କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସରକାର ସବୁ ପଦକ୍ଷେପ ନେଇଥିଲେ । କିନ୍ତୁ ଝିଅର ଜୀବନ ବଞ୍ଚିପାରିଲା ନାହିଁ । ବେଷ୍ଟ ଟ୍ରିଟମେଣ୍ଟ ତାଙ୍କୁ ଯୋଗାଇ ଦିଆଯାଇଥିଲା । ସରକାର ଯାହା ପଦକ୍ଷେପ ନେଇଥିଲେ, ସେଥିରେ ତାଙ୍କର ବାପା ଖୁସି ଥିଲେ । ବିରୋଧୀ ଦଳଙ୍କ କାମ ହେଉଛି ବିରୋଧ କରିବା । କିନ୍ତୁ କାହା ଜୀବନକୁ ନେଇ ରାଜନୀତି ନହେଉ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂହଦେଓ । ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକା ପୋଡି ହୋଇଯାଇଥିଲେ । ଯାହାଫଳରେ ସେ ଗୁରୁତର ହୋଇ ପ୍ରଥମେ ନିକଟସ୍ଥ ମେଡିକାଲରେ ଚିକିତ୍ସାଧୀନ ଥିଲେ । ହେଲେ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତାପରେ ବି ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଆସିନଥିଲା । ଶେଷରେ ବାଧ୍ୟ ହୋଇ ଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲକୁ ଉନ୍ନତ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ କିଛି ଦିନ ଧିର ନାବାଳିକାଙ୍କ ଚିକିତ୍ସା ଜାରି ରହିଥିଲା । ହେଲେ ଶନିବାର ବିଳମ୍ବିତ ରାତିରେ ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡିତା । ରବିବାର ଦିନ ତାଙ୍କ ଦିଲ୍ଲୀ ଏମ୍ସରେ ଶବ ବ୍ୟବଚ୍ଛେଦ କରାଯିବ । ତାପରେ ପୁରୀ ବଳଙ୍ଗା ସ୍ଥିତ ନିଜ ଗାଁକୁ ଆସିବ ମୃତଦେହ ।

  • Related Posts

    ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟ ବିଜେପି ସଭାପତି

    ଭୁବନେଶ୍ବର : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ତିରୋଧାନ ଦିବସ । ଭୁବନେଶ୍ୱର ଏମ୍ସ ପରିସରରେ ଥିବା ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ…

    Continue reading
    ସୁଲତାଙ୍କ ପୋଷ୍ଟକୁ ନେଇ ବଢ଼ିଲା ବିବାଦ, କ୍ୟାପିଟାଲ ଥାନାରେ ବିଜେପିର ଏତଲା

    ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ବିରୋଧରେ ଥାନାରେ ବିଜେପିର ଏତଲା। ଫ୍ଲାଗ୍ କୋଡ୍ ଉଲ୍ଲଂଘନ ସହ ଏଆଇ ଫଟୋର ଅପବ୍ୟବହାର କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରାଯାଇଥିବା ବିଜେପି ଅଭିଯୋଗ କରିଛି। ଏକ ଏଆଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ