ନୂଆଦିଲ୍ଲୀ: ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି । ଆମେରିକା ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଏବେ ରୁଷ୍ ଓ ଭାରତ ମିଶି ରଣନୀତି ତିଆରି କରିବେ ବୋଲି କୁହାଯାଉଛି। ରୁଷ୍ ସହ ତେଲ କାରବାର କରୁଥିବାରୁ ଭାରତ ଉପରେ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପୂର୍ବରୁ ଲଗାଇଥିବା ୨୫ ପ୍ରତିଶତ ସହ ଅତିରିକ୍ତ ୨୫ ପ୍ରତିଶତ ମିଶିବା ପରେ ଭାରତ ଉପରେ ଆମେରିକାର ମୋଟ୍ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏନେଇ ଭାରତ ଚିନ୍ତାରେ ପଢ଼ିଥିବା ବେଳେ ଖୁବଶୀଘ୍ର ଭ୍ଲାଦିମିର ପୁଟିନ୍ ଭାରତ ଆସିବେ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍। “ଆମ ଭିତରେ ଏକ ବିଶେଷ, ଦୀର୍ଘ ଦିନର ସମ୍ପର୍କ ରହିଛି ଏବଂ ଆମେ ଏହି ସମ୍ପର୍କର ଗୁରୁତ୍ବ ବୁଝିଛୁ। ଆମର ଉଚ୍ଚସ୍ତରୀୟ ସମ୍ପର୍କ ରହିଛି ଏବଂ ଏହି ଉଚ୍ଚସ୍ତରୀୟ ସମ୍ପର୍କ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ବିଷୟରେ ଜାଣିବାକୁ ପାଇ ଆମେ ବହୁତ ଉତ୍ସାହିତ ଏବଂ ଆନନ୍ଦିତ। ମୁଁ ଭାବୁଛି ଆସିବାର ତାରିଖଗୁଡ଼ିକ ଏବେ ପ୍ରାୟ ଚୂଡ଼ାନ୍ତ ହୋଇସାରିଛି” ବୋଲି କହିଛନ୍ତି ଅଜିତ୍ ଡୋଭାଲ।
ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ
ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…




