ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଗୋଟିଏ ରିଲ୍ସ ୧.୯ ବିଲିୟନ ଭ୍ୟୁ ଅତିକ୍ରମ କରିଛି, ଯାହାକି ବିଶ୍ୱରେ ସର୍ବାଧିକ ଦେଖାଯାଇଥିବା ରିଲ୍ସ ହୋଇଛି । ଏହି ରିଲରେ ଦୀପିକା ପାଦୁକୋନ୍ ଏକ ହୋଟେଲର ପ୍ରମୋସନ କରୁଥିବା ଦେଖାଯାଇଛି । ଏହି ପ୍ରମୋସନାଲ୍ ଭିଡ଼ିଓକୁ ଲୋକାମାନେ ଏତେ ଥର ଦେଖିଥିଲେ ଯେ ଦୀପିକା କିଛି ସମୟ ମଧ୍ୟରେ ଇତିହାସ ସୃଷ୍ଟି କରିଥିଲେ । ଦୀପିକାଙ୍କର ଇନଷ୍ଟାଗ୍ରାମରେ ୮୦ମିଲିୟନ୍ ଫଲୋଅର୍ସ ରହିଛନ୍ତି । ଦୈନିକ ନିଜର ବିଭିନ୍ନ ପ୍ରୋଜେକ୍ଟ ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଅପଡେଟ୍ ଦେଇଥାନ୍ତି । ଦୀପିକାଙ୍କ ପ୍ରତିଟି ପୋଷ୍ଟକୁ ଦର୍ଶକ ବେଶ ଲାଇକ୍ କରିଥାନ୍ତି । ଦୀପିକା ପାଦୁକୋନ ତାଙ୍କର ଦମଦାର ଅଭିନୟ ପାଇଁ ଦର୍ଶକଙ୍କଠାରୁ ଅନେକ ପ୍ରଶଂସା ସାଉଁଟିଛନ୍ତି । ତେବେ ଅଭିନୟ ବ୍ୟବତୀ ଦୀପିକା ଏହି ରିଲ୍ସ କରି ଏବେ ଆଉ ଏକ ନୂଆ ରେକର୍ଡ କରିଛନ୍ତି ।
State-wide fire safety mock drill on March 28
Bhubaneswar,23/03/2026: The Housing & Urban Development Department, in collaboration with Odisha Fire Services, conducted a sensitization workshop on fire safety awareness and preparedness today. The session was aimed at synchronizing…


