ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

ନୂଆଦିଲ୍ଲୀ: ଟାରିଫରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନରେନ୍ଦ୍ର ମୋଦି ବଡ଼ ଝଟକା ଦେଇଛନ୍ତି। ଆମେରିକା ସହ ଭାରତ ୩୧,୫୦୦ କୋଟି ଟଙ୍କାର ବୋଇଂ ଡିଲ ରଦ୍ଦ କରିଦେଇଛି। ଭାରତ ଏହି ନିଷ୍ପତ୍ତି ସେତେବେଳେ ନେଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଘୋଷଣା କରିଛନ୍ତି । ମିଡିଆ ରିପୋର୍ଟସ ଅନୁସାର ଭାରତୀୟ ନୌସେନା ପି-୮ ସାମୁଦ୍ରିକ ବିମାନ କ୍ରୟ ନିମନ୍ତେ ଡିଲ କରିଥିଲା। ଏବେ କୁହାଯାଉଛି ଏହି ଡିଲ ବାତିଲ କରି ଦିଆଗଲା।

ଉଲ୍ଲେଖଯୋଗ୍ୟ ଯେ ଭାରତ ଉପରେ ଆମେରିକା ୫୦% ଟାରିଫ ଲାଗୁ କରିଛି। ଏଥିରେ ୨୫% ଟାରିଫ ୭ ଅଗଷ୍ଟ ଗୁରୁବାର ଲାଗୁ ହୋଇଥିବା ବେଳେ ଅତିରିକ୍ତ ଟାରିଫ ୨୭ ଅଗଷ୍ଟରୁ ଲାଗୁ ହେବ। ରିପୋର୍ଟ ଅନୁସାରେ ଆମେରିକା ଠାରୁ ଭାରତ ଏଫ-୩୫ ଯୁଦ୍ଧ ବିମାନ ମଧ୍ୟ କିଣିବ ନାହିଁ। ଏବେ ଇଣ୍ଡିଆ ଫାଇଟର ଜେଟ୍ ପାଇଁ ଫ୍ରାନ୍ସ ସହିତ ସମ୍ପର୍କରେ ଅଛି। କୁହାଯାଉଛି ଫ୍ରାନ୍ସର ଡାସଲ୍ଟ ରାଫେଲ ଭାରତ ନିମନ୍ତେ ଏଫ-୩୫ ଠାରୁ ଭଲ ଅପ୍ସନ।

ଟ୍ରମ୍ପଙ୍କ ୫୦% ଟାରିଫ ଯୋଗୁ ଇଣ୍ଡିଆରୁ ଆମେରିକାକୁ ରପ୍ତାନୀ ମହଙ୍ଗା ହୋଇଯାଇଛି। ଏଥିରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ୨ଟି ବଡ ନିଷ୍ପତ୍ତିକୁ ଟ୍ରମ୍ପଙ୍କ ଟାରିଫର ଜବାବ ରୂପେ ଦେଖା ଯାଉଛି। ସୂଚନା ଅନୁସାରେ ଜୁଲାଇ ୨୦୨୫ରେ ଭାରତ ଆମେରିକୀୟ କମ୍ପାନୀ ବୋଇଂ ସହିତ ୩୧,୫୦୦ କୋଟି ଟଙ୍କାର ଡିଲ ହୋଇଥିଲା। ଏହି ଡିଲ ଖୁବ୍ ଶୀଘ୍ର ଚୂଡ଼ାନ୍ତ ହେବାର ଥିଲା। ଟ୍ରମ୍ପ ଭାରତ ଉପରେ ଅଗଷ୍ଟ ୬ ତାରିଖରେ ଆଡିସନାଲ ଟାରିଫ ଲାଗୁ କରିଥିବା ବେଳେ ଅଗଷ୍ଟ ୭ ତାରିଖରେ ଭାରତ ଡିଫେନ୍ସ ଡିଲ କ୍ୟାନସଲ କରିଦେଇଛି।

କୁହାଯାଉଛି ଭାରତୀୟ ନୌସେନାକୁ ମିଳିବାକୁ ଥିବା ଆମେରିକୀୟ ବିମାନ ବେଶ୍ ଆଡଭାନ୍ସ ଓ ଅତ୍ୟାଧୁନିକ। କେବଳ ଏତିକି ନୁହେଁ ଏହାର ମାରକ କ୍ଷମତା ପ୍ରାୟ ୩୫୦ କିଲୋମିଟର ପର୍ଯ୍ୟନ୍ତ। ଏବେ ସମ୍ଭବତଃ ଏହା ବଦଳେ ଫ୍ରାନ୍ସଠାରୁ ଫାଇଟର ଜେଟ୍ କିଣାଯାଇ ପାରେ।

  • Related Posts

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ୩ଟି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବେଙ୍ଗାଲରୁ ମେଟ୍ରୋ ପ୍ରକଳ୍ପର ୟେଲୋ ଲାଇନ(ହଳଦିଆ…

    ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

    ଇସ୍ଲାମାବାଦ : ଗତ ମେ ମାସରେ ହୋଇଥିବା ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପାକିସ୍ତାନର ୬ଟି ଲଢୁଆ ବିମାନ ଓ ଏକ ପ୍ରାକ୍ ସତର୍କତା ବିମାନ (ଏଡ୍ବୁଲସି)କୁ ନଷ୍ଟ କରିଦେଇଥିବା ବୋଲି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ…

    Leave a Reply

    Your email address will not be published. Required fields are marked *

    You Missed

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ