ସିଇସିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଣିପାରନ୍ତି ବିରୋଧୀ ଦଳ

ନୂଆଦିଲ୍ଲୀ: ଥମିବାର ନାଁ ଧରୁନି ବିରୋଧି ଦଳ ନେତାଙ୍କ ଭୋଟ ଚୋରି ଅଭିଯୋଗ । ବିରୋଧି ଦଳ ଗୁଡିକ ଆଗାମୀ ସଂସଦ ମୌସୁମୀ ଅଧିବେଶରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବାକୁ ଚିନ୍ତା କରୁଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି ।

କଂଗ୍ରେସ ରାଜ୍ୟସଭା ସାଂସଦ ସୟଦ ନାସିର ହୁସେନ ଏହି ପ୍ରସଙ୍ଗରେ ମତ ରଖି କହିଛନ୍ତି ଯେ ଆବଶ୍ୟକ ପଡିଲେ ମହାଭିଯୋଗ ପ୍ରସ୍ତାବ ସମେତ ସମସ୍ତ ଗଣତାନ୍ତ୍ରିକ ଅଧିକାରକୁ ବ୍ୟବହାର କରିବାକୁ ଦଳ ପ୍ରସ୍ତୁତ । ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଆଲୋଚନା ଏନେଇ ହୋଇନାହିଁ।

ହୁସେନ କହିଛନ୍ତି, “ଯଦି ଆବଶ୍ୟକ ପଡେ, ତେବେ ଆମେ ନିୟମ ଅନୁଯାୟୀ ଗଣତନ୍ତ୍ରର ସମସ୍ତ ଅଧିକାରକୁ ବ୍ୟବହାର କରିବୁ। ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ମହାଭିଯୋଗ ବିଷୟରେ କୌଣସି ଆଲୋଚନା କରିନାହୁଁ କିନ୍ତୁ ଆବଶ୍ୟକ ହେଲେ ଆମେ କିଛି ବି କରିପାରୁ ।”

ଦିନକ ପୂର୍ବରୁ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଭାରତୀୟ ନିର୍ବାଚନ କମିଶନ (ECI) ଉପରେ କରାଯାଇଥିବା “ଭୋଟ୍ ଚୋରି” ଦାବିକୁ ଖଣ୍ଡନ କରିଥିଲେ। ମୁଖ୍ୟ ନିର୍ବାଚନ କମିଶନର ଲୋକସଭାରେ ବିରୋଧୀ ଦଳ ନେତା ଗାନ୍ଧୀଙ୍କ ପକ୍ଷପାତିତା ଅଭିଯୋଗକୁ ଭାରତୀୟ ସମ୍ବିଧାନର ଅସମ୍ମାନ ବୋଲି କହିଛନ୍ତି। ଏଥି ପାଇଁ ରାହୁଲ ଗାନ୍ଧୀ ସତ୍ୟପାଠ ଦାଖଲ କରିବାକୁ କିମ୍ବା ଦେଶକୁ କ୍ଷମା ମାଗନ୍ତୁ ବୋଲି କହିଥିଲେ ଜ୍ଞାନେଶ କୁମାର ।”ଏକ ସତ୍ଯପାଠ ଦେବାକୁ ପଡିବ କିମ୍ବା ଦେଶକୁ କ୍ଷମା ମାଗିବାକୁ ପଡିବ। ତୃତୀୟରେ କୌଣସି ବିକଳ୍ପ ନାହିଁ । ଯଦି ସାତ ଦିନ ମଧ୍ୟରେ ସତ୍ଯପାଠ ଦାଖଲ କରାନଯାଏ ତେବେ ଏହାର ଅର୍ଥ ହେଉଛି ଯେ ଏହି ସମସ୍ତ ଅଭିଯୋଗ ଭିତ୍ତିହୀନ।” ଗଣମାଧ୍ୟମକୁ ସମ୍ବୋଧିତ କରି ଜ୍ଞାନେଶ କୁମାର କହିଥିଲେ।

ଏନେଇ ରାହୁଲ ଗାନ୍ଧୀ ସିଇସିଙ୍କୁ ଟାର୍ଗେଟ କରି ଅଭିଯୋଗ କରିଛନ୍ତି ଯେ ନିର୍ବାଚନ କମିଶନ ତାଙ୍କଠାରୁ ଏକ ସତ୍ୟପାଠ ମାଗୁଛନ୍ତି କିନ୍ତୁ ବିଜେପି ସାଂସଦ ଅନୁରାଗ ଠାକୁର ଯେତେବେଳେ ସମାନ ଅଭିଯୋଗ କରନ୍ତି ସେତେବେଳେ ତାଙ୍କଠାରୁ ନୁହେଁ।

“ନିର୍ବାଚନ କମିଶନ ମୋଠାରୁ ଏକ ସତ୍ଯପାଠ ମାଗୁଛନ୍ତି। କିନ୍ତୁ ଯେତେବେଳେ ଅନୁରାଗ ଠାକୁର ମୁଁ ଯାହା କହୁଛି ତାହା କୁହନ୍ତି, ସେତେବେଳେ ତାଙ୍କଠାରୁ ଏକ ସତ୍ଯପାଠ ମାଗୁନାହିଁ,” ରାହୁଲ କହିଥିଲେ।

  • Related Posts

    ସୀମାପୁରୀ କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

    ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଏକ ଚାରିମହଲା କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ଗୁରୁବାର ଆଉ ଦୁଇଜଣଙ୍କ ଶବ ଉଦ୍ଧାର ହେବା ପରେ ମୋଟ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ବୁଧବାର ଅପରାହ୍ନ ପ୍ରାୟ ୩:୩୦ ସମୟରେ ଘଟିଥିବା ଏହି…

    Continue reading
    ‘ଭାରତ ନିଜର ବାୟୁସେନା ଯୋଦ୍ଧାମାନଙ୍କ ଉପରେ ଗର୍ବିତ’

    ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ଏକ ବିଶେଷ ଭିଡିଓ ସେୟାର କରି ଲେଖିଛନ୍ତି, ‘ଭାରତ ନିଜର ବାୟୁସେନା ଯୋଦ୍ଧାମାନଙ୍କ ଉପରେ ଗର୍ବିତ’। ବାୟୁସେନା ଦିବସରେ, ଆମେ ଆମର ଆକାଶକୁ ସୁରକ୍ଷା ଦେବାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ