ଚିତ୍ରୋପଳାରେ ଭାସିଗଲେ କାଉଡ଼ିଆ

ସାଲେପୁର: ଶ୍ରାବଣ ସୋମବାରରେ ମହାଦେବଙ୍କ ଜଳାଭିଷେକ ପାଇଁ ପାଣି ଉଠାଇବା ବେଳେ ଚିତ୍ରୋପଳା ନଦୀରେ ଭାସିଗଲେ ଯୁବକ । ଯୁବକ ଜଣକ ସାଲେପୁର ଥାନା ଅନ୍ତର୍ଗତ କାସିପୁର ଗାଁର ରବୀନ୍ଦ୍ର କରଙ୍କ ପୁଅ ଆବୃତ୍ତ କୁମାର କର(୨୫ ବର୍ଷ) ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି । ଆଜି ଶ୍ରାବଣ ମାସର ଶେଷ ସୋମବାର । ମହାଦେବଙ୍କ ଜଳାଅଭିଷେକ କରିବା ପାଇଁ ଆଜି ସକାଳୁ ସାଲେପୁର ଥାନା ଅନ୍ତର୍ଗତ କାସିପୁର ଗାଁର ରବୀନ୍ଦ୍ର କରଙ୍କ ପୁଅ ଆବୃତ୍ତ କୁମାର କର ବଟେଶ୍ୱର ଗାଁ ନିକଟରେ ଚିତ୍ରୋପଳା ନଦୀରୁ ପାଣି ଉଠାଇବାକୁ ଯାଇଥିଲେ । ପାଣି ଉଠାଇବା ବେଳେ ନଦୀ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ସ୍ଥାନୀୟ ଲୋକେ ଓ ସାଲେପୁର ଅଗ୍ନିଶମ ବାହିନୀର କର୍ମଚାରୀମାନେ ଦୀର୍ଘ ସମୟ ଧରି ନଦୀ ପାଣିରେ ଖୋଜାଖୋଜି ଚଳାଇଛନ୍ତି ମଧ୍ୟ ଏପର୍ୟ୍ୟନ୍ତ ଆବୃତ୍ତ କୁମାରର କୌଣସି ପତ୍ତା ମିଳିନାହିଁ ।

  • Related Posts

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ଭୁବନେଶ୍ୱର: ବଳାଙ୍ଗା ପୀଡ଼ିତାଙ୍କ ମୃତୁ୍ୟକୁ ନେଇ ଇସ୍ତଫା ପ୍ରସଙ୍ଗରେ ବିରୋଧୀଙ୍କ ଦାବି ପ୍ରସଙ୍ଗରେ ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ମୋ ଇସ୍ତଫାରେ ଯଦି ବଳଙ୍ଗା ପୀଡ଼ିତାଙ୍କ ଜୀବନ ଫେରିପାରିବ ତେବେ ମୁଁ…

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ଆଜି କୃଷି ଭବନ ଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଫ୍ଲାଗ ଅଫ କରି ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ୟୁ ଏନ ମାଇଗ୍ରେସନ, ଏଇଡ଼ ଏଟ ଆକ୍ସନ ଓ ମାଇଗ୍ରେସନ ମଲ୍ଟି ପାର୍ଟନର ଟ୍ରଷ୍ଟ ଫଣ୍ଡର…

    Leave a Reply

    Your email address will not be published. Required fields are marked *

    You Missed

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ୭ରେ ପୁରୀ ବିଜେଡିର ହରତାଳ

    ୭ରେ ପୁରୀ ବିଜେଡିର ହରତାଳ

    ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ

    ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ  ମୃତ

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ୩୭ ଔଷଧ ଦାମ୍‌ ୧୫% କମିଲା

    ୩୭ ଔଷଧ ଦାମ୍‌ ୧୫% କମିଲା