ଭବଙ୍କ ପାଇଁ ଅଡୁଆ ବଢିଲା : ପୁଣି ଯୋଡ଼ି ହେଲା ତିନି ମାମଲା

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ କାହିଁକି କରାଗଲା ମରଣାନ୍ତକ ଆକ୍ରମଣ? ଦୀର୍ଘ ସମୟ ଧରି ଆତଙ୍କରାଜ ଭିଆଇବା ସହ ଯାଜପୁର ଟାଉନଥାନା ଘେରାଉ ପଛର ରିଂ ମାଷ୍ଟର କିଏ? କେଉଁ ପରିସ୍ଥିତିରେ ବିରଜା ହାଟରେ ହୋଇଥିଲା ଗଣ୍ଡଗୋଳ? କାହା ନିର୍ଦ୍ଦେଶରେ ରାସ୍ତାରୋକ ସହ ବ୍ୟବସାୟୀଙ୍କୁ କରାଯାଇଥିଲା ଆକ୍ରମଣ? ତଦନ୍ତ ଭାର ନେବା ପରଠୁ ଏହି ସବୁ ଦିଗକୁ ଧରି ଘଣ୍ଟାଚକଟା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌। ସେପଟେ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରକାଶ ଓରଫ୍‌ ଲଲଙ୍କ ନାଁରେ ରୁଜୁ ହେଲା ଆଉ ୩ ମାମଲା।
ଆଜି ସକାଳେ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍‌ ଯାଜପୁର ଜିଲ୍ଲା ଧର୍ମଶାଳା ବୁଢ଼ାପୋଲରେ ପହଞ୍ଚିଥିଲା। ଯେଉଁଠି ୨୦ ତାରିଖ ସଂଧ୍ୟାରେ ବିଧାୟକ ହିମାଂଶୁଙ୍କ ଉପରେ ଠେଙ୍ଗାବାଡ଼ି ଧରି ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ବିରଜା ପ୍ରକଳ୍ପ ପାଇଁ ଆନ୍ଦୋଳନ ବେଳେ ରାସ୍ତା ଉପରେ ଉପଦ୍ରବୀ ଚଳାଇଥିଲେ ଆତଙ୍କରାଜ। ସେହି ବୁଢ଼ାପୋଲକୁ ଯାଇ ସରଜମିନ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ ଟିମ୍‌।
ଏହାବ୍ୟତୀତ ସଦର ଥାନା ଓ ଟାଉନଥାନାକୁ ଯାଇ ମଧ୍ୟ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍‌ ପୁଲିସ ପାଖରୁ ତଥ୍ୟ ସଂଗ୍ରହ କରିଛି। କାରଣ ହିମାଂଶୁଙ୍କୁ ହମଲା ସହ ସେଦିନ ରାତି ଯାଜପୁର ଟାଉନ୍ ଥାନା ଘେରାଉ ଏବଂ ୨୧ ତାରିଖରେ ବିରଜା ହାଟ ପାଖରେ ରାସ୍ତାରୋକ ଘଟଣାକୁ ନେଇ ମାମଲା ରହିଛି। ତଦନ୍ତର ପ୍ରଥମ ଦିନରେ ଆଜି ଏହି ୩ଟି ମାମଲା ଉପରେ ଫୋକସ୍‌ ରଖିବା ସହ ସରଜମିନ ତଦନ୍ତ କରି ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମରେ ଥିବା ୨ ଡିଏସ୍‌ପି ଓ ଜଣେ ଇନିସପେକ୍ଟର।

ବିରଜା ହାଟ ଗଣ୍ଡଗୋଳ ସହ ରାସ୍ତାରୋକ ଓ ବ୍ୟବସାୟୀଙ୍କୁ ଆକ୍ରମଣ ଅଭିଯୋଗ ମାମଲାରେ ଉଭୟ ଟାଉନ ଥାନା ଏବଂ ସଦର ଥାନାରେ ରୁଜୁ ହୋଇଛି ମୋଟ ୧୭ଟି ମାମଲା। ଗିରଫ ହୋଇଛନ୍ତି ୧୯ ଜଣ। ତାହାରି ଭିତରେ ପୂର୍ବତନ ବିଜେଡି ବିଧାୟକ ପ୍ରଣବ ଦାସଙ୍କ ଭାଇ ଭବପ୍ରକାଶ ଓରଫ୍‌ ଲଲ ଦାସଙ୍କ ନାଁରେ ଯୋଡ଼ି ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମାମଲା। ପୂର୍ବରୁ ପରିବା ବ୍ୟବସାୟୀ ମଦନ ନାଏକଙ୍କୁ ଆକ୍ରମଣ ଓ ସାମଗ୍ରୀ ନଷ୍ଟ ଅଭିଯୋଗ ମାମଲାରେ ଜେଲରେ ଅଛନ୍ତି ଭବ। ଆଜି ପୁଲିସ ପକ୍ଷରୁ ଆବେଦନ ପରେ SDJMଙ୍କ କୋର୍ଟରେ ଆଉ ୩ଟି ମାମଲା ଯୋଡ଼ି ହୋଇଛି।

ଟାଉନ ଥାନା ଘେରାଉ, ବିରଜା ହାଟରେ ରାସ୍ତାରୋକ ଏବଂ ଆଉ ଜଣେ ପରିବା ବ୍ୟବସାୟୀଙ୍କୁ ଆକ୍ରମଣ ଅଭିଯୋଗରେ ହୋଇଛି ୩ଟି ମାମଲା। ଅପରପକ୍ଷେ ୨୩ ତାରିଖରୁ ଗିରଫ ହୋଇଥିବା ଲଲଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ମେଡ଼ିକାଲ ପଠାଇବାକୁ ଆଜି କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ଜେଲ କର୍ତ୍ତୃପକ୍ଷଙ୍କୁ ଲଲଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କିତ ଷ୍ଟାଟସ୍‌ ରିପୋର୍ଟ ମାଗିଥିବା ସୂଚନା ମିଳିଛି।

  • Related Posts

    State-wide fire safety mock drill on March 28

    Bhubaneswar,23/03/2026: The Housing & Urban Development Department, in collaboration with Odisha Fire Services, conducted a sensitization workshop on fire safety awareness and preparedness today. The session was aimed at synchronizing…

    Continue reading
    Heatwave Worries: Outdoor Activity Banned 11 a.m. to 3 p.m.

    Bhubaneswar, 23/03/2026: Odisha govt bans outdoor work from 11 AM to 3 PM in heatwave advisory Anticipating a rise in temperatures in April and a heightened risk of heatwave-related illnesses,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ