ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୃହବନ୍ଦୀ

ବ୍ରାଜିଲ: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାଇର ବୋଲସୋନାରୋଙ୍କ ପାଇଁ ସମସ୍ୟା ଆହୁରି ବଢ଼ିବାରେ ଲାଗିଛି। ବୋଲସୋନାରୋଙ୍କୁ ଏବେ ଗୃହବନ୍ଦୀ କରାଯାଇଛି। ବ୍ରାଜିଲର ସୁପ୍ରିମକୋର୍ଟ ସୋମବାର ଦିନ ତାଙ୍କୁ ଘର ଭିତରେ ହିଁ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ନିର୍ବାଚନ-୨୦୨୨ରେ ପରାଜୟ ସତ୍ତ୍ୱେ ସେ କ୍ଷମତାରେ ରହିବା ପାଇଁ ଷଡ଼ଯନ୍ତ୍ର କରିଥିଲେ ବୋଲି ତାଙ୍କ ଉପରେ ଅଭିଯୋଗ ଆସିଛି। ଦକ୍ଷିଣ ଆମେରିକୀୟ ଦେଶ ଅର୍ଥାତ୍ ବ୍ରାଜିଲରେ ଏହି ମାମଲା ବହୁତ ଚର୍ଚ୍ଚାରେ ଅଛି। ବ୍ରାଜିଲ ଟ୍ରମ୍ପ ପ୍ରଶାସନ ସହିତ ବାଣିଜ୍ୟ ଯୁଦ୍ଧର ସମ୍ମୁଖୀନ ହେଉଛି। ପୂର୍ବତନ ରାଷ୍ଟ୍ରପତି ଜାଇର ବୋଲସୋନାରୋଙ୍କୁ ଟ୍ରମ୍ପଙ୍କ ନିକଟତର ବୋଲି ବିବେଚନା କରାଯାଏ। ବିଚାରପତି ଆଲେକଜାଣ୍ଡର ଡି ମୋରେସ୍ ପୂର୍ବତନ ରାଷ୍ଟ୍ରପତି ଜାଇର ବୋଲସୋନାରୋଙ୍କ ବିରୋଧରେ ମାମଲାର ଶୁଣାଣି କରୁଛନ୍ତି। ସେ ତାଙ୍କ ରାୟରେ କହିଛନ୍ତି ଯେ ୭୦ ବର୍ଷ ବୟସର ପୂର୍ବତନ ରାଷ୍ଟ୍ରପତି ତାଙ୍କ ତିନି ସାଂସଦ ପୁଅଙ୍କ ସୋସିଆଲ ମିଡିଆ ଚ୍ୟାନେଲରେ ବିଷୟବସ୍ତୁ ପୋଷ୍ଟ କରି ନିୟମ ଉଲ୍ଲଂଘନ କରିଛନ୍ତି। ଦକ୍ଷିଣପନ୍ଥୀ ନେତା ବୋଲସୋନାରୋଙ୍କ ଏହି ମାମଲା ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରାଜିଲ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବାର କାରଣକୁ ବୋଲସୋନାରୋଙ୍କ ବିରୁଦ୍ଧରେ ଚାଲିଥିବା ନ୍ୟାୟିକ ପ୍ରକ୍ରିୟା ସହିତ ସିଧାସଳଖ ଯୋଡ଼ିଥିଲେ।ଡୋନାଲ୍ଡ ଟ୍ରମ୍ପ ଏହି ନ୍ୟାୟିକ ପ୍ରକ୍ରିୟାକୁ ଏକ ଡାହାଣୀ ଶିକାର ବୋଲି କହିଥିଲେ। ଏହା ବ୍ରାଜିଲରେ ଜାତୀୟତାବାଦୀ ପ୍ରତିକ୍ରିୟା ବୃଦ୍ଧି କରିଛି। ବ୍ରାଜିଲର ସରକାରୀ ଓକିଲମାନେ ଅଭିଯୋଗ କରିଛନ୍ତି ଯେ ବୋଲସୋନାରୋ ଏକ ଅପରାଧିକ ସଂଗଠନର ନେତୃତ୍ୱ ନେଇଥିଲେ, ଯାହା ନିର୍ବାଚନକୁ ଓଲଟାଇ ଦେବା ପାଇଁ ଷଡଯନ୍ତ୍ର କରୁଥିଲା। ସୋମବାରର ଏହି ନିର୍ଦ୍ଦେଶ ଗତ ମାସରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପରେ ଆସିଛି, ଯେଉଁଥିରେ ବୋଲସୋନାରୋଙ୍କୁ ଇଲେକ୍ଟ୍ରୋନିକ୍ ଆଙ୍କଲ୍ ମନିଟର୍ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ କାର୍ୟ୍ୟକାଳ ସମୟରେ ତାଙ୍କ ଗତିବିଧିକୁ ନିଷିଦ୍ଧ କରାଯାଇଥିଲା। ବୋଲସୋନାରୋଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଏଥି ସହିତ ତାଙ୍କ ଉପରେ ଏକାଧିକ କଟକଣା ମଧ୍ୟ ଜାରି ହୋଇଛି। ଏପରିକି ଏହି ପ୍ରସଙ୍ଗରେ ସାର୍ବଜନୀନ ଭାବରେ କିଛି କହିବାର ଅଧିକାର ମଧ୍ୟ ଦିଆଯାଇ ନାହିଁ।

  • Related Posts

    ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଆଜୀବନ କାରାଦଣ୍ଡ

    ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅମିତ ଯୋଗୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ହାଇକୋର୍ଟ । ପୂର୍ବତନ ସିଏମ୍ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବ ବିଧାୟକ ଅମିତ ଯୋଗୀ । ୨୦୦୩ ଏକ ହତ୍ୟା ମାମଲାରେ ଆଜୀବନ ଶୁଣାଇଛନ୍ତି ହାଇକୋର୍ଟ…

    Continue reading
    ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ୍‌ ଆହତ

    ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍‌ର ଜଣେ ଯବାନ୍‌ ଆହତ ହୋଇଛନ୍ତି । ଆହତ ଯବାନ୍‌ଙ୍କୁ ଚିକିତ୍ସା ପାଇଁ ଏୟାର୍‌ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ