୧୫ ହଜାର ଲାଞ୍ଚ ନେବାବେଳେ ଶିକ୍ଷା ବିଭାଗ କିରାଣିଙ୍କୁ ଧରିଛି ଭିଜିଲାନସ୍

ସେମିଳିଗୁଡ଼ା/କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ରମେଶ ବେହେରା ନାମକ ଜଣେ ଶିକ୍ଷକଙ୍କ ୨୦୧୯ରେ ମୃତ୍ୟୁ ଘଟିଥିଲା। ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣି ସନ୍ଦୀପ କୁମାର ତ୍ରିପାଠୀ ଆରଏସିପି, ଏମଏସିପି, ବର୍ଦ୍ଧିତ ଦରମା ଓ ବକେୟା ପ୍ରାପ୍ୟ କରାଇଦେବା ପାଇଁ ମୃତ ଶିକ୍ଷକଙ୍କ ସ୍ତ୍ରୀଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଏ ନେଇ ମୃତ ଶିକ୍ଷକଙ୍କ ପୁଅ ସନ୍ଦୀପ ବେହେରା ଭିଜିଲାନସର ଦ୍ବାରସ୍ଥ ହୋଇଥିଲେ। କିରାଣି ଶ୍ରୀ ତ୍ରିପାଠୀ ସେମିଳିଗୁଡା ଠାରେ ରହୁଥିବା ବେଳେ ସେମିଳିଗୁଡାରେ ଆଣି ଦେବା ପାଇଁ କହିଥିଲେ। ସେମିଳିଗୁଡା-ନନ୍ଦପୁର ରାସ୍ତାର ଏକ ଚା’ ଦୋକାନ ନିକଟରେ ସଂଧ୍ୟା ପ୍ରାୟ ୭ ଘଣ୍ଟିକା ସମୟରେ ୧୫ ହଜାର ଟଙ୍କା ଲାଞ୍ଚ ଟଙ୍କା ନେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନସ୍‌ର ଟିମ୍ ଉକ୍ତ ଟଙ୍କାକୁ ଜବତ କରିବା ସହ କିରାଣି ଶ୍ରୀ ତ୍ରିପାଠୀଙ୍କୁ କାବୁ କରିଥିଲେ। ପରେ ଭିଜିଲାନସ୍ ଟିମ୍ କିରାଣି ଶ୍ରୀ ତ୍ରିପାଠୀ ରହୁଥିବା ଭଡ଼ାଘରରେ ଯାଇ ଚଢ଼ାଉ କରି ତଦନ୍ତ କରିଥିଲେ। ଏନେଇ ଜୟପୁର ଭିଜିଲାନସ୍ ବିଭାଗ ପକ୍ଷରୁ କେସ ନଂ ୨୬/୨୬ରେ ମାମଲା ରୁଜୁ କରିବା ସହ ତଦନ୍ତ ଚାଲି ରହିଛି। କିରାଣି ଶ୍ରୀ ତ୍ରିପାଠୀଙ୍କୁ ଅଧିକ ତଦନ୍ତ ପାଇଁ ଜୟପୁରସ୍ଥିତି ଭିଜିଲାନସ୍ ମୁଖ୍ୟାଳୟକୁ ନେଇଥିବା ଜଣାପଡ଼ିଛି। ଏହି ଚଢ଼ାଉରେ ଭିଜିଲାନସ୍ ଡିଏସପି ଅଭୟ ପ୍ରଧାନ, ଏସଏନ ପାଣି, ଇନସପେକ୍ଟର ସଞ୍ଜୟ ପ୍ରଧାନ, ସନ୍ତୋଷୀ ବାରିକ ଓ ଷ୍ଟାଫ ଭାଗ ନେଇଥିଲେ

  • Related Posts

    ଇନଷ୍ଟ୍ରାଗ୍ରାମରେ ଦୀପିକାଙ୍କ ନୂଆ ରେକର୍ଡ ରିଲ୍ସକୁ ମିଳିଲା ୧.୯ ବିଲିୟନ ଭ୍ୟୁ

    ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଗୋଟିଏ ରିଲ୍ସ ୧.୯ ବିଲିୟନ ଭ୍ୟୁ ଅତିକ୍ରମ କରିଛି, ଯାହାକି ବିଶ୍ୱରେ ସର୍ବାଧିକ ଦେଖାଯାଇଥିବା ରିଲ୍ସ ହୋଇଛି । ଏହି ରିଲରେ ଦୀପିକା ପାଦୁକୋନ୍‍ ଏକ ହୋଟେଲର ପ୍ରମୋସନ କରୁଥିବା ଦେଖାଯାଇଛି । ଏହି ପ୍ରମୋସନାଲ୍‍…

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ବାମନାଳ:ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ନିମନ୍ତେ ଏକ…

    Leave a Reply

    Your email address will not be published. Required fields are marked *

    You Missed

    ରିସେପ୍ସନ ଭୋଜି ଦେଲେ ପିନାକୀ-ମହୁଆ

    ରିସେପ୍ସନ ଭୋଜି ଦେଲେ ପିନାକୀ-ମହୁଆ

    ମାନହାନି ମାମଲାରେ ରାହୁଲଙ୍କୁ ବେଲ୍

    ମାନହାନି ମାମଲାରେ ରାହୁଲଙ୍କୁ ବେଲ୍

    ପରିବର୍ତ୍ତନ ହେବ ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା

    ପରିବର୍ତ୍ତନ ହେବ ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା

    ଖୁବ୍‌ଶୀଘ୍ର ଲାଗିବ ମହାପ୍ରସାଦ ରେଟ୍‌ ଚାଟ୍‌

    ଖୁବ୍‌ଶୀଘ୍ର ଲାଗିବ ମହାପ୍ରସାଦ ରେଟ୍‌ ଚାଟ୍‌

    ଥାନାରେ ଯୁବକଙ୍କୁ ମାଡ଼, ନିର୍ୟାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ!

    ଥାନାରେ ଯୁବକଙ୍କୁ ମାଡ଼,  ନିର୍ୟାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ!

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ