ଆଇପିଏଲ ରେକର୍ଡ : ଆୟର ପଛରେ, ପନ୍ଥ ଆଗରେ

ଶ୍ରେୟସ ଆୟର ମାତ୍ର କିଛି ମିନିଟ ପୂର୍ବରୁ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ବନିଥିଲେ। କିନ୍ତୁ ତାଙ୍କୁ ପଛରେ ପକାଇ ଦେଇଛନ୍ତି ଋଷଭ ପନ୍ତ। ସେ ଏବେ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ବନି ଯାଇଛନ୍ତି।

ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ରେକର୍ଡ ୨୭ କୋଟି ଟଙ୍କା ବଳରେ କିଣିଛି। ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କୁ ମେଗା ଅକ୍ସନ ପୂର୍ବରୁ ରିଲିଜ କରି ଦେଇଥିଲା। ଆଜି କିନ୍ତୁ ଆରଟିଏମ ବଳରେ ଦିଲ୍ଲୀ ପନ୍ତଙ୍କୁ ନେବାକୁ ଚାହିଁଥିଲା। ହେଲେ ଲକ୍ଷ୍ନୌ ଶେଷ ବିଡ୍‌ରେ ପନ୍ତଙ୍କ ଉପରେ ୨୭ କୋଟି ଟଙ୍କାର ବୋଲି ଲଗାଇଥିଲେ।
ଏହି ଟଙ୍କାକୁ ଅତିକ୍ରମ କରିବାକୁ ଦିଲ୍ଲୀ ସାହାସ ଦେଖାଇ ନଥିଲା। ଶେଷରେ ବେଶ ନାଟକୀୟ ଢଙ୍ଗରେ ସମସ୍ତଙ୍କୁ ଚକିତ କରି ଲକ୍ଷ୍ନୌ ରେକର୍ଡ ୨୭ କୋଟିରେ ପନ୍ତଙ୍କୁ ନିଜ ସହ ସାମିଲ କରିଛି।

ଏହାପୂର୍ବରୁ ଶ୍ରେୟସ ଆୟରଙ୍କ ପଞ୍ଜାବ ରେକର୍ଡ ୨୬. ୭୫ କୋଟି ଟଙ୍କାରେ କିଣିଥିଲା। ଆୟରଙ୍କ ପୂର୍ବରୁ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହେବାର ରେକର୍ଡ ମିଚେଲ ଷ୍ଟାର୍କଙ୍କ ନାଁରେ ରହିଥିଲା। ତାଙ୍କୁ କୋଲକାତା ୨୦୨୪ ଅକ୍ସନ ବେଳେ ୨୪.୭୫ କୋଟି ଟଙ୍କାରେ କିଣିଥିଲା। ହେଲେ ୨୦୨୫ ମେଗା ଅକ୍ସନରେ ଶ୍ରେୟସ ଆୟର ତାଙ୍କୁ ପଛରେ ପକାଇ ଦେଇଥିଲେ। ଏବେ ପନ୍ତ ସାଥୀ ଖେଳାଳି ଆୟରଙ୍କ ମହଙ୍ଗା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।
ପନ୍ତଙ୍କୁ ନେବା ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବା ଆରସିବି ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା। ୧୧.୨୫ କୋଟି ଯାଏ ପନ୍ତଙ୍କୁ ନେବା ପାଇଁ ଆରସିବି ଲାଗି ପଡ଼ିଥିଲା। ଏହାପରେ ଲକ୍ଷ୍ନୌ ସହ ହାଇଦ୍ରାବାଦ ବିଡ ୱାରରେ ସାମିଲ ହୋଇଥିଲା। ହାଇଦ୍ରାବାଦ ୧୯ କୋଟି ଯାଏ ହାଇଦ୍ରାବାଦ ପନ୍ତ ନେବାକୁ ଚାହୁଁଥିଲା।

ଲକ୍ଷ୍ନୌ ୧୯.୨୫ କୋଟି ଟଙ୍କା ଡାକିବାରୁ ହାଇଦ୍ରାବାଦ ବିଡ୍‌ରୁ ଓହରି ଯାଇଥିଲା। ତେବେ ପୁଣି ହାଇଦ୍ରାବାଦ ପନ୍ତଙ୍କ ଉପରେ ୨୦ କୋଟି ଟଙ୍କାର ବୋଲି ଲଗାଇଥିଲା। ହାଇଦ୍ରାବାଦ ଯେତିକି ଆଗକୁ ବଢ଼ୁଥିଲା ଲକ୍ଷ୍ନୌ ମଧ୍ୟ ସେତିକି ଆଗକୁ ବଢ଼ିଥିଲା। ୨୦.୫୦ କୋଟି ଟଙ୍କା ପରେ ହାଇଦ୍ରାବାଦ ବିଧିବଦ୍ଧ ଭାବେ ଓହରି ଯାଇଥିଲା।

୨୦.୭୫ କୋଟି ଲକ୍ଷ୍ନୌ ନିଜ ପାଖରେ କିଣିଥିଲା। କିନ୍ତୁ ଦିଲ୍ଲୀ ଆରଟିଏମ କାର୍ଡ ବ୍ୟବହାର କରିଥିଲେ। ନିୟମ ଅନୁସାରେ ଲକ୍ଷ୍ନୌଙ୍କୁ ଫାଇନାଲ ବିଡ କରିବାକୁ କହିଥିଲା। ଲକ୍ଷ୍ନ ସିଧା ପନ୍ତଙ୍କ ମୂଲ୍ୟକୁ ୨୭ କୋଟିରେ ପହଞ୍ଚାଇ ଦେଇଥିଲା। ଦିଲ୍ଲୀ ଏହି ଟଙ୍କା ଦେଖି ତାଙ୍କୁ ଆଉ ନେବାକୁ ସାହାସ କରି ନଥିଲା। ଶେଷରେ ପନ୍ତ ରେକର୍ଡ ୨୭ କୋଟି ଟଙ୍କା ବଳରେ ପନ୍ତଙ୍କୁ କିଣିଛି।

Related Posts

ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

Continue reading
ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ