ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

ଭୁବନେଶ୍ବର: ରାଜଧାନୀରେ ହିଟ ଆଣ୍ଡ ରନ୍ କେସ। କାର ଜବତ। ଏବେ ବି କାର୍ ମାଲିକ ଫେରାର ରହିଥିବା ବେଳେ ଉଭୟ ସ୍କର୍ପିଓ ଓ ଚାଳକଙ୍କୁ ଧରିବାକୁ ପୁଲିସ ଚଢ଼ାଉ ଜାରି ରଖିଛି । ଶନିବାର ବରମୁଣ୍ଡାରୁ ରେସ୍ କରି ଆସୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ପାତ୍ରପଡ଼ା ନିକଟରେ ୮ବର୍ଷିୀୟା ଝିଅ ରେଶମାଙ୍କୁ ଧକ୍କା ଦେଇଥିଲା। ଫଳରେ‌ ଘଟଣାସ୍ଥଳରେ କୁନି ଝିଅର ମୃତ୍ୟୁ ଘଟିଥିଲ।ମାଆ ରେବତୀ ଏବଂ ୨ ବର୍ଷୀୟ ପୁଅ ମାହି ରାଉଳ ବର୍ତ୍ତମାନ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି । ଉଭୟଙ୍କ ଅବସ୍ଥା ଗୁରୁତର ଅଛନ୍ତି ।

ରେବତୀ ଶନିବାର ସକାଳେ ରେଶ୍‌ମା ଓ ମାହିଙ୍କୁ ସାଙ୍ଗରେ ଧରି ଫୁଲେଶ୍ୱର ବସ୍ତିରୁ ପଟିଆ ଅଭିମୁଖେ ବାହାରିଲେ । ସେଠାରେ ଆର୍‌ଆଇ ଥିବା ତାଙ୍କ ଭାଇ ଦିଲ୍ଲୀପଙ୍କୁ ଭେଟିଥିଲେ । ଭାଇଙ୍କ ହାତରେ ରାଖୀ ବାନ୍ଧିବା ପରେ ଘରେ ଖାଇଥିଲେ । ସନ୍ଧ୍ୟାରେ ସମସ୍ତେ ଆମ ବସ୍‌ରେ ଚଢ଼ି ଘରକୁ ଫେରିଥିଲେ । ସେମାନେ ପାତ୍ରପଡ଼ାସ୍ଥିତ ସପିଂ ମଲ୍‌ ସାମ୍ନାରେ ସନ୍ଧ୍ୟା ୬ଟା ୨୭ ମିନିଟ୍‌ରେ ବସ୍‌ରୁ ଓହ୍ଲାଇଲେ । ରେବତୀ ଗୋଟିଏ ହାତରେ ମାହିକୁ କାଖେଇଥିଲେ । ଅନ୍ୟ ହାତରେ ରେଶ୍‌ମା ହାତକୁ ଧରି ଫୁଲେଶ୍ୱର ବସ୍ତିକୁ ଯିବା ପାଇଁ ଚାଲି ଚାଲି ଜାତୀୟ ରାଜପଥ ପାର୍‌ ହେଉଥିଲେ ।

ଏତିକିବେଳେ ଖଣ୍ଡଗିରି ଆଡୁ ଦ୍ରୁତଗତିରେ ଆସୁଥିବା ଏକ ଥାର୍‌ ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ରେବତୀ ଓ ରେଶ୍‌ମା ରାସ୍ତାରେ ଛିଟ୍‌କି ପଡିଥିଲେ । ରେଶ୍‌ମାର ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ସେଠାରେ ମୃତ୍ୟୁ ଘଟିଥିଲା । ଗାଡି ଧକ୍କା ଦେବା ସତ୍ତେ୍ୱ ରେବତୀ କୁନି ପୁଅ ମାହିକୁ କାଖେଇକି ରଖିଥିବାରୁ ସେତେଟା ଆଘାତ ହୋଇନଥିଲା । ସ୍ଥାନୀୟ ଲୋକମାନେ ତୁରନ୍ତ ଆହତମାନଙ୍କୁ ଏମ୍‌ସକୁ ନେଇଯାଇଥିଲେ । ରେବତୀଙ୍କ ସ୍ୱାମୀ ମାନସ ଓ ଅନ୍ୟ ସମ୍ପର୍କୀୟମାନେ ହସ୍ପିଟାଲକୁ ଧାଇଁଥିଲେ । ଏହି ଘଟଣାପରେ ଆକ୍ସନ୍ ମୋଡ଼କୁ ଆସିଥିଲା ପୁଲିସ। କାର୍‌ ଚାଳକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଆଜି ଜଟଣୀରୁ କିଲର ଥର୍‌ କାରୁ ଖଣ୍ଡିିଗିରି ପୁଲିସ ଜବତ କରିଥିବା ମାଲିକ ଫେରାର ଅଛନ୍ତି। ରେସ କରୁଥିବା ସ୍କର୍ପିଓ କାର୍ ଓ ଚାଳକଙ୍କୁ ଧରିବା ଉଦ୍ୟମ ଚଳାଇଛି ପୁଲିସ।

  • Related Posts

    ସୌମ୍ୟ ମୃତ୍ୟୁ ମାମଲା ; ଆଉ ଜଣେ ଗିରଫ

    ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସୌମ୍ୟ ମୃତ୍ୟୁ ମାମଲାରେ ବଢୁଛି ଗିରଫ ସଂଖ୍ୟା। ଏହି ମାମଲାରେ ମଙ୍ଗଳବାର ଆଉ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲିଅନ୍ତା ଥାନା ବେଣୁପୁର ଗାଁର ପ୍ରଦୀପ ମଙ୍ଗରାଜ (୪୬)। ଢେଙ୍କାନାଳରୁ ପ୍ରଦୀପକୁ ଗିରଫ…

    Continue reading
    ରାଜଧାନୀରେ ପୁଣି ବୁଲିଲା ଖଣ୍ଡା

    ଭୁବନେଶ୍ୱର:ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳ ତାରିଣୀ ବସ୍ତିରେ ସଂଘବଦ୍ଧ ଆକ୍ରମଣ। ଖଣ୍ଡା ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ହେଲେ ଦୁଃଶାସନ ନାୟକ। ପୂର୍ବ ଶତ୍ରୁତାକୁ ନେଇ ଦୁଃଶାସନଙ୍କ ସହ କିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ