ଭାରତ ଗସ୍ତରେ ଆସିବେ ପୁଟିନ୍

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କ ମସ୍କୋ ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି ।ଡୋଭାଲ କହିଛନ୍ତି, ରାଷ୍ଟ୍ରପତି ପୁଟିନ ଏହି ବର୍ଷ ଶେଷରେ ଭାରତ ଆସିପାରନ୍ତି। ତେବେ ଚାରି ବର୍ଷ ପରେ ପୁଟିନଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ପୁଟିନଙ୍କ ଗସ୍ତର ଖବର ଏପରି ସମୟରେ ଆସୁଛି ଯେତେବେଳେ ଭାରତ, ଋଷ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଜାରି ରହିଛି । ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏକ ବଡ଼ ରଣନୀତି ପ୍ରସ୍ତୁତ କରିବେ ବୋଲି ଆଶା କରାଯାଉଛି।
ଭାରତର ଏନଏସଏ ଅଜିତ ଡୋଭାଲ ତାଙ୍କ ମସ୍କୋ ଗସ୍ତ ସମୟରେ କହିଛନ୍ତି ଯେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ତାରିଖ ଉପରେ ବିଚାର କରାଯାଉଛି । ଏନଏସଏ ତାଙ୍କ ବୈଠକରେ କୌଣସି ନିର୍ଦ୍ଦିଷ୍ଟ ତାରିଖ କିମ୍ବା ସମୟ ସୂଚିତ କରିନାହାଁନ୍ତି। ତେବେ ପୂର୍ବରୁ ଅନୁମାନ କରାଯାଉଥିଲା ଯେ ପୁଟିନ ଅଗଷ୍ଟ ଶେଷରେ ଭାରତ ଆସିପାରନ୍ତି। ଯଦିଓ ପରେ ଏହାକୁ ଖଣ୍ଡନ କରାଯାଇଥିଲା।ଭାରତୀୟ ଆମଦାନୀ ଉପରେ ଟ୍ରମ୍ପଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୨୫ ପ୍ରତିଶତ ଶୁଳ୍କ ଗୁରୁବାରଠାରୁ କାର୍ୟ୍ୟକାରୀ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଆମେରିକାର ଲାଭ ଉଠାଇଥିବା ଦେଶଗୁଡ଼ିକରୁ ତାଙ୍କ ଦେଶକୁ କୋଟି କୋଟି ଡଲାର ମୂଲ୍ୟର ଶୁଳ୍କ ଆସିବା ଆରମ୍ଭ ହେବ।

  • Related Posts

    ତାମିଲନାଡୁରେ କେବଳ ତାମିଲ ଓ ଇଂରାଜୀ ଚାଲିବ

    ଜାତୀୟ ଶିକ୍ଷା ନୀତିରୁ ୩ ଭାଷା ନୀତିକୁ ନେଇ ବିବାଦ ଚାଲିଥିବା ବେଳେ ବଡ଼ ପଦକ୍ଷେପ ନେଇଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ। ସେ ତାମିଲନାଡୁ ପାଇଁ ନୂଆ ଶିକ୍ଷା ନୀତି ଲାଗୁ କରିଛନ୍ତି। ଏହି ନୀତିକୁ ସାର୍ବଜନୀନ କରି ଷ୍ଟାଲିନ…

    ଆୟକର ବିଲ୍‌ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର

    ଚଳିତ ବର୍ଷ ଫେବୃଆରୀ ୧୩ରେ କେନ୍ଦ୍ର ସରକାର ଲୋକସଭାରେ ଆୟକର ବିଲ ୨୦୨୫କୁ ଉପସ୍ଥାପନ କରିଥିଲେ। ଏହା ଆୟକର ଆଇନ ୧୯୬୧ର ସ୍ଥାନ ନେବାର ଥିଲା। କିନ୍ତୁ ଏହାକୁ ଆଜି କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଛନ୍ତି। ନୂଆ ରୂପରେ କେନ୍ଦ୍ର…

    Leave a Reply

    Your email address will not be published. Required fields are marked *

    You Missed

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

    ତାମିଲନାଡୁରେ କେବଳ ତାମିଲ ଓ ଇଂରାଜୀ ଚାଲିବ

    ତାମିଲନାଡୁରେ କେବଳ ତାମିଲ ଓ ଇଂରାଜୀ ଚାଲିବ

    ଆୟକର ବିଲ୍‌ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର

    ଆୟକର ବିଲ୍‌ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ