ତେଜସ୍ବୀଙ୍କୁ ଇସିଙ୍କ ନିର୍ଦେଶ; ୧୬ ସୁଦ୍ଧା ନକଲି ଭୋଟର କାର୍ଡ ଦାଖଲ କର

ନୂଆଦିଲ୍ଲୀ/ପାଟନା: ଚଳିତମାସ ୧୬ ସୁଦ୍ଧା ନକଲି ଭୋଟର ପରିଚୟ ପତ୍ର (ଏପିକ୍‌ କାର୍ଡ) ଦାଖଲ କରିବାକୁ ଶୁକ୍ରବାର ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ନିର୍ଦେଶ ଦେଇଛନ୍ତି। ନକଲି ଭୋଟର କାର୍ଡ ରଖିବା ଏବଂ ଏହାକୁ ବ୍ୟବହାର କରିବା ଅପରାଧ ବୋଲି ଇସିଙ୍କ ପକ୍ଷରୁ କୁହାଯାଇଛି। ଏହି ମର୍ମରେ ପାଟନା ସଦର ଏସଡିଏମ ତଥା ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସରଙ୍କ ତରଫରୁ ତେଜସ୍ବୀଙ୍କୁ ପତ୍ର ପଠାଯାଇଛି। ସୂଚନାଯୋଗ୍ୟ ନିକଟରେ ଇସିଙ୍କ ତରଫରୁ ବିହାରରେ ଭୋଟର ତାଲିକା ସ୍ବତନ୍ତ୍ର ସମୀକ୍ଷା (ଏସଆଇଆର) କରାଯାଇଛି। ଏହାକୁ ସାର୍ବଜନୀନ କରାଯିବାପରେ ଅଗଷ୍ଟ ୨ରେ ତେଜସ୍ବୀ ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ ଯେ ତାଙ୍କ ଏପିକ୍‌ ନମ୍ବର ଉକ୍ତ ତାଲିକାରୁ ବାଦ ପଡିଛି। ତେଜସ୍ବୀ ସେତେବେଳେ ନିଜ ମୋବାଇଲରେ ଏହି କାର୍ଡ ପ୍ରଦର୍ଶନ କରିଥିଲେ। ତେବେ ତେଜସ୍ବୀଙ୍କ ଏତାଦୃଶ ଅଭିଯୋଗକୁ ଇସି ଖଣ୍ଡନ କରିବା ସହ ସ୍ପଷ୍ଟୀକରଣ ଦେଇଥିଲେ ଯେ ତେଜସ୍ବୀଙ୍କୁ ସରକାରୀଭାବେ ଇସ୍ୟୁ କରାଯାଇଥିବା ଭୋଟର କାର୍ଡ ଏବଂ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରଦର୍ଶନ କରିଥିବା କାର୍ଡ ପୃଥକ। ଇସିଙ୍କ ତରଫରୁ ଇସ୍ୟୁ କରାଯାଇଥିବା ବୈଧ ଭୋଟର କାର୍ଡ ପରିବର୍ତ୍ତେ ତେଜସ୍ବୀ ସେଦିନ ନକଲି ଭୋଟର କାର୍ଡ ପ୍ରଦର୍ଶନ କରିଥିଲେ। ଏଭଳି କାର୍ଡ ଇସ୍ୟୁ କରାଯାଇନଥିବାବେଳେ ତେଜସ୍ବୀ ଏହା କିପରି ଯୋଗାଡ କଲେ, ସେଥିନେଇ ଇସି ପ୍ରଶ୍ନ ଉଠାଇଛନ୍ତି।

  • Related Posts

    ପୁଣି ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ

    ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଭାରିଆଣ୍ଟ ଖୁବ୍ ଜୋରର ବ୍ୟାପିବା ଆରମ୍ଭ କରିଛି। ଆମେରିକାରେ କୋଭିଡ୍-୧୯ର ନୂଆ ସବ୍ଭାରିଆଣ୍ଟ BA.3.2 ସାମ୍ନାକୁ ଆସିଛି, ଯାହାକୁ ସିକାଡା ( Cicada) ମଧ୍ୟ କୁହାଯାଉଛି। ରିପୋର୍ଟ ମୁତାବିକ , ସବ୍ ଭାରିଆଣ୍ଟ BA.3.2…

    Continue reading
    ଆଜିଠୁ ନୂଆ ଆୟକର ଆଇନ ଲାଗୁ

    ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ସହ ଏପ୍ରିଲ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ନୂଆ ଆୟକର ଆଇନ । ଏହା ୬ ଦଶନ୍ଧି ପୁରୁଣା ପ୍ରତ୍ୟକ୍ଷ ଟିକସ ଆଇନକୁ ବାଦ ଦେବ । ଅନୁପାଳନ ବ୍ୟବସ୍ଥା, ଶବ୍ଦ ଏବଂ ଟିକସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ