍ଥାନ ଠାରୁ କିଛି ଦୂରରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ ।ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଯୋଗୁଁ ଜଣେ ରେଳ ବିଭାଗର କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଶନିବାର ନକ୍ସଲବାଦୀମାନେ ଭାରତ ବନ୍ଦ ଡାକରା ଦେଇଥିଲେ । ଏନେଇ ଦୁଇ ରେଳ କର୍ମଚାରୀ ଏତୱା ଓରାମ (୫୮) ଏବଂ ବୁଧରାମ ମୁଣ୍ଡା ନିୟମିତ ଭାବରେ ଟ୍ରାକରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ, ରେଳ ଲାଇନରେ ନକ୍ସଲବାଦୀମାନଙ୍କ ଦ୍ୱାରା ବିଛାଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଭୟ ଆହତ ହୋଇଥିଲେ । ବିସ୍ଫୋରଣ ପରେ, ଆହତ ଉଭୟ ରେଳ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଓଡ଼ିଶାର ବନ୍ଦମୁଣ୍ଡା ରେଳ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ଏତୱା ଓରାମଙ୍କୁ ମୃତ ଘୋଷଣା କରିଥିଲେ । ବୁଧରାମଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ରେଫର କରାଯାଇଛି ।ଶନିବାର ବିଳମ୍ବିତ ରାତିରୁ ମାଓବାଦୀ ଭାରତବନ୍ଦ ଡାକରା ଦେଇଛନ୍ତି । ଏହି ଡାକରା ମଧ୍ୟରେ ପ୍ରଥମେ ମାଓବାଦୀମାନେ ଓଡିଶାର ରକ୍ସି ଓ ରେଙ୍ଗଡ଼ା ରେଳ ଷ୍ଟେସନର ମଧ୍ୟବର୍ତ୍ତୀ ଅଞ୍ଚଳର ରେଳଟ୍ରାକକୁ ବିସ୍ଫୋରଣ ମାଧ୍ୟମରେ ଉଡାଇବାକୁ ପ୍ରୟାସ କରିଛନ୍ତି । ମାତ୍ର ବିସ୍ଫୋରକର ତୀବ୍ରତା ବେଶି ନଥିବାରୁ ଟ୍ରାକକୁ ବେଶି କ୍ଷତି ପହଞ୍ଚିନାହିଁ । ମାତ୍ର ଟ୍ରାକରୁ ସିମେଣ୍ଟର ସ୍ଲିପର ଖସିଯାଇଛି । ଘଟଣାସ୍ଥଳ ଠାରୁ କିଛି ଦୂରରେ ନକ୍ସଲମାନେ ବ୍ୟାନର ମଧ୍ୟ ଲଗାଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ତତ୍ପରତା ପ୍ରକାଶ କରିଛନ୍ତି ।

  • Related Posts

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ବାମନାଳ:ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ନିମନ୍ତେ ଏକ…

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ଭୁବନେଶ୍ୱର: ଶ୍ରୀମନ୍ଦିରେ ବାରମ୍ବର ହିଡେନ୍‍ କ୍ୟାମେରା ଠାବ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ । ବାରମ୍ବାର ହିଡେନ୍‍…

    Leave a Reply

    Your email address will not be published. Required fields are marked *

    You Missed

    ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

    ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍