ଏକାଠି ହୋଇ ନାରୀଙ୍କୁ ସୁରକ୍ଷା ଦେବ ନାରୀ ନ୍ୟାୟ ବାହିନୀ

ଭୁବନେଶ୍ୱର :-ରାଜ୍ୟରେ ନାରୀ ନିର୍ୟାତନା ବୃଦ୍ଧି ଏବଂ ଅପରାଧୀଙ୍କୁ ଗିରଫ ନ କରିବା ଆଦି ବିଷୟକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁଜି ସ୍ଥାନୀୟ ବୁଦ୍ଧ ମନ୍ଦିର ଠାରେ ନାରୀ ନ୍ୟାୟ ବାହିନୀ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀର ଆୟୋଜନ କରିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ନାରୀ ନ୍ୟାୟ ବାହିନୀର ଆବାହିକା ପ୍ରଫେସର ଡ଼ ଗାୟତ୍ରୀ ବିଶ୍ଵାଳ କହିଛନ୍ତି ଯେ ରାଜ୍ୟରେ ନାରୀ ନିର୍ୟାତନା ଚରମ ସୀମା ଅତିକ୍ରମ କଲାଣି । ଏଥିପାଇଁ ଆମ ମଥା ଲଜ୍ୟାରେ ନଇଁ ଗଲାଣି ତଥାପି ସରକାର ଜାଗ୍ରତ ନ ହେବା ଆଶ୍ଚର୍ୟ୍ୟ କରୁଛି ।
ବର୍ତ୍ତମାନ ରାଜ୍ୟରେ ମହିଳା ସମ୍ପୂର୍ଣ ଅସୁରକ୍ଷିତ, ଅନେକ ଘଟଣା ଲୋକ ଲୋଚନକୁ ଆସୁନି, ଯାହା ଆସୁଛି ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହେଉଛି । ୪୪ ହଜାର ମହିଳା ଓ ଝିଅ ନିଖୋଜ ଅଛନ୍ତି ତାଙ୍କ ପତ୍ତା ମିଳୁନି । ଅପରାଧୀ ଖସି ଯାଉଛନ୍ତି ତେଣୁ ପୁଣି ଅପରାଧ କରିବାକୁ ସାହସ ମିଳୁଛି । ବାଲେଶ୍ୱର ଘଟଣାର ୨୬ ଦିନ ବିତି ଯାଇଥିଲେ ସୁଦ୍ଧା ପ୍ରକୃତ ଅପରାଧୀ କିଏ ଏ ପର୍ୟ୍ୟନ୍ତ ରହସ୍ୟ ଘେରରେ । ବଳଙ୍ଗା ପୀଡିତା ଚାରିଥର ବୟାନ ଦେଇ ତିନି ଜଣ ଦୁର୍ବୃତ୍ତ ବାଇକରେ ଟେକିନେଇ କିରୋସିନ ଢ଼ାଳି ପୋଡ଼ିଥିଲେ ବୋଲି କହିଥିଲେ । ତେବେ ପୀଡ଼ିତାଙ୍କ ଦେହାନ୍ତ ପରେ ପୁଲିସ ଉକ୍ତ ଘଟଣାରେ କିଏ ସମ୍ପୃକ୍ତ ନ ଥିବା ପ୍ରକାଶ କରୁଛି, ଯାହା ଆଦୌ ଗ୍ରହଣୀୟ ନୁହେଁ ।
ଘଟଣା ଘଟିଥିବା ଅଞ୍ଚଳ ନିମାପଡା ହେଉଛି ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରତିଭା ପରିଡାଙ୍କ ଯିଏ କି ହେଉଛନ୍ତି ସେଠାର ବିଧାୟିକା । ଶ୍ରୀମତୀ ପରିଡା ଉପମୁଖ୍ୟମନ୍ତ୍ରୀ , ପୁଣି ସେ ନିଜେ ଜଣେ ମହିଳା, ଅତି ଲଜ୍ୟାର ବିଷୟ ଏହି କି ଯେ ତଥାପି ବଳଙ୍ଗା ଅପରାଧୀ ମୁକ୍ତ ଆକାଶ ତଳେ ବୁଲୁଛି । ଶ୍ରମ ବିଭାଗ ତରଫରୁ କର୍ମଜୀବୀ ମହିଳାଙ୍କ ରାତ୍ର କାଳୀନ କାର୍ୟ୍ୟ କରିବାକୁ ନେଇ ଏକ ନିର୍ଦେଶାବଳୀ ଜାରୀ କରିଛି ଯାହାର ଗ୍ରହଣନୀୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାର ଦିନରେ ନାରୀଙ୍କୁ ସୁରକ୍ଷା ଦେବାରେ ଅକ୍ଷମ ସେ ପୁଣି ରାତିରେ କଣ ସୁରକ୍ଷା ଦେବ ବୋଲି ଶ୍ରୀମତୀ ବିଶ୍ୱାଳ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି । ନାରୀ ନ୍ୟାୟ ବାହିନୀ ଗ୍ରାମକୁ ଗ୍ରାମ ଯାଇ ମହିଳାଙ୍କୁ ସଚେତନ କରିବା ସହ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସହାୟତା ପ୍ରଦାନ କରିବା ଏବଂ ଅତ୍ୟାଚାରର ଶିକାର ହେଉଥିବା ମହିଳାଙ୍କ ନ୍ୟାୟ ପାଇଁ ଲଢେଇ କରିବା ହେଉଛି ନାରୀ ନ୍ୟାୟ ବାହିନୀର ଲକ୍ଷ ବୋଲି ଶ୍ରୀ ବିଶ୍ଵାଳ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି ।ସେହିପରି ଆଜି ଏକ + ୩ ଶେଷ ବର୍ଷ ନିଜ ଦେହରେ କିରୋସିନି ଢ଼ାଳି ପୋଡ଼ି ହୋଇ ମୃତ୍ୟୁ ବରଣ କରିଛି। ଯାହାକି ଓଡ଼ିଶା ପାଇଁ ପୁଣି ଲଜ୍ଜ୍ୟା। ପୋଲିସର ନିଷ୍କ୍ରିୟତା ପାଇଁ ଏଭଳି ଘଟଣା ଘଟୁଛି ବୋଲି ଶ୍ରୀମତୀ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି।

ଆଜିର ସାମ୍ବାଦିକ ସମ୍ମୀଳନୀରେ ଅନ୍ୟମାନଙ୍କ ମଧ୍ୟରେ ନାରୀ ନ୍ୟାୟ ବାହିନୀର କୋର୍ କମିଟି ସଦସ୍ୟା ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ସୃଷ୍ଟି ସୋମେନ୍, ଶେଫାଳୀ ଶର୍ମା, ରଞ୍ଜୁକ୍ତା ବେହେରା, ସସ୍ମିତା ଘୋଷାଲ।, ଜ୍ୟୋତ୍ସ୍ନା ବେହେରା ଓ ମଧୁମିତା ଦାସ ଉପସ୍ଥିତ ଥିଲେ।

  • Related Posts

    ବିଶ୍ୱ ପରିବେଶ ଦିବସ: ହଜିଯାଇଛି ବୃକ୍ଷରାଜି, ଶୁଖିଯାଉଛି ଜଳଧାରା

    ଦେବଗଡ଼: ଦ୍ରୁତଗତିରେ ଚାଲିଛି ବିକାଶ। ତେବେ ବିକାଶ ନାଁରେ ଲୋକମାନଙ୍କ ଗମନାଗମନର ତଥା ଅନ୍ୟାନ୍ୟ ସୁବିଧା ସହ ସୁବ୍ୟବସ୍ଥା ପାଇଁ ତିଆରି ହେଊଛି ଜାତୀୟ ରାଜପଥ। ଏହି ବିକାଶ ଧାରା ତଥା ୪୯ ନଂ ଜାତୀୟ ରାଜପଥର ସଂପ୍ରସାରଣ ଯୋଗୁଁ ତିଲେଇବଣିରୁ…

    Continue reading
    ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

    ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଏହି ବୈଠକରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଙ୍କ ସହ ପରିଚାଳନା କମିଟିର ସଦସ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ