କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସରକାର ସବୁ ପଦକ୍ଷେପ ନେଇଥିଲେ । କିନ୍ତୁ ଝିଅର ଜୀବନ ବଞ୍ଚିପାରିଲା ନାହିଁ । ବେଷ୍ଟ ଟ୍ରିଟମେଣ୍ଟ ତାଙ୍କୁ ଯୋଗାଇ ଦିଆଯାଇଥିଲା । ସରକାର ଯାହା ପଦକ୍ଷେପ ନେଇଥିଲେ, ସେଥିରେ ତାଙ୍କର ବାପା ଖୁସି ଥିଲେ । ବିରୋଧୀ ଦଳଙ୍କ କାମ ହେଉଛି ବିରୋଧ କରିବା । କିନ୍ତୁ କାହା ଜୀବନକୁ ନେଇ ରାଜନୀତି ନହେଉ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂହଦେଓ । ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକା ପୋଡି ହୋଇଯାଇଥିଲେ । ଯାହାଫଳରେ ସେ ଗୁରୁତର ହୋଇ ପ୍ରଥମେ ନିକଟସ୍ଥ ମେଡିକାଲରେ ଚିକିତ୍ସାଧୀନ ଥିଲେ । ହେଲେ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତାପରେ ବି ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଆସିନଥିଲା । ଶେଷରେ ବାଧ୍ୟ ହୋଇ ଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲକୁ ଉନ୍ନତ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ କିଛି ଦିନ ଧିର ନାବାଳିକାଙ୍କ ଚିକିତ୍ସା ଜାରି ରହିଥିଲା । ହେଲେ ଶନିବାର ବିଳମ୍ବିତ ରାତିରେ ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡିତା । ରବିବାର ଦିନ ତାଙ୍କ ଦିଲ୍ଲୀ ଏମ୍ସରେ ଶବ ବ୍ୟବଚ୍ଛେଦ କରାଯିବ । ତାପରେ ପୁରୀ ବଳଙ୍ଗା ସ୍ଥିତ ନିଜ ଗାଁକୁ ଆସିବ ମୃତଦେହ ।

  • Related Posts

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ଢାକା ବାଂଲାଦେଶରେ ଶେଖ ହାସିନାଙ୍କ ଶାସନର ପତନର ଗୋଟିଏ ବର୍ଷ ପୂରଣ ଅଗଷ୍ଟ ୮ରେ ହେବାକୁ ଯାଉଛି। ଏହି ଅବସରରେ, ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଦେଶକୁ ସମ୍ବୋଧିତ କରିଛନ୍ତି। ନିଜ ଅଭିଭାଷଣରେ, ସେ ଘୋଷଣା କରିଛନ୍ତି ଯେ, ଦେଶର…

    ବିଜେପି ବିଶୃଙ୍ଖଳା ଆଉ ବେଗୁନିଆ

    ବେଗୁନିଆ:ଖବରର ଶୀର୍ଷକ ଟିକେ ଅଡୁଆ ଲାଗିଲେବି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଏଭଳି କିଛି ଘଟଣା ଘଟିବାରେ ଲାଗିଛି । ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ବେଗୁନିଆର ବିଜେପି ନେତା କେତେ କଣ ସ୍ବପ୍ନ ଦେଖିଥିଲେ । କିନ୍ତୁ ସମୟ ଯେତିକି…

    Leave a Reply

    Your email address will not be published. Required fields are marked *

    You Missed

    ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

    ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍